ଶୁକ୍ରବାର ମାତ୍ର ୪୦ ମିନିଟ୍‌ ଶୋଇଥିଲେ ଈଶାନ୍ତ ଶର୍ମା, ଜାଣନ୍ତୁ କାରଣ

ୱେଲିଙ୍ଗଟନ୍: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଈଶାନ୍ତ ଶର୍ମା ହିଁ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ଭାବେ ୩ଟି ୱିକେଟ ଦଖଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ଟୁର ପୂର୍ବରୁ ଈଶାନ୍ତ ଆହତ ସମସ୍ୟା ଦେଇ ଗତି କରୁଥିଲେ। ଏପରି କି ସେ ଟିମ୍ ସହ ନ୍ୟୁଜିଲ୍ୟାଣ୍ଡ ଆସି ପାରି ନଥିଲେ। ତଥାପି ସେ ୩ଟି ୱିକେଟ ନେଇ କମାଲ କରିଛନ୍ତି।

ତେବେ ଦ୍ୱିତୀୟ ଦିନ ଖେଳ ପୂର୍ବରୁ ଅର୍ଥାତ ଶୁକ୍ରବାର ଈଶାନ୍ତ ମାତ୍ର ୪୦ ମିନିଟ୍ ପାଇଁ ଶୋଇବାକୁ ସକ୍ଷମ ହୋଇଥିଲେ ବୋଲି କହିଛନ୍ତି। ଆଜି ଷ୍ଟମ୍ପ ଅପସାରଣ ପରେ ଈଶାନ୍ତ ନିଜ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରି ପାରି ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଥମ ଟେଷ୍ଟର ୭୨ ଘଣ୍ଟା ପୂର୍ବରୁ ହିଁ ଈଶାନ୍ତ ଶର୍ମା ଫିଟନେଶ ଟେଷ୍ଟରେ ପାସ ହୋଇ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲେ। ଏଥିପାଇଁ ସେ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ମାତ୍ର ୩ ଘଣ୍ଟା ଓ ଗତକାଲି ମାତ୍ର ୪୦ ମିନିଟ୍‌ ଶୋଇବାକୁ ସମୟ ପାଇଥିଲେ। ତଥାପି ଈଶାନ୍ତ ଶର୍ମା ଆଜି ବୋଲିଂରେ କୌଣସି କ୍ଲାନ୍ତ ଅନଭୁବ କରୁଥିବା ପଡ଼ିଆରେ ଦେଖିବାକୁ ମିଳି ନଥିଲା।

ଈଶାନ୍ତ କହିଛନ୍ତି, “ଆଜିର ପ୍ରଦର୍ଶନରେ ମୁଁ ଖୁସି ନାହିଁ। ଦୁଇ ଦିନ ହେଲା ମୁଁ ଶୋଇନାହିଁ। ଆଜି ମଧ୍ୟ ମୁଁ ସଂଘର୍ଷ କରିଥିଲି। ମୁଁ ଯେଉଁ ଢଙ୍ଗରେ ବୋଲିଂ କରିବାକୁ ଚାହୁଁଥିଲି, ସେପରି ହୋଇନାହିଁ।

ଟିମ୍‌ ମୋତେ ଖେଳିବାକୁ କହିଲା ଓ ମୁଁ ଖେଳିବାକୁ ପ୍ରସ୍ତୁତ ହୋଇଗଲି। କାରଣ ମୁଁ ଟିମ୍‌ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ। ମୁଁ ବୋଲିଂରେ ଅସନ୍ତୁଷ୍ଟ ନୁହେଁ। ମୋ ଶରୀରକୁ ନେଇ ଅସନ୍ତୁଷ୍ଟ। ଗତକାଲି ମୁଁ ୪୦ ମିନିଟ୍ ପାଇଁ ଶୋଇଥିବା ବେଳେ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ମାତ୍ର ୩ ଘଣ୍ଟା ଶୋଇଥିଲି। ବିମାନରେ ଆସିବା କ୍ଲାନ୍ତିକୁ ଆମେ ଯେମିତି ହାଲୁକା କରିପାରିବା, ପଡ଼ିଆରେ ସେତିକି ଭଳ ପ୍ରଦର୍ଶନ କରିପାରିବା।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।