ଏଚଆଇଏଲ: ଦବଙ୍ଗ ମୁମ୍ବାଇକୁ ରବିବାର ଭେଟିବ କଳିଙ୍ଗ ଲାନସର୍ସ

ମୁମ୍ବାଇ: ଆସନ୍ତାକାଲି ମୁମ୍ବାଇରେ ଘରୋଇ ଦଳ ମୁମ୍ବାଇ ଦବଙ୍ଗକୁ ଭେଟିବ କଳିଙ୍ଗ ଲାନସର୍ସ। ଏହି ମ୍ୟାଚ ସନ୍ଧ୍ୟା ୬ଟାରେ ମୁମ୍ବାଇର ମହିନ୍ଦ୍ରା ହକି ଷ୍ଟାଡିୟମରେ ଖେଳାଯିବ। ଏଥିପାଇଁ ଦବଙ୍ଗ ମୁମ୍ବାଇ ଓ କଳିଙ୍ଗ ଲାନସର୍ସ ଦୁଇ ଦିନ ହେଲା ଜୋରସୋରରେ ଅଭ୍ୟାସ ଜାରି ରଖିଛନ୍ତି।

କଳିଙ୍ଗ ଲାନସର୍ସ ୪ଟି ମ୍ୟାଚରୁ ୨ଟି ବିଜୟ ଓ ୨ଟି ପରାଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଥିବା ବେଳେ ଦବଙ୍ଗ ମୁମ୍ବାଇ ୩ଟି ମ୍ୟାଚରେ ପରାଜିତ ହୋଇ ୩ ପଏଣ୍ଟ ପାଇ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି।

ଗତ ୨୧ ତାରିଖରେ ଖେଳାଯାଇଥିବା ମ୍ୟାଚରେ କଳିଙ୍ଗ ଲାନସର୍ସ ଦବଙ୍ଗ ମୁମ୍ବାଇକୁ ୪-୨ ହରାଇଥିଲା। ଏଥିପାଇଁ କଳିଙ୍ଗ ଲାନସର୍ସର ମନୋବଳ ଦୃଢ ରହିଛି। ମୁମ୍ବାଇ ଦବଙ୍ଗକୁ ଫିଲ୍ଡ ଗୋଲ ଓ ପେନାଲ୍ଟି ଗୋଲ ଦେବାକୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି କଳିଙ୍ଗ ଲାନସର୍ସର ପ୍ରମୁଖ ଗୋଲର। ଆସନ୍ତାକାଲିର ମ୍ୟାଚ ଘରୋଇ ଷ୍ଟାଡିୟମରେ ଅନୁଷ୍ଠିତ ହେବକୁ ଥିବାରୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ମୁମ୍ବାଇ ଦବଙ୍ଗ। କଳିଙ୍ଗ ଲାନସର୍ସକୁ ମାତ ଦେବାକୁ ମୁମ୍ବାଇ ସ୍ୱତନ୍ତ୍ର ରଣନୀତି ନେଇ ଆସନ୍ତକାଲିର ମ୍ୟାଚକୁ ଓହ୍ଲାଇବ।