ଏଚ୍‌ଆଇଏଲ୍‌: ଆସନ୍ତାକାଲି ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌

ଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ୱେଭ ରାଇଡର୍ସ ଓ ଦବଙ୍ଗ ମୁମ୍ବାଇ ମଧ୍ୟରେ ଏଚ୍‌ଆଇଏଲ୍‌ର ୨୩ ତମ ମ୍ୟାଚ୍‌ ଖେଳାଯିବ। ସନ୍ଧ୍ୟା ୭ଟାରେ ଦିଲ୍ଲୀରେ ଏହି ମ୍ୟାଚ୍‌ ନୁଷ୍ଠିତ ହେବ।

୮ଟି ମ୍ୟାଚ୍‌ ଖେଳି ମୁମ୍ବାଇ ୫ଟି ବିଜୟ, ଗୋଟିଏ ଡ୍ର ଓ ୨ଟି ପରାଜୟ ସହ ୨୮ ପଏଣ୍ଟ ପାଇ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ ୬ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ଗୋଟିଏ ଡ୍ର ଓ ୩ଟି ପରାଜୟ ସହ ୧୫ ପଏଣ୍ଟ ପାଇ ତାଲିକାର ଶେଷ ତଥା ଷଷ୍ଠ ସ୍ଥାନରେ ରହିଛି।