ଆଇପିଏଲର ଶ୍ରେଷ୍ଠ ଏକାଦଶରେ କେଉଁ ସବୁ ଖେଳାଳି ଅଛନ୍ତି

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣ ମହାମାରୀ କରୋନା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରହିଛି। ୨୦୨୦ରେ ଆଇପିଏଲ ହେବ କି ନାହିଁ, ତା’କୁ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। କିନ୍ତୁ ଆଇପିଏଲର ୧୨ଟି ସଂସ୍କରଣରେ ଅନେକ ଖେଳାଳି ନିଜର ଜଲୱା ଦେଖାଇଛନ୍ତି। ତେବେ ୧୨ଟି ଆଇପିଏଲରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିବା ଖେଳାଳିଙ୍କୁ ନେଇ ଏବେ ଏକ ଶ୍ରେଷ୍ଠ ଏକାଦଶ ଗଠନ କରାଯାଇଛି। ଏହି ଟିମରେ ଅଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ରୋହିତ […]

i

i

Hemant Lenka
  • Published: Saturday, 18 April 2020
  • Updated: 18 April 2020, 04:06 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣ ମହାମାରୀ କରୋନା ଯୋଗୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରହିଛି। ୨୦୨୦ରେ ଆଇପିଏଲ ହେବ କି ନାହିଁ, ତା’କୁ ନେଇ ମଧ୍ୟ ଅନିଶ୍ଚିତତା ଲାଗି ରହିଛି।

କିନ୍ତୁ ଆଇପିଏଲର ୧୨ଟି ସଂସ୍କରଣରେ ଅନେକ ଖେଳାଳି ନିଜର ଜଲୱା ଦେଖାଇଛନ୍ତି। ତେବେ ୧୨ଟି ଆଇପିଏଲରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଥିବା ଖେଳାଳିଙ୍କୁ ନେଇ ଏବେ ଏକ ଶ୍ରେଷ୍ଠ ଏକାଦଶ ଗଠନ କରାଯାଇଛି। ଏହି ଟିମରେ ଅଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ନାହାନ୍ତି। ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଆଇପିଏଲରେ ଚାମ୍ପିୟନ ହୋଇଛି। ତାଙ୍କୁ ଶ୍ରେଷ୍ଠ ଏକାଦଶରେ ରଖାଯାଇ ନଥିବାରୁ ଏହା ସମସ୍ତଙ୍କୁ ଚକିତ କରିଛି।

ତେବେ ଆସନ୍ତୁ ଜାଣିବା ସେହି ତାଲିକାରେ କେଉଁ ଖେଳାଳି ସବୁ ଅଛନ୍ତି-

୧-ଶେନ ୱାଟସନ(ରାଜସ୍ଥାନ, ଚେନ୍ନାଇ): ଆଇପିଏଲର ଡୁରାସେଲ ଭାବେ ଶେନ ୱାଟସନ ପରିଚିତ। ୨୦୦୮ ଓ ୨୦୧୩ରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଆଇପିଏଲର ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ବିବେଚନା କରାଯାଇଥିଲା। ବଡ଼ ମ୍ୟାଚ୍‌ରେ ଶେଷ ଭଲ ପ୍ରଦର୍ଶନ କରନ୍ତି।

୨୦୧୮ ମୁମ୍ବାଇ ବିପକ୍ଷ ଫାଇନାଲରେ ସେ ଚେନ୍ନାଇକୁ ଚାମ୍ପିୟନ କରାଇଥିଲେ। ସେହିପରି ୱାଟସନ ଆଇପିଏଲର ୧୨ଟି ସଂସ୍କରଣରୁ ୩ଥର ସର୍ବାଧିକ ରନ ସଂଗ୍ରହକାରୀ ଭାବେ ଅରେଞ୍ଜ କ୍ୟାପ ଜିତିଛନ୍ତି। ସେ ମୋଟ ୧୩୪ ମ୍ୟାଚ ଖେଳି ୩୫୭୫ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୯.୫୩। ୧୭୭ଟି ଛକା ମାରିଥିବା ୱାଟସନ ୯୨ଟି ୱିକେଟ ମଧ୍ୟ ନେଇଛନ୍ତି।

୨-କ୍ରିସ ଗେଲ(ବେଙ୍ଗାଲୁରୁ ଓ ପଞ୍ଜାବ): ବଡ଼ ଖେଳାଳି ଓ ବିରାମ ଲାଗୁ ନଥିବା ଛକା ମେସିନ ଭାବେ ଆଇପିଏଲରେ ଗେଲ ପରିଚିତ। ସେ ଆଇପିଏଲରେ ୩୨୬ଟି ଛକା ମାରିଛନ୍ତି। ଏହି ମାମଲାରେ କେହି ବି ତାଙ୍କ ନିକଟତର ହୋଇପାରିନାହାନ୍ତି। ସେ ୧୨୫ଟି ମ୍ୟାଚ ଖେଳି ୪୪୮୪ ରନ ହାସଲ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୫୧.୦୨ ଥିବା ବେଳେ ସେ ୪୧.୧୩ ହାରରେ ରନ ସଂଗ୍ରହ କରିଛନ୍ତି।

୩-ବିରାଟ କୋହଲି(ବେଙ୍ଗାଲୁରୁ): ଆଇପିଏଲର ସର୍ବାଧିକ ରନ ସ୍କୋରର ମାନ୍ୟତା ପାଇଛନ୍ତି ବିରାଟ। ମାଷ୍ଟର ଅଫ ରିକ୍ସ ଫ୍ରି ଓ ହାଇପ୍ରେସିଂ କ୍ରିକେଟର ଭାବେ ବିରାଟ ଜଣାଶୁଣା। ସେ ଆଇପିଏଲରେ ୧୯୧ଟି ଛକା ମାରିଛନ୍ତି। ଏଯାଏ ୧୭୭ଟି ମ୍ୟାଚ୍ ଖେଳିଥିବା ବିରାଟ ୫୪୧୨ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୧.୬୧ ଓ ରନ ସଂଗ୍ରହ ହାର ୩୭.୮୪।

୪-ଏବି ଡିଭିଲୟର୍ସ(ଦିଲ୍ଲୀ ଓ ବେଙ୍ଗାଲୁରୁ): ଲୟରେ ଥିଲେ ଏହି ଖେଳାଳି ୟକର୍ସକୁ ମଧ୍ୟ ଛକା ମାରିବାର କ୍ଷମତା ରଖିଛନ୍ତି। ଦର୍ଶକମାନଙ୍କର ସବୁଠାରୁ ପସନ୍ଦଦାର ଖେଳାଳି ହେଉଛନ୍ତି ଡିଭିଲିୟର୍ସ। ଏଯାଏ ୧୫୪ ମ୍ୟାଚ ଖେଳିଥିବା ଡିଭିଲିୟର୍ସ ୪୩୯୫ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୫୧.୨୩ ଓ ସେ ୨୧୨ଟି ଛକା ମାରିଛନ୍ତି।

୫-ମହେନ୍ଦ୍ର ସିଂହ ଧୋନି(ଚେନ୍ନାଇ ଓ ପୁଣେ): ଏହି ଶ୍ରେଷ୍ଠ ଏକାଦଶର କ୍ୟାପ୍ଟେନ ହେଉଛନ୍ତି ଧୋନି। କ୍ୟାପ୍ଟେନ କୁଲ ଭାବେ ପରିଚତ ଧୋନି ଚେନ୍ନାଇକୁ ୩ଥର ଚାମ୍ପିୟନ କରାଇଛନ୍ତି। ଧୋନି କ୍ରିଜରେ ଥିବା ଯାଏ ମ୍ୟାଚର ମୋଡ଼ କେଉଁ ଆଡ଼କୁ ଯିବ କେହି ବି କହିପାରନ୍ତି ନାହିଁ।

୧୯୦ଟି ମ୍ୟାଚ୍‌ ଖେଳିଥିବା ଧୋନି ୪୪୩୨ ରନ ହାସଲ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୭.୮୫ ଓ ସେ ୨୦୯ଟି ଛକା ମାରିଛନ୍ତି। ୱିକେଟ ପଛରେ ସେ ୯୪ଟି କ୍ୟାଚ୍‌ ଧରିଥିବା ବେଳେ ୩୮ଟି ଷ୍ଟମ୍ପିଂ କରିଛନ୍ତି।

୬-ଆନ୍ଦ୍ରେ ରସେଲ(ଦିଲ୍ଲୀ ଓ କୋଲକାତା): ଆଇପିଏଲର ସର୍ବାଧିକ ଷ୍ଟ୍ରାଇକ ରେଟର ଖେଳାଳି ହେଉଛନ୍ତି ରସେଲ। ତାଙ୍କ ଷ୍ଟ୍ରାଇକ ରେଟ ୧୮୬। ୧୨ଟି ଆଇପିଏଲରୁ ସେ ଦୁଇଥର ସବୁଠାରୁ ମୂଲ୍ୟବାନ ଖେଳାଳି ହେବାର ପୁରସ୍କାର ପାଇଛନ୍ତି। ଏଯାଏ ମାତ୍ର ୬୪ଟି ମ୍ୟାଚ୍‌ ଖେଳିଥିବା ରସେଲ ୧୪୦୦ ରନ ହାସଲ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୮୬.୪୨ ଓ ସେ ୧୨୦ଟି ଛକା ମାରିଛନ୍ତି। ବୋଲିଂ କରି ରସେଲ ୫୫ଟି ୱିକେଟ ମଧ୍ୟ ନେଇଛନ୍ତି।

୭-ଡ୍ୱେନ ବ୍ରାଭୋ(ମୁମ୍ବାଇ ଓ ଚେନ୍ନାଇ): ଶେଷ ଭାଗରେ ଚାମତ୍କାର ବୋଲିଂ ଓ ବ୍ୟାଟିଂ କରୁଥିବା ଖେଳାଳି ହେଉଛନ୍ତି ବ୍ରାଭୋ। ସେ ଚଢ଼େଇ ଭଳି ଉଡ଼ି ପାରନ୍ତି ଓ ବାଘ ଭଳି ଦୌଡ଼ି ମଧ୍ୟ ପାରନ୍ତି। ଏଯାଏ ୧୩୪ଟି ମ୍ୟାଚ ଖେଳିଥିବା ବ୍ରାଭୋ ୧୪୩୮ ରନ କରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୨୮.୨୮ ରହିଥିବା ବେଳେ ସେ ୬୧ଟି ଛକା ମାରିଛନ୍ତି। ବୋଲିଂରେ ସେ ୧୪୭ଟି ୱିକେଟ ନେଇଛନ୍ତି।

୮-ସୁନୀଲ ନାରିନ(କୋଲକାତା): ସବୁଠାରୁ ସ୍ଥିର ପ୍ରଦର୍ଶନ କରୁଥିବା ଖେଳାଳି ହେଉଛନ୍ତି ନାରିନ। ବ୍ୟାଟିଂ ଅପେକ୍ଷା ବୋଲିଂରେ ସେ ବେଶ ପ୍ରଭାବୀ। ଆଇପିଏଲ ଇତିହାସରେ ସେ ଦ୍ୱିତୀୟ ସର୍ବାଧିକ ଷ୍ଟ୍ରାଇକ ରେଟର ଖେଳାଳି। ତାଙ୍କ ଷ୍ଟ୍ରାଇକ ରେଟ ୧୬୮। ସେ ଦୁଇ ଥର ମୂଲ୍ୟବାନ ଖେଳାଳି ପୁରସ୍କାର ପାଇଛନ୍ତି। ଏଯାଏ ୧୧୦ଟି ମ୍ୟାଚ୍‌ ଖେଳିଥିବା ନାରିନ ୧୨୨ଟି ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ଟି-୨୦ ଭଳି ଫର୍ମାଟରେ ମାତ୍ର ୬.୬୭।

୯-ରଶିଦ ଖାନ(ହାଇଦ୍ରାବାଦ): ମ୍ୟାଚ୍ ୱିନର ଲେଗ ବ୍ରେକ ବୋଲର ହେଉଛନ୍ତି ରଶିଦ ଖାନ। ସେ ଚ୍ୟାଲେଞ୍ଜ ନେବାକୁ ପସନ୍ଦ କରନ୍ତି ଓ ବିଜୟୀ ମଧ୍ୟ ହୁଅନ୍ତି। ସେ ଆଇପିଏଲର ସବୁଠାରୁ କଞ୍ଜୁସ ବୋଲର। ଏଯାଏ ରଶିଦ ମାତ୍ର ୪୬ଟି ମ୍ୟାଚ୍‌ ଖେଳି ୫୫ଟି ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ୬.୫୫।

୧୦-ଲସିଥ ମାଲିଙ୍ଗା(ମୁମ୍ବାଇ): ଆଇପିଏଲରେ ସର୍ବାଧିକ ୱିକେଟ ଦଖଲକାରୀ ହେଉଛନ୍ତି ମାଲିଙ୍ଗା। ତାଙ୍କ ବୋଲିଂ ଶୈଳୀ ଓ ହେୟାର ଷ୍ଟାଇଲ ସମସ୍ତଙ୍କ ଠାରୁ ଭିନ୍ନ। ସେ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଭିନ୍ନ ଅଙ୍ଗ। ୧୨୨ ମ୍ୟାଚରୁ ସେ ୧୭୦ ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ୭.୧୪।

୧୧-ଯଶପ୍ରୀତ ବୁମ୍ରା(ମୁମ୍ବାଇ): ବ୍ୟାଟସମ୍ୟାନ ସମ୍ମୁଖୀନ ହୋଇ ପାରୁ ନଥିବା ୟକର୍ସ ପକାଇବାରେ ବୁମ୍ରା ମାହିର। ୨୦୧୯ ଫାଇନରେ ମ୍ୟାନ ଅଫ ଦି ମ୍ୟାଚ୍‌ ସେ ହାସଲ କରିଥିଲେ। ଏଯାଏ ୭୭ଟି ମ୍ୟାଚରେ ବୁମ୍ରା ୮୨ଟି ୱିକେଟ ନେଇଛନ୍ତି। ତାଙ୍କ ଇକୋନୋମି ରେଟ ହେଉଛି ୭.୫୫।

୧୨-କାଏରନ ପୋଲାର୍ଡ(ମୁମ୍ବାଇ): ପୋଲାର୍ଡଙ୍କୁ ଟିମ୍‌ର ଦ୍ୱାଦଶ ଖେଳାଳି ଭାବେ ଚୟନ କରାଯାଇଛି। ସେ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ସବୁଥିଲେ କମଲା କରପାରିବେ।

ଏହି ଶ୍ରେଷ୍ଠ ଏକାଦଶର କୋଚ ହେଉଛନ୍ତି ଷ୍ଟେଫେନ ଫ୍ଲେମିଂ। ଫ୍ଲେମିଂ ଚେନ୍ନାଇ ସୁପରକିଙ୍ଗସର କୋଚ ଦାୟିତ୍ୱରେ ଅଛନ୍ତି। ତାଙ୍କ କୋଚିଂରେ ଚେନ୍ନାଇ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳର ମାନ୍ୟତା ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos