ହକି ଇଣ୍ଡିଆ ଲିଗ୍:୮-୬ ଗୋଲରେ ୟୁପି ୱିଜାର୍ଡସ ଠାରୁ ହାରିଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗର ଚତୁର୍ଥ ସଂସ୍କରଣରେ ଉଦଘାଟନୀ ମ୍ୟାଚରେ କଳିଙ୍ଗ ଲାନସର୍ସକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି। କଳିଙ୍ଗ ଷ୍ଟାଡିୟମରେ ସୋମବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିବା ମ୍ୟାଚରେ କଳିଙ୍ଗ ଲାନସର୍ସ ୟୁପି ୱିଜାର୍ଡସଠାରୁ ୮-୬ ଗୋଲରେ ପରାଜିତ ହୋଇଛି। ହକି ଇଣ୍ଡିଆ ଲିଗରେ ପୂର୍ବରୁ କଳିଙ୍ଗ ଲାନସର୍ସ ୟୁପିଠୁ ୪ଟି ମ୍ୟାଚ ହାରିଥିବା ବେଳେ ଆଜି ୫ମ ମ୍ୟାଚ ହାରିଯାଇଛି।

ସୂଚନାଯୋଗ୍ୟ, ୟୁପିଠାରୁ ହାରିବା ପରେ ଦଳ ଆସନ୍ତା ୨୧ ତାରିଖରେ ଦବଙ୍ଗ ମୁମ୍ବାଇ ବପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ।