ଏଚ୍‌ଆଇଏଲ୍‌: ଆସନ୍ତାକାଲି ରାଞ୍ଚି ରେଜ୍‌ ବନାମ ଦବଙ୍ଗ ମୁମ୍ବାଇ ମ୍ୟାଚ୍‌

ରାଞ୍ଚି: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଆସନ୍ତାକାଲି ରାଞ୍ଚି ରେଜ୍‌ ଦବଙ୍ଗ ମୁମ୍ବାଇକୁ ଭେଟିବ। ଏହି ମ୍ୟାଚ୍‌ ରାଞ୍ଜିରେ ଖେଳାଯିବ।

ରାଞ୍ଚି ୪ଟି ମ୍ୟାଚ୍‌ ଖେଳି ଗୋଟିଏ ଜିତିଥିବା ବେଳେ ୨ଟି ଡ୍ର ଓ ଗୋଟିଏରେ ପରାଜିତ ହୋଇଛି। ମୁମ୍ବାଇ ୫ଟି ମ୍ୟାଚ୍‌ ଖେଳି ୩ଟି ଜିତିଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ଗୋଟିଏ ମ୍ୟାଚ୍‌ ହୋଇଛି।

ଗତକାଲି କଳିଙ୍ଗ ଲାନସର୍ସ ବିପକ୍ଷ ମ୍ୟାଚ୍‌କୁ ମୁମ୍ବାଇ ୪-୩ରେ ହାରିଯାଇଥିଲା।