ନେଟ୍ସରେ ଝାଳ ବୁହାଇଲେ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ
ଧର୍ମଶାଳା: ଆସନ୍ତା ୧୨ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ ଜରିଆରେ ଟିମ୍ ଇଣ୍ଡିଆକୁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କମବ୍ୟାକ କରୁଛନ୍ତି। ଆହତ ସମସ୍ୟା ଯୋଗୁ ସେ ଦୀର୍ଘଦିନ ହେଲା ଦଳରୁ ବାଦ ପଡ଼ୁଥିଲେ। ହେଲେ ରବିବାର ଟିମ୍ ଘୋଷଣା ବେଳେ ହାର୍ଦ୍ଦିକଙ୍କୁ ଏଥିରେ ସାମିଲ କରାଯାଇଛି।
ଟିମ୍ ସ୍କ୍ୱାଡରେ ସ୍ଥାନ ପାଇଥିବା ହାର୍ଦ୍ଦିକ ଆଜିଠାରୁ ପ୍ରଥମ ଦିନିକିଆ ପାଇଁ ଧର୍ମଶାଳାରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ବିସିସିଆଇ ପକ୍ଷରୁ ହାର୍ଦ୍ଦିକ ନେଟ୍ସରେ ବ୍ୟାଟିଂ କରୁଥିବା ବେଳର ଭିଡିଓ ପୋଷ୍ଟ କରାଯାଇଛି। ଏଥିରେ ହାର୍ଦ୍ଦିକ ବଡ଼ ବଡ଼ ଶଟ ମାରି ବଲକୁ ଦର୍ଶକଙ୍କ ଗ୍ୟାଲେରୀରେ ପକାଉ ଥିବା ଦେଖିବାକୁ ମିଳୁଛି।
THAT sound 💥🔊
WHACKED – courtesy @hardikpandya7 #TeamIndia #INDvsSA pic.twitter.com/YKFTDHRoEU— BCCI (@BCCI) March 10, 2020
ପାଣ୍ଡ୍ୟା ଭାରତ ପାଇଁ ଶେଷଥର ୨୦୧୯ ଅକ୍ଟୋବର ମାସରେ ଖେଳିଥିଲେ। ଏହାପରେ ସେ ପିଠି ଯନ୍ତ୍ରଣାର ସମ୍ମୁଖୀନ ହୋଇ ଲଣ୍ଡନରେ ଏହାର ଅସ୍ତ୍ରୋପଚାର କରିଥିଲେ। ନିକଟରେ ସେ ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳୁଥିବା ମ୍ୟାଚ୍ରେ ଶତକ ହାସଲ କରିଥିଲେ। ନିଜର ବିସ୍ଫୋରକ ବ୍ୟାଟିଂରେ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ହାର୍ଦ୍ଦିକ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ପାଣ୍ଡ୍ୟାଙ୍କ ବ୍ୟତୀତ ଶିଖର ଧୱନ ଓ ଭୁବନେଶ୍ୱର କୁମାର ମଧ୍ୟ ଏହି ସିରିଜ ଜରିଆରେ ଟିମ୍ ଇଣ୍ଡିଆକୁ କମବ୍ୟାକ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।