ବିଶ୍ୱ ମାନ୍ୟତାର ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ହାରିକା

ହାଇଦ୍ରାବାଦ୍‌: ଆଇସିଲ ଅଫ୍‌ ମ୍ୟାନ ଅନ୍ତର୍ଜାତୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟରେ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଭାରତୀୟ ଚେସ୍‌ ତାରକା ହାରିକା ଡ୍ରୋନାଭାଲି ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେ ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସାମିଲ ହୋଇଛନ୍ତି।

ଆଇସିଲ ଅଫ୍‌ ମ୍ୟାନରେ ସେ କେବଳ ୫.୫ ପଏଣ୍ଟରେ ଖେଳ ଶେଷ କରି ନ ଥିଲେ ବିଶ୍ୱ ମାନ୍ୟତାର ନମ୍ବର ୱାନ ହୋୟୁ ୟିଫାନଙ୍କୁ ମଧ୍ୟ ପରାସ୍ତ କରିଥିଲେ।

ଟୁର୍ଣ୍ଣାମେଣ୍ଟର ୯ଟି ମ୍ୟାଚ୍‌ରୁ ସେ ୪ଟିରେ ବିଜୟୀ ହୋଇଥିଲେ। ୩ଟି ମ୍ୟାଚ୍‌ ଡ୍ର’ ରଖିଥିବା ବେଳେ ମାତ୍ର ୨ଟିରେ ପରାସ୍ତ ହୋଇଥିଲେ।

ହାରିକା କହିଛନ୍ତି,“ଏହା ମୋ ଆତ୍ମବିଶ୍ୱାସକୁ ବହୁତ ବଢାଇଛି। ଏଥିପାଇଁ ମୁଁ କଠିନ ପରିଶ୍ରମ କରିଥିଲି। ଗତ ଜୁଲାଇରେ ମୁଁ ମୋ କ୍ୟାରିୟରରେ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସାମିଲ ହୋଇ ପାରିଥିଲି। ହେଲେ ଏହାପରେ ମୋ ମାନ୍ୟତାରେ ଅବନତି ଘଟିଥିଲା।

ଆହୁରି ପଢ଼ନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ