ବିରାଟଙ୍କ ସମ୍ପର୍କରେ ଏମିତି କହିଲେ ବିଜୟ ମାଲ୍ୟା

ଲଣ୍ଡନ: ପଳାତକ ଘୋଷିତ ତଥା ଆଇପିଏଲ୍‌ରେ ଏକଦା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ମାଲିକ ଥିବା ବିଜୟ ମାଲ୍ୟା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି।

ଆଇପିଏଲରେ ବିରାଟ ଆରସିବି ପକ୍ଷରୁ ଖେଳୁଛନ୍ତି। ହେଲେ ଆରସିବି ଆଜି ଯାଏ ଆଇପିଏଲରେ ଟ୍ରଫି ଜିତିପାରି ନାହିଁ। ଗତକାଲି ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଆରସିବି ତା’ର ନୂଆ ଲୋଗ ଉନ୍ମୋଚିତ କରିଛି। ନୂଆ ଲୋଗ ଉନ୍ମୋଚିତ ହେବା ପରେ ଆରସିବି ଚାମ୍ପିୟନ ହେବା ପାଇଁ ଖେଳୁ ବୋଲି ମାଲ୍ୟା ପରାମର୍ଶ ଦେଇଛନ୍ତି।

ମାଲ୍ୟା ଟ୍ୱିଟ ଯୋଗେ କହିଛନ୍ତି ଯେ ସିଂହ ଭଳି ଆଗକୁ ବଢ଼। କିନ୍ତୁ ଆଇପିଏଲ ଟ୍ରଫି ବେଙ୍ଗାଲୁରୁକୁ ଆଣ। ବିରାଟ ଅଣ୍ଡର-୧୯ ସ୍କ୍ୱାଡରୁ ଆରସିବିକୁ ଆସିଥିଲେ। ବିରାଟ ଇତି ମଧ୍ୟରେ ଭାରତକୁ ସଫଳତା ପରେ ସଫଳତା ଦେଇ ଚାଲିଛନ୍ତି। ସେ ଜଣେ ଦକ୍ଷତା ସମ୍ପନ୍ନ କ୍ରିକେଟର।

ଏବେ ତାଙ୍କୁ ଏକା ଛାଡ଼ି ଦିଆଯାଉ ଏବଂ ସମସ୍ତ ପ୍ରକାରର ସ୍ୱାଧୀନତା ଦିଆଯାଉ। ସବୁ ଆଇପିଏଲ ଫ୍ୟାନ ଚାହୁଁଛନ୍ତି ଯେ ଉନ୍ମୋଚିତ ହୋଇଥିବା ଲୋଗ ଆଇପିଏଲ ଟ୍ରଫିରେ ଲାଗୁ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।