ଏଚ୍‌ଆଇଏଲ୍‌: ଆସନ୍ତାକାଲି ଦିଲ୍ଲୀ-ପଞ୍ଜାବ ମୁକାବିଲା

ଦିଲ୍ଲୀ: ଆସନ୍ତାକାଲି ଏଚ୍‌ଆଇଏଲ୍‌ର ଏକ ମ୍ୟାଚ୍‌ରେ ଦିଲ୍ଲୀ ୱେଭ ରାଇଡର୍ସ ଓ ଜେପି ପଞ୍ଜାବ ୱାରିୟର୍ସ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବ।

ପୂର୍ବରୁ ଦିଲ୍ଲୀ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଜିତିଥିବା ବେଳେ ୨ଟିରେ ପରାଜିତ ହୋଇଛି। ଦଳ ୬ ପଏଣ୍ଟ ସହ ଟେବୁଲ ତାଲିକାର ୫ମ ସ୍ଥାନରେ ରହିଛି।

ପଞ୍ଜାବ ସମାନ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଡ୍ର ରଖିଥିବା ବେଳେ ୨ଟିରେ ପରାଜିତ ହୋଇଛି। ଟିମ୍‌ ୪ ପଏଣ୍ଟ ସହ ତାଲିକାର ଶେଷ ସ୍ଥାନ (ଷଷ୍ଠ)ରେ ରହିଛି।