ନୂଆଦିଲ୍ଲୀ: ପଡ଼ିଆରେ କ୍ରିକେଟ୍ ଖେଳ ପରିଚାଳନାର ଭାର ଅମ୍ପାୟାରଙ୍କ ହାତରେ ନ୍ୟସ୍ତ ଥାଏ। ଖେଳର ପ୍ରତିଟି ଦିଗ ପ୍ରତି ତାଙ୍କର ତୀକ୍ଷ୍ଣ ନଜର ରହିଥାଏ। ସେ ଯେତେବଡ଼ ଖେଳାଳି ହୁଅନ୍ତୁ ନା କାହିଁକି ଅମ୍ପାୟାରଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ ହୋଇଥାନ୍ତି। କାରଣ ତାଙ୍କର ନିଷ୍ପତ୍ତିରେ ଖେଳାଳିଙ୍କୁ ଫାଇନ୍ ଦେବାକୁ ପଡ଼ିଥାଏ। ଗୋଟିଏ ଅର୍ଥରେ କହିବାକୁ ଗଲେ ପଡ଼ିଆ ଭିତରେ ସବୁଠାରୁ ଶକ୍ତିଶାଳୀ ଅମ୍ପାୟାରଙ୍କୁ ହିଁ ବୁଝାଇଥାଏ। ତେବେ ଏମାନଙ୍କ ଫି କେତେ ହୋଇଥିବ କେବେ ଭାବିଛନ୍ତି କି ? ବର୍ଷେ ତଳେ ଏମାନଙ୍କ ଦରମା କେତେ ଥିଲା ଆସନ୍ତୁ ଜାଣିବା।
ମାରାଇସ୍ ଇରାସ୍ମସ୍: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାରାଇସ୍ ଇରାସ୍ମସ୍ କ୍ରିକେଟ୍ର ତିନୋଟି ଫର୍ମାଟ୍ରେ ଯଥା- ଟେଷ୍ଟ, ୱାନ୍ଡେ ଓ ଟି-ଟେଣ୍ଟି ଅମ୍ପାୟାରିଂ କରିଛନ୍ତି। ଏପର୍ଯ୍ୟନ୍ତ ସେ ୪୮ ଟେଷ୍ଟ, ୭୪ ୱାନ୍ଡେ ଓ ୨୬ ଟି-ଟ୍ୱେଣ୍ଟିରେ ଅମ୍ପାୟାରିଂ କରିସାରିଲେଣି। ଗତବର୍ଷରେ ତାଙ୍କ ଫି ଥିଲା ବାର୍ଷିକ ୨୨ ଲକ୍ଷ ୭୫ ହଜାର ଟଙ୍କା। ଟେଷ୍ଟ ମ୍ୟାଚ୍ ଅମ୍ପାୟାରିଂ ପାଇଁ ସେ ଏକ ଲକ୍ଷ ୯୫ ହାଜାର ଟଙ୍କା ନେଇଥାନ୍ତି।
ନିଗେଲ୍ ଲିଓଙ୍ଗ୍: ଇଂଲଣ୍ଡର ଏହି କ୍ରିକେଟ୍ ଷ୍ଟାର୍ ତାଙ୍କ ସମୟରେ ଡାହାଣ ହାତି ବୋଲିଂ ଓ ବାମହାତି ବ୍ୟାଟିଂ କରୁଥିଲେ। ପରେ ସେ ଅମ୍ପାୟାରିଂ କରିଥିଲେ। ଏପର୍ଯ୍ୟନ୍ତ ସେ ୫୦ ଟି ଟେଷ୍ଟ, ୧୧୭ ୱାନ୍ଡେ ଓ ୩୨ ଟି-ଟେଣ୍ଟି ମ୍ୟାଚ୍ରେ ଅମ୍ପାୟାରିଂ କରିସାରିଛନ୍ତି। ଖେଳ ପରିଚାଳନା ପାଇଁ ସେ ବାର୍ଷିକ ୨୯ ଲକ୍ଷ ୨୫ ହଜାର ଟଙ୍କା ଦରମା ପାଆନ୍ତି।
କୁମାର ଧର୍ମସେନା: ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଥିବା କୁମାର ଧର୍ମସେନା ସବୁଠାରୁ ଧନୀ ଅମ୍ପାୟାରଙ୍କ ତାଲିକାରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୫୩ ଟେଷ୍ଟ, ୮୪ ୱାନ୍ଡେ ଓ ୨୨ ଟି-ଟେଣ୍ଟିରେ ଅମ୍ପାୟାରିଂ କରିସାରିଛନ୍ତି। ତାଙ୍କର ବାର୍ଷିକ ଦରମା ୨୨ ଲକ୍ଷ ୭୫ ହଜାର ଟଙ୍କା।
ବୃଷ ଅକ୍ସେନ୍ଫୋର୍ଡ: ଅଷ୍ଟ୍ରେଲିଆର ଏହି ସୁପର କ୍ରିକେଟର୍ ଏପର୍ଯ୍ୟନ୍ତ ୪୭ ଟେଷ୍ଟ,୮୬ ୱାନ୍ଡେ ଓ ୨୦ ଟି-ଟ୍ୱେଣ୍ଟିରେ ଅମ୍ପାୟାରିଂ କରିସାରିଛନ୍ତି। ସେ ଟେଷ୍ଟ ପାଇଁ ଏକ ଲକ୍ଷ ୯୫ ହଜାର, ୱାନ୍ଡେ ପାଇଁ ଏକ ଲକ୍ଷ,୪୦ ହଜାର ଓ ଟି-ଟ୍ୱେଣ୍ଟି ପାଇଁ ୬୫ ହଜାର ଟଙ୍କା ନେଇଥାନ୍ତି।
ବିଲି ବାଓଡେନ୍: କ୍ରିକେଟ୍ର ସବୁଠାରୁ ଷ୍ଟାଇଲିସ୍ ଅମ୍ପାୟାର ବିଲି ବାଓଡେନ୍ ୮୪ ଟେଷ୍ଟ,୨୦୦ ୱାନ୍ଡେ ଓ ୨୪ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଅମ୍ପାୟାରିଂ କରିଛନ୍ତି। ସେ ଟେଷ୍ଟରେ ଲକ୍ଷେ ୯୫ ହଜାର, ୱାନ୍ଡେ ପାଇଁ ଲକ୍ଷେ ୪୩ ହଜାର ଓ ଟି-ଟ୍ୱେଣ୍ଟି ପାଇଁ ୬୫ ହଜାର ଟଙ୍କା ଫି ନେଇଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।