ସାକିବଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ମହମଦୁଲ୍ଲା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନ ୨ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ହେଁ ତାଙ୍କ କ୍ରେଜ କମିନାହିଁ। ଏବେ ବି ତାଙ୍କୁ ବାଂଲାଦେଶର କ୍ରିକେଟର ଓ ଟିମ ସଦସ୍ୟମାନେ ଭଲ ପାଉଛନ୍ତି। ସେ ଯେବେ ବି କମବ୍ୟାକ୍‌ କରିବେ, ତା’ଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ବର୍ତ୍ତମାନ ବାଂଲାଦେଶ ଟିମ୍‌ର ଅଧିନାୟକ ପଦ ପାଇଥିବା ମହମଦୁଲ୍ଲା ରିୟାଦ କହିଛନ୍ତି। ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ମହମଦୁଲ୍ଲା କହିଛନ୍ତି, “ମୁଁ ଏଠାରେ ସାକିବଙ୍କ […]

a

a

Hemant Lenka
  • Published: Saturday, 02 November 2019
  • Updated: 02 November 2019, 03:22 PM IST

Sports

Latest News

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ଅଧିନାୟକ ସାକିବ ଅଲ ହାସନ ୨ ବର୍ଷ ପାଇଁ ବାସନ୍ଦ ହୋଇଥିଲେ ହେଁ ତାଙ୍କ କ୍ରେଜ କମିନାହିଁ। ଏବେ ବି ତାଙ୍କୁ ବାଂଲାଦେଶର କ୍ରିକେଟର ଓ ଟିମ ସଦସ୍ୟମାନେ ଭଲ ପାଉଛନ୍ତି। ସେ ଯେବେ ବି କମବ୍ୟାକ୍‌ କରିବେ, ତା’ଙ୍କୁ ଭବ୍ୟ ସ୍ୱାଗତ କରାଯିବ ବୋଲି ବର୍ତ୍ତମାନ ବାଂଲାଦେଶ ଟିମ୍‌ର ଅଧିନାୟକ ପଦ ପାଇଥିବା ମହମଦୁଲ୍ଲା ରିୟାଦ କହିଛନ୍ତି।

ଭାରତ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ମହମଦୁଲ୍ଲା କହିଛନ୍ତି, “ମୁଁ ଏଠାରେ ସାକିବଙ୍କ ସମ୍ପର୍କରେ ଗୋଟିଏ କଥା କହିବାକୁ ଚାହୁଁଛି। ଆମେ ସାକିବଙ୍କୁ ବହୁତ ଭଲ ପାଉଥିଲୁ। ଏବେ ସେହି ଭଲ ପାଇବା ଜାରି ରହିଛି ଏବଂ ଆଗକୁ ମଧ୍ୟ ଏହା ପୂର୍ବବତ ରହିବ। ସେ ଯେବେ ବି କମବ୍ୟାକ କରିବେ, ଆମେ ତାଙ୍କୁ ଖୋଲା ହୃଦୟରେ ସ୍ୱାଗତ କରିବୁ।

ସିଏ ଯେତେବେଳେ ବି ଡ୍ରେସିଂ ରୁମରେ ପ୍ରବେଶ କରିବେ, ଆମେ ସମସ୍ତେ ତାଙ୍କୁ କୁଣ୍ଢାଇ ନେବୁ। ସାକିବ ଗୋଟିଏ ଭୁଲ କରି ଦେଇଇଥିଲେ। କିନ୍ତୁ ଯାହା ହେଲେ ବି ଆମେ ତାଙ୍କ ସହ ଦୀର୍ଘ ଦିନ ଧରି ଖେଳି ଆସିଛୁ। ଯାହା ହବାର ଥିଲା ହେଇ ଯାଇଛି। ଏବେ ଆମେ କାଲିର ମ୍ୟାଚ୍‌ ଉପରେ ଫୋକସ କରୁଛୁ।

ସାକିବଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନଙ୍କୁ ଦଳର ଉତ୍ତରଦାୟିତ୍ୱ ନେଇ ପ୍ରଦର୍ଶନ କରିବାକୁ ହେବ। ବାଂଲାଦେଶ ଟିମ୍‌ ପାଇଁ କିଛି କରିବାର ସୁଯୋଗ ଏବେ ଯୁବଖେଳାଳିମାନେ ପାଇଛନ୍ତି। ମୋର ଆଶା ସେମାନେ ଭଲ ପ୍ରଦର୍ଶନ କରିବେ।”

ବାଂଲାଦେଶ ପ୍ରିମିୟର ଲିଗ୍‌ ବେଳେ କିଛି ବୁକି ସାକିବଙ୍କ ସହ ଯୋଗାଯୋଗ କରିଥିଲେ। ବୁକିଙ୍କ କଥାରେ ସାକିବ ରାଜି ହୋଇ ନଥିଲେ ହେଁ ଏ ସମ୍ପର୍କରେ ଆଇସିସିକୁ ମଧ୍ୟ ଜଣାଇ ନଥିଲେ। ଏହି କାରଣରୁ ତାଙ୍କୁ ଆଇସିସି ୨ ବର୍ଷ ପାଇଁ ବ୍ୟାନ୍‌ କରିଛି। ଏହା ମଧ୍ୟରୁ ସେ ଗୋଟିଏ ବର୍ଷ କୌଣସି ପ୍ରକାରର କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story