ରେକର୍ଡ କଲେ ପାଣ୍ଡ୍ୟା ବ୍ରଦର୍ସ

ୱେଲିଙ୍ଗଟନ୍‌: ଟିମ୍‌ ଇଣ୍ଡିଆର ଦୁଇ ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି। କୃନାଲ ଓ ହାର୍ଦ୍ଦିକ ହେଉଛନ୍ତି ଦୁଇ ଭାଇ। ଏଭଳି ଗୋଟିଏ ମ୍ୟାଚ୍‌ରେ ଦୁଇ ଭାଇ ଖେଳିବା ଭାରତ ପାଇଁ ଦ୍ୱିତୀୟ ଘଟଣା। ପୂର୍ବରୁ ଇରଫାନ ପଠାନ ଓ ୟୁସୁଫ ପଠାନ ପ୍ରଥମ ଦୁଇ ଭାଇଙ୍କ ଯୋଡ଼ି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପଠାନ ବ୍ରଦର୍ସ […]

ga

ga

Hemant Lenka
  • Published: Wednesday, 06 February 2019
  • Updated: 06 February 2019, 03:27 PM IST

Sports

Latest News

ୱେଲିଙ୍ଗଟନ୍‌: ଟିମ୍‌ ଇଣ୍ଡିଆର ଦୁଇ ପ୍ରମୁଖ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳି ରେକର୍ଡ ବୁକ୍‌ରେ ନିଜକୁ ସାମିଲ କରିଛନ୍ତି। କୃନାଲ ଓ ହାର୍ଦ୍ଦିକ ହେଉଛନ୍ତି ଦୁଇ ଭାଇ।

ଏଭଳି ଗୋଟିଏ ମ୍ୟାଚ୍‌ରେ ଦୁଇ ଭାଇ ଖେଳିବା ଭାରତ ପାଇଁ ଦ୍ୱିତୀୟ ଘଟଣା। ପୂର୍ବରୁ ଇରଫାନ ପଠାନ ଓ ୟୁସୁଫ ପଠାନ ପ୍ରଥମ ଦୁଇ ଭାଇଙ୍କ ଯୋଡ଼ି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପଠାନ ବ୍ରଦର୍ସ ଏକାଠି ୮ଟି ଟି-୨୦ ମ୍ୟାଚ୍‌ ଭାରତ ପାଇଁ ଖେଳିଥିଲେ। ଏବେ ପାଣ୍ଡ୍ୟା ବ୍ରଦର୍ସ ଦ୍ୱିତୀୟ ଦୁଇ ଭାଇଙ୍କ ଯୋଡ଼ି ଭାରତ ପାଇଁ ପ୍ରତିନିଧିତ୍ୱ କରିଛନ୍ତି।

ଆଜିର ମ୍ୟାଚ୍‌ରେ କୃନାଲ ପାଣ୍ଡ୍ୟା ୪ ଓଭର୍‌ ବୋଲିଂ କରି ୩୭ ରନ୍‌ରେ ଗୋଟିଏ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ୪ ଓଭର୍‌ରେ ୫୨ ରନ୍‌ ଦେଇ ୨ଟି ୱିକେଟ୍‌ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos