ଏବର୍ଷ ଆଇପିଏଲ୍‌ ଖେଳିବେନି ମ୍ୟାକ୍ସୱେଲ ଓ ଫିଞ୍ଚ !

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ୨୦୧୯ ଆଇପିଏଲ୍‌ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏହା ପୂର୍ବରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ଆଇପିଏଲ୍‌ରେ ଦର୍ଶକମାନେ ଅଷ୍ଟ୍ରେଲିଆର ଦୁଇ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସୱେଲ ଏବଂ ଆରନ୍‌ ଫିଞ୍ଚଙ୍କୁ ଦେଖି ନ ପାରନ୍ତି। କାରଣ ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ପ୍ରଥମେ ଭାରତ ବିପକ୍ଷ ସିରିଜ୍‌ ପରେ ବିଶ୍ୱକପ୍‌ ଏବଂ ଏହାପରେ ଗୁରୁତ୍ୱପୂର୍ଣ୍ଣ ଆଶେସ ସିରିଜ୍‌ […]

d

d

Hemant Lenka
  • Published: Wednesday, 05 December 2018
  • Updated: 05 December 2018, 08:57 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ୨୦୧୯ ଆଇପିଏଲ୍‌ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏହା ପୂର୍ବରୁ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତା ଆଇପିଏଲ୍‌ରେ ଦର୍ଶକମାନେ ଅଷ୍ଟ୍ରେଲିଆର ଦୁଇ ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଗ୍ଲେନ୍‌ ମ୍ୟାକ୍ସୱେଲ ଏବଂ ଆରନ୍‌ ଫିଞ୍ଚଙ୍କୁ ଦେଖି ନ ପାରନ୍ତି। କାରଣ ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ। ପ୍ରଥମେ ଭାରତ ବିପକ୍ଷ ସିରିଜ୍‌ ପରେ ବିଶ୍ୱକପ୍‌ ଏବଂ ଏହାପରେ ଗୁରୁତ୍ୱପୂର୍ଣ୍ଣ ଆଶେସ ସିରିଜ୍‌ ରହିଛି। ତେଣୁ ଉଭୟ ଖେଳାଳି ଏଥିପାଇଁ ଯଥେଷ୍ଟ ସମୟ ଓ ବିଶ୍ରାମ ନେବାକୁ ଚାହୁଁଛନ୍ତି। ତେଣୁ ସେମାନେ ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ନପାରନ୍ତି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଚଳିତ ବର୍ଷ କୌଣସି ଭାରତୀୟ ଖେଳାଳିଙ୍କ ମୂଲ୍ୟ ୨ କୋଟି ଟପି ନାହିଁ। ଯେଉଁ ଷ୍ଟାର ଖେଳାଳିମାନେ ଡିସେମ୍ବର ୧୮ରେ ନିଲାମ ପ୍ରକ୍ରିୟାରେ ସାମିଲ ହେବେ, ସେମାନଙ୍କ ବେସ ପ୍ରାଇସ୍‌ ୧ କୋଟି ରହିଛି। କେବଳ ଗତବର୍ଷ ସବୁଠାରୁ ଅଧିକ ଦାମରେ ବିକ୍ରି ହୋଇଥିବା ଜୟଦେବ ଉନାଡକଟଙ୍କ ବେଶ ପ୍ରାଇସ୍‌ ୧.୫ କୋଟି ରହିଛି। ନିଲାମ ତାଲିକାରେ ଯୁବରାଜ ସିଂହ, ଅକ୍ସର ପଟେଲ, ରିଦ୍ଧିମାନ ଶାହା, ମହମ୍ମଦ ଶାମି ଓ ଇଶାନ୍ତ ଶର୍ମା ରହିଛନ୍ତି। କିନ୍ତୁ ଏମାନଙ୍କର ବେସ୍‌ ପ୍ରାଇସ୍‌ ୧ କୋଟି ରହିଛି।

ବିଦେଶୀ ଖେଳାଳିଙ୍କ ବେସ ପ୍ରାଇସ ଦୁଇ କୋଟି ରହିଛି। ବିଶେଷ କରି ଆଇପିଏଲ୍‌ରେ ଡେବ୍ୟୁ କରିବାକୁ ଯାଉଥିବା ଇଂଲଣ୍ଡର ଅଲରାଉଣ୍ଡର ସାମ କରାନଙ୍କ ଉପରେ ସମସ୍ତ ନଜର ରହିବ। ତାଙ୍କର ବେସ ପ୍ରାଇସ୍‌ ମଧ୍ୟ ୨ କୋଟି ରହିଛି। କରାନଙ୍କ ବ୍ୟତୀତ ବ୍ରେଣ୍ଡନ ମ୍ୟାକ୍‌କୁଲମ, କୋରି ଆଣ୍ଡରସନ୍‌,ଆଞ୍ଜେଲୋ ମାଥ୍ୟୁସ, ଲସିତ ମାଲିଙ୍ଗା, କଲିନ୍‌ ଇନଗ୍ରାମ, ଡି ଆର୍ସି ଶର୍ଟ, କ୍ରିସ୍‌ ୱକ୍ସ ଓ ଶନ୍‌ ମାର୍ଶଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos