ଶେଷରେ ଜିତିଲା ଟିମ୍‌ ଇଣ୍ଡିଆ, ଅଷ୍ଟ୍ରେଲିଆ ୧୩ ରନ୍‌ରେ ହାରିଲା

କାନବେରା: ସିରିଜ କ୍ଲିନସୁଇପ ଲଜ୍ଜାରୁ ଅଳ୍ପକେ ବର୍ତ୍ତି ଯାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଠାରୁ ଲଗାତର ୨ଟି ମ୍ୟାଚ୍‌ ହାରି ସିରିଜ୍‌ ହାତ ଛଡ଼ା କରିଥିବା କରିଥିବା ବିରାଟ ବାହିନୀ ଆଜି ଶେଷରେ ବିଜୟ ସ୍ୱାଦ ଚାଖିଛି। ସିରିଜ୍‌ର ଶେଷ ତଥା ତୃତୀୟ ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ୍‌କୁ ଭାରତ ୧-୨ରେ ଶେଷ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୦୨ ରନ୍‌ […]

ds

ds

Hemant Lenka
  • Published: Wednesday, 02 December 2020
  • Updated: 02 December 2020, 05:15 PM IST

Sports

Latest News

କାନବେରା: ସିରିଜ କ୍ଲିନସୁଇପ ଲଜ୍ଜାରୁ ଅଳ୍ପକେ ବର୍ତ୍ତି ଯାଇଛି ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ଠାରୁ ଲଗାତର ୨ଟି ମ୍ୟାଚ୍‌ ହାରି ସିରିଜ୍‌ ହାତ ଛଡ଼ା କରିଥିବା କରିଥିବା ବିରାଟ ବାହିନୀ ଆଜି ଶେଷରେ ବିଜୟ ସ୍ୱାଦ ଚାଖିଛି। ସିରିଜ୍‌ର ଶେଷ ତଥା ତୃତୀୟ ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ୧୩ ରନ୍‌ରେ ପରାସ୍ତ କରିଛି।

ଏହି ବିଜୟ ସହ ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ୍‌କୁ ଭାରତ ୧-୨ରେ ଶେଷ କରିଛି। ଭାରତ ପ୍ରଥମେ ବ୍ୟାଟିଂ କରି ୩୦୨ ରନ୍‌ କରିଥିବା ବେଳେ ଅଷ୍ଟ୍ରେଲିଆ ୧୦ ୱିକେଟ ହରାଇ ୨୮୯ ରନ୍‌ କରିବାକୁ ସକ୍ଷମ ହୋଇଛି। ୭୬ ବଲରେ ବିସ୍ଫୋରକ ୯୨ ରନ୍‌ର ଇନିଂସ୍‌ ଖେଳିଥିବା ହାର୍ଦ୍ଦିକ ପାଣ୍ତ୍ୟା ମ୍ୟାନ ଦି ମ୍ୟାଚ୍‌ ହୋଇଛନ୍ତି। ଏହି ବିସ୍ଫୋରକ ଇନିଂସ୍‌ରେ ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସିଡ୍‌ନୀରେ ଟସ୍‌ ସହ ମ୍ୟାଚ୍‌ ହାରିଥିବା ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଜି ଟସ୍‌ ଜିତିଥିଲେ। କାନବେରାରେ ଟସ୍‌ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ୯୨ ଓ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ୬୬ ରନ୍‌ ବଳରେ ଭାରତ ୫ ୱିକେଟ ହରାଇ ୩୦୨ ରନ୍‌ କରିଥିଲା।

୩୦୩ ରନ୍‌ର ଟାର୍ଗେଟ ପିଛା କରୁଥିବା ଅଷ୍ଟ୍ରେଲିଆ ଆରମ୍ଭରୁ କାମଚଳା ଓପନର ମାର୍ନସ ଲାବୁସେନ(୭)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ଭାରତ ପାଇଁ ଡେବ୍ୟୁ କରୁଥିବା ଟି ନଟରାଜନ ନେଇଥିଲେ। ଲଗାତର ଶତକ ହାସଲ କରିଥିବା ଷ୍ଟିଭ ସ୍ମିଥ(୭) ମଧ୍ୟ ବେଶୀ ସମୟ କ୍ରିଜ୍‌ରେ ତିଷ୍ଟି ପାରି ନଥିଲେ।

ତେବେ ଅଧିନାୟକ ଆରୋନ ଫିଞ୍ଚ ଓ ମୋଜିସ ହେନରିକସ କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ ପାଇଁ ୫୦ରୁ ଅଧିକ ରନ୍‌ ଭାଗିଦାରୀ ମଧ୍ୟ ହୋଇଥିଲା। କିନ୍ତୁ ୨୨ ରନ୍‌ କରିଥିବା ହେନରିକସଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ।

ଭଲ ଲୟରେ ଥିବା ଫିଞ୍ଚ ଚଳିତ ସିରିଜ୍‌ରେ ନିଜର ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ସେ ୭୫ ରନ୍‌ କରିଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। କ୍ୟାମେରନ ଗ୍ରୀନ(୨୧) କୁଲଦୀପ ଯାଦବଙ୍କ ଶିକାର ବନିଥିଲେ।

୧୫୮ରେ ୫ ୱିକେଟ ହରାଇ ଅଷ୍ଟ୍ରେଲିଆ ସଙ୍କଟରେ ପଡ଼ିଥିବା ବେଳେ ଆଲେକ୍ସ କେରୀ ଓ ମ୍ୟାକ୍ସୱେଲ ଜବରଦସ୍ତ ବ୍ୟାଟିଂ କରିଥିଲେ। ଉଭୟ ଦଳୀୟ ସ୍କୋରକୁ ୧୫୮ରୁ ନେଇ ୨୧୦ରେ ପହଞ୍ଚାଇଥିଲେ। କିନ୍ତୁ ଏତିକି ବେଳେ କ୍ୟାରୀ(୩୮) ରନ ଆଉଟ ହୋଇଯାଇଥିଲେ।

ଏହାର ପ୍ରଭାବ କିନ୍ତୁ ମ୍ୟାକ୍ସୱେଲଙ୍କ ଉପରେ ପଡ଼ି ନଥିଲା। ସେ ବଡ଼ବଡ଼ ଶଟ ଖେଳି ଭାରତ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏପରି କି ସେ ଅଷ୍ଟନ ଅଗରଙ୍କ ସହ ମିଶି ୭ମ ୱିକେଟ ପାଇଁ ୫୦ ରନ୍‌ ଯୋଡ଼ିଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

କିନ୍ତୁ ୩୮ ବଲରେ ୫୯ ରନ୍‌ କରିଥିବା ମ୍ୟାକ୍ସୱେଲଙ୍କୁ ଠିକଣା ସମୟରେ ବୋଲ୍ଡ କରି ବୁମ୍ରା ଭାରତୀୟ ଶିବରରେ ବିଜୟ ଆଶା ସୃଷ୍ଟି କରିଥିଲେ। ମ୍ୟାକ୍ସୱେଲଙ୍କ ପରେ ଶାର୍ଦ୍ଦୁଲ ଠାକରୁ ଓ ନଟରାଜନ ଯଥାକ୍ରମେ ସେନ ଆବୋଟ(୪) ଓ ଅଗର(୨୮)ଙ୍କୁ ଆଉଟ କରିଦେଇଥିଲେ। ଶେଷ ଓଭରରେ ବୁମ୍ରା ୪ ରନ୍‌ କରିଥିବା ଆଡାମ ଜାମ୍ପାଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦନ ଟାଣିଥିଲେ।

ଭାରତ ପକ୍ଷରୁ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୁମ୍ରା ଓ ନଟରାଜନ ୨ଟି ଲେଖାଏ ୱିକେଟ ପାଇଛନ୍ତି। ସେହିପରି କୁଲଦୀପ ଯାଦବ ଓ ଜାଡେଜା ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos