ହାର୍ଦ୍ଦିକ, ଭୁବନେଶ୍ୱର ଓ ଧୱନଙ୍କ ଫିଟନେଶ ଯାଞ୍ଚ କଲେ ଏମଏସକେ ପ୍ରସାଦ

ନଭି ମୁମ୍ବାଇ: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ଦୀର୍ଘଦିନ ହେଲା ବାଦ ପଡ଼ିଥିବା ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ବ୍ୟାଟସମ୍ୟାନ ଶିଖର ଧୱନ ଏବେ ଫିଟ ହୋଇଯାଇଥିବା ସୂଚନା ମିଳିଛି। ଏହି ୩ ଖେଳାଳିଙ୍କ ଫିଟ୍‌ନେଶର ଯାଞ୍ଚ ଖୋଦ୍‌ ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ କରିଛନ୍ତି। ଯାଞ୍ଚ ପରେ ୩ ଜଣଙ୍କ ଯାକ ଫିଟ ରହିଥିବା ପ୍ରସାଦ କହିବା ସହ ସମସ୍ତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ […]

ws

ws

Hemant Lenka
  • Published: Saturday, 29 February 2020
  • Updated: 29 February 2020, 04:35 PM IST

Sports

Latest News

ନଭି ମୁମ୍ବାଇ: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ଦୀର୍ଘଦିନ ହେଲା ବାଦ ପଡ଼ିଥିବା ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ବ୍ୟାଟସମ୍ୟାନ ଶିଖର ଧୱନ ଏବେ ଫିଟ ହୋଇଯାଇଥିବା ସୂଚନା ମିଳିଛି। ଏହି ୩ ଖେଳାଳିଙ୍କ ଫିଟ୍‌ନେଶର ଯାଞ୍ଚ ଖୋଦ୍‌ ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ କରିଛନ୍ତି।

ଯାଞ୍ଚ ପରେ ୩ ଜଣଙ୍କ ଯାକ ଫିଟ ରହିଥିବା ପ୍ରସାଦ କହିବା ସହ ସମସ୍ତଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଚୟନ କରାଯାଇ ପାରେ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି।

ଶୁକ୍ରବାର ରିଲାଏନ୍ସ ୱାନ ଓ ବ୍ୟାଙ୍କ ଅଫ ବରୋଦା ମଧ୍ୟରେ ଡିୱାଇ ପାଟିଲ ଷ୍ଟାଡିୟମରେ ଟି-୨୦ ମ୍ୟାଚ୍‌ ଖେଳାଯାଉଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ପାଣ୍ଡ୍ୟା, ଧୱନ ଓ ଭୁବନେଶ୍ୱର କୁମାର ଖେଳୁଥିବା ଜଣାପଡ଼ିଥିଲା। ଏହି ଖବର ମିଳିବା ପରେ ବିସିସିଆଇ ଚୟନକର୍ତ୍ତା ଟିମ୍‌ର ଅଧ୍ୟକ୍ଷ ପ୍ରସାଦଙ୍କୁ ସେଠାକୁ ଯାଇ ୩ ଖେଳାଳିଙ୍କ ଫିଟନେଶ ଯାଞ୍ଚ କରିବାକୁ କହିଥିଲେ।

ଏହାପରେ ସେ ଷ୍ଟାଡିୟମରେ ପହଞ୍ଚି ସମସ୍ତଙ୍କର ଫିଟନେଶ ଯାଞ୍ଚ କରିଛନ୍ତି। ମ୍ୟାଚ୍‌ ପରେ ପ୍ରସାଦ କହିଛନ୍ତି, “ହାର୍ଦ୍ଦିକ ଓ ଭୁବନେଶ୍ୱର କୁମାର ଠିକ୍‌ ଭାବେ ବୋଲିଂ କରିଥିବାରୁ ଏହା ଆମ ପାଇଁ ଭଲ ସଙ୍କେତ । ୩ ଜଣ ଯାକ ଭଲ ଲୟରେ ରହିଛନ୍ତି। ମୁଁ ଏଥିରେ ବୁହୁତ ଖୁସି।”

କେବଳ ପ୍ରସାଦ ନୁହନ୍ତି, ଇଣ୍ଡିଆ ଏ ଓ ଅଣ୍ଡର ୧୯ କୋଚ ପାରସ ମହାମବ୍ରେୟ, ଏନସିଏ ଫିଜିଓ ଆଶିଷ କୌଶିକ, ମୁମ୍ବାଇ ଇଣ୍ଡିଆନ୍ସର ସର୍ପୋଟ ଷ୍ଟାଫ ପ୍ରବୀଣ ଆମରେ, କିରଣ ମୋରେ, ଜାହିର ଖାନ, ରବିନ ସିଂହ ଓ ଟିଏ ସେକାର ପ୍ରମୁଖ ଉପସ୍ଥିତ ଥିଲେ। କାରଣ ଆଇପିଏଲ ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେଉଛି। ତେଣୁ ପାଣ୍ଡ୍ୟାଙ୍କ ଫିଟନେଶ ଉପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos