ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ୫୩ କେଜି ମହିଳା ଭାରୋତ୍ତୋଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଖୁମୁକଚମ୍ ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନ୍ୟତମ ପଦକ ଆଶାୟୀ ଓଡ଼ିଆ ୱେଟ୍ ଲିପଟର ସରସ୍ୱତୀ ରାଉତଙ୍କ ପ୍ରଦର୍ଶନ ଉପରେ ଆଜି ସମସ୍ତଙ୍କ […]

sanjita-chanu

sanjita-chanu

Rakesh Mallick
  • Published: Friday, 06 April 2018
  • Updated: 06 April 2018, 08:51 AM IST

Sports

Latest News

ନୂଆଦିଲ୍ଲୀ: ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ୫୩ କେଜି ମହିଳା ଭାରୋତ୍ତୋଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ଖୁମୁକଚମ୍ ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅନ୍ୟତମ ପଦକ ଆଶାୟୀ ଓଡ଼ିଆ ୱେଟ୍ ଲିପଟର ସରସ୍ୱତୀ ରାଉତଙ୍କ ପ୍ରଦର୍ଶନ ଉପରେ ଆଜି ସମସ୍ତଙ୍କ ନଜର ରହିଛି। ୫୮ କେଜି ଭାରୋତ୍ତୋଳନ ବର୍ଗରେ ସେ ଆଜି ଷ୍ଟେଜକୁ ଓହ୍ଲାଇବେ।

ଗତକାଲି  ପ୍ରଥମ ଦିନରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିଣିଥିଲେ ମହିଳା ଭାରୋତ୍ତଳକ ମୀରା ବାଇ ଚାନୁ।  ୪୮ କେଜି ମହିଳା ବର୍ଗରେ ଚାନୁଙ୍କୁ ଏହି ସଫଳତା ମିଳିଥିଲା। ସେହିପରି ୫୬ କିଲୋଗ୍ରାମ ଭାରୋତ୍ତୋଳନ ପୁରୁଷ ବର୍ଗରେ ଗୁରୁରାଜାଙ୍କୁ ରୌପ୍ୟ ପଦକ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos