ରିଓ ଅଲିମ୍ପିକ୍‌: ୧୦ମି ଏୟାର ପିସ୍ତଲ ପ୍ରତିଯୋଗିତାରୁ ସିଦ୍ଧୁ ବିଦା

ରିଓ ଡି ଜେନେରିଓ: ରିଓ ଡି ଜେନେରିଓର ଅଲିମ୍ପିକ୍‌ ସୁଟିଂ କମ୍ପ୍ଲେକ୍ସରେ ଅନୁଷ୍ଠିତ ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଅସଫଳ ହୋଇଛନ୍ତି ଭାରତୀୟ ସୁଟର ହୀନା ସିଦ୍ଧୁ। ହୀନା ୧୪ ତମ ସ୍ଥାନରେ ଫାଇନାଲକୁ ଯିବାରେ ଅସମର୍ଥ ହୋଇଛନ୍ତି। ଯେଉଁଥିରେ ପ୍ରଥମ ୮ ଜଣ ସୁଟର ଫାଇନାଲକୁ ଯାଇଛନ୍ତି। ହୀନା ୪ଟି ରାଉଣ୍ଡରେ ୯୪, ୯୫, ୯୬ ଓ ୯୫ ମିଟର ଲକ୍ଷ୍ୟଭେଦ କରି ମୋଟ ୯.୫୦୦ ସ୍କୋର କରିଛନ୍ତି। […]

hina sindu

hina sindu

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 09:12 PM IST

Sports

Latest News

ରିଓ ଡି ଜେନେରିଓ: ରିଓ ଡି ଜେନେରିଓର ଅଲିମ୍ପିକ୍‌ ସୁଟିଂ କମ୍ପ୍ଲେକ୍ସରେ ଅନୁଷ୍ଠିତ ମହିଳା ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାର ଯୋଗ୍ୟତା ଅର୍ଜନ ମ୍ୟାଚ୍‌ରେ ଅସଫଳ ହୋଇଛନ୍ତି ଭାରତୀୟ ସୁଟର ହୀନା ସିଦ୍ଧୁ। ହୀନା ୧୪ ତମ ସ୍ଥାନରେ ଫାଇନାଲକୁ ଯିବାରେ ଅସମର୍ଥ ହୋଇଛନ୍ତି। ଯେଉଁଥିରେ ପ୍ରଥମ ୮ ଜଣ ସୁଟର ଫାଇନାଲକୁ ଯାଇଛନ୍ତି।

ହୀନା ୪ଟି ରାଉଣ୍ଡରେ ୯୪, ୯୫, ୯୬ ଓ ୯୫ ମିଟର ଲକ୍ଷ୍ୟଭେଦ କରି ମୋଟ ୯.୫୦୦ ସ୍କୋର କରିଛନ୍ତି।

ରୁଷିଆର ଭିଟାଲିନା ବାଟସ୍କାରାସ୍କିନା ଓ ଏକାଟ୍ରିନା କୋରଶୁନୋଭା ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛନ୍ତି। ସେମାନେ ଯଥାକ୍ରମେ ୯.୭୫୦ ଓ ୯.୬୭୫ ସ୍କୋର କରିଛନ୍ତି।

ଗତକାଲି ଆୟୋନିକା ପାଲ ଓ ଅପୂର୍ବୀ ଚାନ୍ଦେଲା ମଧ୍ୟ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଯୋଗ୍ୟତା ଅର୍ଜନ କରି ନ ପାରି ବାଦ୍‌ ପଡିଥିଲେ। ପରେ ଜିତୁ ରାୟ ପୁରୁଷ ବର୍ଗରେ ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ପ୍ରଥମ ୮ ଜଣଙ୍କ ମଧ୍ୟରେ ରହିପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos