ନଭଦୀପ ସୈନି ଓ ମହମ୍ମଦ ସିରାଜଙ୍କୁ କ୍ଷମା ମାଗିଲେ ଗିଲଖ୍ରୀଷ୍ଟ

ସିଡ୍‌ନୀ: ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ ଆଜି ସୋଶାଲ ମିଡିଆରେ ଟିମ ଇଣ୍ଡିଆର ଦୁଇ ଦ୍ରୁତ ବୋଲର ନଭଦୀପ ସୈନି ଓ ମହମ୍ମଦ ସିରାଜଙ୍କୁ କ୍ଷମା ମାଗିଛନ୍ତି। ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଚାଲିଛି। ଏହି ସମୟରେ କମେଣ୍ଟ୍ରୀ ବକ୍ସରେ ଥିବା ଗିଲଖ୍ରୀଷ୍ଟୁ ଭୁଲରେ କହିଥିଲେ ଯେ “ନିକଟରେ ଏହି ଯୁବକ (ସୈନି)ଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ତଥାପି ସେ ଅଷ୍ଟ୍ରେଲିଆରେ ରହିଥିଲେ ଓ ଆଜିର ମ୍ୟାଚ୍‌ ଖେଳୁଛନ୍ତି।” କିନ୍ତୁ […]

fd

fd

Hemant Lenka
  • Published: Friday, 27 November 2020
  • Updated: 27 November 2020, 12:19 PM IST

Sports

Latest News

ସିଡ୍‌ନୀ: ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଡାମ ଗିଲଖ୍ରୀଷ୍ଟ ଆଜି ସୋଶାଲ ମିଡିଆରେ ଟିମ ଇଣ୍ଡିଆର ଦୁଇ ଦ୍ରୁତ ବୋଲର ନଭଦୀପ ସୈନି ଓ ମହମ୍ମଦ ସିରାଜଙ୍କୁ କ୍ଷମା ମାଗିଛନ୍ତି। ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍ ଚାଲିଛି। ଏହି ସମୟରେ କମେଣ୍ଟ୍ରୀ ବକ୍ସରେ ଥିବା ଗିଲଖ୍ରୀଷ୍ଟୁ ଭୁଲରେ କହିଥିଲେ ଯେ “ନିକଟରେ ଏହି ଯୁବକ (ସୈନି)ଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। ତଥାପି ସେ ଅଷ୍ଟ୍ରେଲିଆରେ ରହିଥିଲେ ଓ ଆଜିର ମ୍ୟାଚ୍‌ ଖେଳୁଛନ୍ତି।”

କିନ୍ତୁ ବାସ୍ତବରେ ସୈନିଙ୍କ ବାପା ନୁହନ୍ତି ବରଂ ମହମ୍ମଦ ସିରାଜଙ୍କ ବାପା ନିକଟରେ ମୃତ୍ୟୁବରଣ କରିଥିଲେ। ଗିଲଖ୍ରୀଷ୍ଟ ସିରାଜଙ୍କୁ ସୈନି ବୋଲି ଭାବି ଏପରି କହିଥିବାରୁ ଟ୍ୱିଟର ବ୍ୟବହାରକାରୀମାନେ ତାଙ୍କୁ ରି-ଟ୍ୱିଟ କରିବାକୁ ଲାଗିଥିଲେ। ଅନୁଶ ନାୟର ନାମକ ଜଣେ ଯୁବକ ଗିଲଖ୍ରୀଷ୍ଟଙ୍କୁ ଟ୍ୟାଗ କରି କହିଥିଲେ ଯେ ଗିଲି ଆପଣ ଭୁଲ କହିଛନ୍ତି।

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ସିରାଜଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ସୈନିଙ୍କ ବାପା ସଂପୂର୍ଣ୍ଣ ଠିକ୍‌ ଅଛନ୍ତି। ଏହା ଜାଣିବା ପରେ ଗିଲଖ୍ରୀଷ୍ଟ ତୁରନ୍ତ ଟ୍ୱିଟର ବ୍ୟବହାର କରି ନିଜର ଭୁଲ ସ୍ୱୀକାର କରିଥିଲେ। ଏଥିସହ ସେ ସିରାଜ ଓ ସୈନିଙ୍କୁ କ୍ଷମା ମାଗିଥିଲେ। ସେହିପରି ଅନୁଶ ନାୟାର ତାଙ୍କ ଭୁଲକୁ ଧରିଥିବାରୁ ସେ ତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସିରାଜ ଦିନିକିଆ ଦଳରେ ନାହାନ୍ତି। ସେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସ୍ଥାନ ପାଇଛନ୍ତି। ସେହିପରି ନଭଦୀପ ସୈନି ଆଜି ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story