ଆଜି କୋହଲିଙ୍କ ଜନ୍ମଦିନ

ଭୁବନେଶ୍ୱର: ଆଜି ହେଉଛି ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ୧୯୮୮ରେ ଆଜିର ଦିନରେ ସେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ପ୍ରେମ କୋହଲି। ସେ ଜଣେ କ୍ରିମିନାଲ୍ ଲୟର ଥିଲେ। ତାଙ୍କ ମା’ଙ୍କ ନାଁ ସରୋଜ କହୋଲି। ବିରାଟଙ୍କର ଜଣେ ବଡ଼ ଭାଇ ଓ ଭଉଣୀ ଅଛନ୍ତି। ସେମାନଙ୍କ ନାଁ ବିକାଶ ଓ ଭାବନା। ପରିବାର ଲୋକଙ୍କ କହିବା ଅନୁଯାୟୀ ୩ ବର୍ଷ ବୟସରୁ […]

Virat Kohli

Virat Kohli

Rakesh Mallick
  • Published: Saturday, 05 November 2016
  • Updated: 05 November 2016, 09:03 AM IST

Sports

Latest News

Virat Kohliଭୁବନେଶ୍ୱର: ଆଜି ହେଉଛି ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ୧୯୮୮ରେ ଆଜିର ଦିନରେ ସେ ଦିଲ୍ଲୀର ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ପ୍ରେମ କୋହଲି। ସେ ଜଣେ କ୍ରିମିନାଲ୍ ଲୟର ଥିଲେ। ତାଙ୍କ ମା’ଙ୍କ ନାଁ ସରୋଜ କହୋଲି। ବିରାଟଙ୍କର ଜଣେ ବଡ଼ ଭାଇ ଓ ଭଉଣୀ ଅଛନ୍ତି। ସେମାନଙ୍କ ନାଁ ବିକାଶ ଓ ଭାବନା।

ପରିବାର ଲୋକଙ୍କ କହିବା ଅନୁଯାୟୀ ୩ ବର୍ଷ ବୟସରୁ କୋହଲି କ୍ରିକେଟ୍ ପ୍ରତି ରୁଚି ଦେଖାଇଥିଲେ। ୨୦୦୬ରେ ପ୍ରଥମ ଶ୍ରେଣୀ କ୍ରିକେଟ୍ ଡେବ୍ୟୁ କରିଥିଲେ କୋହଲି। ୨୦୦୮ରେ ତାଙ୍କରି ନେତୃତ୍ୱରେ ୧୯ ବର୍ଷରୁ କମ୍ ଭାରତୀୟ ଦଳ ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜେତା ହୋଇଥିଲା। ଏହାର କିଛି ମାସ ପରେ ସେ ଭାରତୀୟ ଜାତୀୟ ଟିମ୍‌ରେ ସ୍ଥାନ ପାଇଥିଲେ ଓ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳି ଥିଲେ। ସେ ୨୦୧୧ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୧ରେ ସେ ଟେଷ୍ଟ୍ ମ୍ୟାଚ୍‌ ଡେବ୍ୟୁ କରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ପ୍ରଥମ ମ୍ୟାଚ୍ ଖେଳିଥିଲେ। ୨୦୧୩ରେ ସେ ପ୍ରଥମ ଥର ପାଇଁ ଦିନିକିଆ ବ୍ୟାଟିଂରେ ଆଇସିସି ମାନ୍ୟତାରେ ଶୀର୍ଷ ସ୍ଥାନ ହାସଲ କରିଥିଲେ।

କୋହଲି ଏଯାବତ ୪୮ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୩,୫୫୪ ରନ୍ କରିଥିବା ବେଳେ ୧୭୬ଟି ଦିନିକିଆରୁ ୭,୫୭୦ ରନ୍ କରିଛନ୍ତି। ଟେଷ୍ଟରେ ସେ ୧୩ଟି ଶତକ ହାସଲ କରିଥିବା ବେଳେ ଦିନିକିଆରେ ୨୬ଟି ଶତକ ମାରିଛନ୍ତି। ସେ ୪୫ଟି ଟ୍ୱେଣ୍ଟି-ଟ୍ୱେଣ୍ଟି ୧୬୭୫ ରନ୍ କରିଛନ୍ତି।

୨୦୧୨ରେ କୋହଲି ‘ଆଇସିସି ୱାନ୍‌ଡେ ପ୍ଲେୟର ଅଫ୍ ଦ ଇୟର’ ପୁରସ୍କାର ପାଇଥିଲେ। ୨୦୧୩ରେ ଭାରତ ସରକାର ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଥିଲେ।

ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି।

ବିରାଟ କୋହଲିଙ୍କୁ ଆମ ତରଫରୁ ଜନ୍ମଦିନର ଶୁଭେଚ୍ଛା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos