ବିସିସିଆଇ ନୋଟିସ୍‌ର ଏମିତି ଜବାବ ଦେଲେ ହାର୍ଦ୍ଦିକ

ସିଡ୍‌ନୀ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କ ‘ କଫି ୱିଥ୍‌ କରନ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଏଥିପାଇଁ କ୍ଷମା ମାଗିଛନ୍ତି। ପାଣ୍ଡ୍ୟା ଓ କେଏଲ୍‌ ରାହୁଲ ଏହି ଟକ୍‌ ଶୋରେ ଯୋଗଦେଇ ଅଶ୍ଳାଳୀନ ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା। ଏହାର ଜବାବରେ ପାଣ୍ଡ୍ୟା କହିଛନ୍ତି, “ ମୁଁ ଏକ ଟକ୍‌ ଶୋରେ ଯୋଗଦେଇ କିଛି ଏଭଳି […]

h

h

Hemant Lenka
  • Published: Thursday, 10 January 2019
  • Updated: 10 January 2019, 10:53 AM IST

Sports

Latest News

ସିଡ୍‌ନୀ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କ ‘ କଫି ୱିଥ୍‌ କରନ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାଙ୍କ ଉପରେ ଅରୁଚିକର ମନ୍ତବ୍ୟ ଦେଇଥିବା ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଏଥିପାଇଁ କ୍ଷମା ମାଗିଛନ୍ତି। ପାଣ୍ଡ୍ୟା ଓ କେଏଲ୍‌ ରାହୁଲ ଏହି ଟକ୍‌ ଶୋରେ ଯୋଗଦେଇ ଅଶ୍ଳାଳୀନ ମନ୍ତବ୍ୟ ଦେଇଥିବାରୁ ବିସିସିଆଇ ଏମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା।

ଏହାର ଜବାବରେ ପାଣ୍ଡ୍ୟା କହିଛନ୍ତି, “ ମୁଁ ଏକ ଟକ୍‌ ଶୋରେ ଯୋଗଦେଇ କିଛି ଏଭଳି ମନ୍ତବ୍ୟ ଦେଇଛି, ଯାହା ଅନ୍ୟମାନଙ୍କୁ ଆଘାତ ଦେଇଛି। ମୁଁ ଭାବି ନଥିଲି କେବେ ଏମିତି ଘଟଣା ଘଟିବ ବୋଲି। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି। ସମାଜର କୌଣସି ବର୍ଗଙ୍କୁ ତୁଚ୍ଛ କରି ଦେଖାଇବା ବା ଅପମାନିତ କରିବା ମୋର ଉଦ୍ଦେଶ୍ୟ ନଥିଲା। ଶୋରେ କଥାବାର୍ତ୍ତା ଚାଲୁଥିବା ବେଳେ ମୁଁ ଏପରି କହୁ କହୁ କହି ଦେଇଥିଲି। ମୁଁ ଭାବିନଥିଲି ଯେ ଏହାକୁ ନେଇ କେହି ଆଘାତ ପାଇବେ। ବିସିସିଆଇକୁ କହିବାକୁ ଚାହୁଁଛି ଯେ ଏବେଠାରୁ ବୋର୍ଡର ନିର୍ଦ୍ଦେଶରେ କାର୍ଯ୍ୟ କରିବ ଏବଂ ଭବିଷ୍ୟତରେ ଏମିତି ଘଟଣାର ପୁନରାବୃତ୍ତି କରିବି ନାହିଁ।”

ବର୍ତ୍ତମାନ ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଆରମ୍ଭ ହେବାକୁ ଥିବା ଦିନିକିଆ ସ୍କ୍ୱାଡ୍‌ରେ ପାଣ୍ଡ୍ୟା ରହିଛନ୍ତି। ସେହିଠାରୁ ହିଁ ସେ ଚିଠି ଲେଖି ବିସିସିଆଇକୁ ଏଭଳି ଜବାବ ଦେଇଛନ୍ତି। ଅନ୍ୟପକ୍ଷରେ ରାହୁଲ କାରଣ ଦର୍ଶାଅ ନୋଟିସ୍‌ର ଜବାବ କ’ଣ ଦେଇଛନ୍ତି, ତାହା ଜଣାପଡ଼ିନାହିଁ।

କଫି ୱିଥ୍‌ କରନ୍‌ରେ ପାଣ୍ଡ୍ୟା କହିଥିବା ବିଭିନ୍ନ କଥା ମଧ୍ୟରୁ ଗୋଟିଏ ଥିଲା, ସେ ବିଭିନ୍ନ ମହିଳାଙ୍କ ସହିତ ସମୟ ବିତାଇଛନ୍ତି ଏବଂ ପ୍ରଥମ ଥର ‘ଭର୍ଜିନିଟି’ ହରାଇବା ଦିନ ସେ ବାପା ମା’ଙ୍କୁ ମଧ୍ୟ ଜଣାଇଥିଲେ ବୋଲି ଏହି ଶୋ’ରେ କହିଥିଲେ। ସେ ଖୋଲାଖୋଲି ଭାବରେ କହିଥିଲେ, ମୁଁ ବାପା ମା’ଙ୍କୁ ସେହିଦିନ ହିଁ ଜଣାଇଥିଲି ମୁଁ କଣ କରିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story