୪୭ ବର୍ଷରେ ପାଦ ଥାପିଲେ ଟିମ ଇଣ୍ଡିଆର ଦ ୱାଲ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଦ ୱାଲ ଭାବେ ପରିଚିତ ରାହୁଲ ଡ୍ରାଭିଡ୍‌ ଆଜି ୪୭ ବର୍ଷ ବୟସରେ ପହଞ୍ଚିଛନ୍ତି। ଭାରତ ପାଇଁ ୧୬୪ ଟେଷ୍ଟ, ୩୪୪ଟି ଦିନିକିଆ ଓ ଗୋଟିଏ ମାତ୍ର ଟି-୨୦ ଖେଳିଥିବା ଡ୍ରାଭିଡଙ୍କ ଜନ୍ମ ଦିନରେ ବହୁ କିମ୍ବଦନ୍ତୀ କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୨୦୧୨ ମସିହା ମାର୍ଚ୍ଚ ମାସରେ କ୍ରିକେଟକୁ ଅଲବିଦା କହିଥିବା ଡ୍ରାଭିଡ୍ ଭାରତ ପାଇଁ ୪୮ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। […]

va

va

Hemant Lenka
  • Published: Saturday, 11 January 2020
  • Updated: 11 January 2020, 04:07 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଦ ୱାଲ ଭାବେ ପରିଚିତ ରାହୁଲ ଡ୍ରାଭିଡ୍‌ ଆଜି ୪୭ ବର୍ଷ ବୟସରେ ପହଞ୍ଚିଛନ୍ତି। ଭାରତ ପାଇଁ ୧୬୪ ଟେଷ୍ଟ, ୩୪୪ଟି ଦିନିକିଆ ଓ ଗୋଟିଏ ମାତ୍ର ଟି-୨୦ ଖେଳିଥିବା ଡ୍ରାଭିଡଙ୍କ ଜନ୍ମ ଦିନରେ ବହୁ କିମ୍ବଦନ୍ତୀ କ୍ରିକେଟର ଓ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୧୨ ମସିହା ମାର୍ଚ୍ଚ ମାସରେ କ୍ରିକେଟକୁ ଅଲବିଦା କହିଥିବା ଡ୍ରାଭିଡ୍ ଭାରତ ପାଇଁ ୪୮ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ୧୯୩୭ ମସିହା ଆଜିର ଦିନରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ଗ୍ରହଣ କରିଥିବା ଡ୍ରାଭିଡ୍‌ ଭାରତ ସମେତ ସ୍କଟଲ୍ୟାଣ୍ଡ, କର୍ଣ୍ଣାଟକା, କେଣ୍ଟ, ରାଜସ୍ଥାନ ରୟାଲ୍ସ ଓ ରୟଲା ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ ପାଇଁ ଖେଳିଛନ୍ତି।

ସେ ୧୯୯୮ରେ ଅର୍ଜୁନ ପୁରସ୍କାର, ୨୦୦୪ରେ ଆଇସିସି କ୍ରିକେଟିୟର ଅଫ ଦି ଇୟର, ୨୦୦୪ରେ ପଦ୍ମଶ୍ରୀ ଓ ୨୦୧୩ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି। ସେ ବିଶ୍ୱର ୪ର୍ଥ ଖେଳାଳି ଯିଏ ଟେଷ୍ଟରେ ସର୍ବାଧିକ ସ୍କୋର କରିଛନ୍ତି। ଡ୍ରାଭିଡ୍‌ ଟେଷ୍ଟ କ୍ରିକେଟରେ ୫୨.୩୧ ହାରରେ ୧୩,୨୮୮ ରନ କରିଛନ୍ତି। ଟେଷ୍ଟ ଖେଳୁଥିବା ସମସ୍ତ ୧୦ ଦେଶ ବିରୋଧରେ ଡ୍ରାଭିଡ୍‌ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ଶତକ ହାସଲ କରିଥିଲେ।

ବର୍ତ୍ତମାନ ଡ୍ରାଭିଡ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଡାଇରେକ୍ଟର ଅଫ କ୍ରିକେଟ ଅପରେସନ ପଦରେ ରହିଛନ୍ତି। ଆଜି ଡ୍ରାଭିଡ୍‌ଙ୍କ ଜନ୍ମ ଦିନରେ ସଚିନ ତେନ୍ଦୁଲକର କହିଛନ୍ତି, “ଜନ୍ମ ଦିନର ଶୁଭେଚ୍ଛା ଜାମ୍ମି। ଆପଣ ଯେତେବେଳେ ବ୍ୟାଟିଂ କରନ୍ତି, ସେତେବେଳେ ବୋଲମାନେ ବିବ୍ରତ ହୋଇପଡ଼ନ୍ତି। ମୋ ବନ୍ଧୁ ତୁମକ କୃତିଜ୍ଞତା ଜଣାଉଛି।”

ଏହାବାଦ ବୀରେନ୍ଦ୍ର ସେହେୱାଗ, ଯୁବରାଜ ସିଂହ, ମହମ୍ମଦ କୈଫ, ବସିସିଆଇ,ଭିଭିଏସ ଲକ୍ଷ୍ମଣ, ଅଜିଙ୍କ୍ୟ ରାହଣେ, କୁଲଦୀପ ଯାଦବ, ହର୍ଷ ବୋଗଲେ, ଆଇସିସି, ରାୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଜୟ ଶାହ ଓ ରୁଦ୍ଧିମାନ ସାହାଙ୍କ ଭଳି ଅନେକ ବିଶିଷ୍ଟ ବ୍ୟକ୍ତି ଡ୍ରାଭିଡ୍କୁ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos