ହକି ଇଣ୍ଡିଆ ଲିଗ୍‌: କଳିଙ୍ଗ ଲାନସର୍ସ ଚାମ୍ପିଅନ୍‌

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଚାମ୍ପିଅନ୍ ହୋଇଛି କଳିଙ୍ଗ ଲାନସର୍ସ। ଏଚ୍‌ଆଇଏଲ୍‌ର ପଞ୍ଚମ ସଂସ୍କରଣର ଗ୍ରାଣ୍ଡ୍‌ ଫିନାଲେରେ ଆଜି ଦବଙ୍ଗ ମୁମ୍ବାଇକୁ ହରାଇ ଏହି ଟାଇଟଲ୍ ହାସଲ କରିଛି ଦଳ। ଚଣ୍ଡିଗଡ଼ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଲାନସର୍ସ ଦବଙ୍ଗ ମୁମ୍ବାଇକୁ ୪-୧ ଗୋଲ୍‌ ପରାସ୍ତ କରିଛି। ମ୍ୟାଚ୍‌ର ୧୮ ତମ ମିନିଟ୍‌ରେ ଗ୍ଲେନ୍‌ ଟର୍ନର ଏକ ଫିଲ୍ଡ ଗୋଲ୍ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏହା ପରେ ୩୦ତମ ମିନିଟ୍‌ରେ କ୍ୟାପ୍‌ଟେନ୍ […]

hockey

hockey

Rakesh Mallick
  • Published: Sunday, 26 February 2017
  • Updated: 26 February 2017, 09:22 PM IST

ଭୁବନେଶ୍ୱର: ଚଳିତ ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ରେ ଚାମ୍ପିଅନ୍ ହୋଇଛି କଳିଙ୍ଗ ଲାନସର୍ସ। ଏଚ୍‌ଆଇଏଲ୍‌ର ପଞ୍ଚମ ସଂସ୍କରଣର ଗ୍ରାଣ୍ଡ୍‌ ଫିନାଲେରେ ଆଜି ଦବଙ୍ଗ ମୁମ୍ବାଇକୁ ହରାଇ ଏହି ଟାଇଟଲ୍ ହାସଲ କରିଛି ଦଳ। ଚଣ୍ଡିଗଡ଼ରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଲାନସର୍ସ ଦବଙ୍ଗ ମୁମ୍ବାଇକୁ ୪-୧ ଗୋଲ୍‌ ପରାସ୍ତ କରିଛି।

ମ୍ୟାଚ୍‌ର ୧୮ ତମ ମିନିଟ୍‌ରେ ଗ୍ଲେନ୍‌ ଟର୍ନର ଏକ ଫିଲ୍ଡ ଗୋଲ୍ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ଏହା ପରେ ୩୦ତମ ମିନିଟ୍‌ରେ କ୍ୟାପ୍‌ଟେନ୍ ମୋରିଜ୍‌ ଫୋରିଷ୍ଟ୍‌ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ପରିଣତ କରି ଦଳକୁ ୩-୦ରେ ଆଗୁଆ କରିଥିଲେ। ମୁମ୍ବାଇ ୩୩ତମ ମିନିଟ୍‌ରେ ପେନାଲ୍‌ଟି କର୍ନରରେ ଗୋଟିଏ ଗୋଲ୍ ଦେଇଥିଲା। ମ୍ୟାଚ୍ ଶେଷ ହେବାକୁ ଆଉ ଗୋଟିଏ ମିନିଟ୍ ବାକି ଥିବା ବେଳେ କ୍ୟାପ୍‌ଟେନ୍‌ ମୋରିଜ୍‌ ଫୋରିଷ୍ଟ୍‌ ଆଉ ଏକ ପେନାଲ୍‌ଟି କର୍ନରକୁ ଗୋଲ୍‌ରେ ପରିଣତ କରି ୪-୧ ଗୋଲ୍‌ରେ ଦଳକୁ ଚାମ୍ପିଅନ୍ କରାଇଥିଲେ।

କ୍ୟାପ୍‌ଟେନ୍‌ ମୋରିଜ୍‌ ଫୋରିଷ୍ଟ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

ହକି ଇଣ୍ଡିଆ ଲିଗ୍‌ର ଗତ ସିଜିନ୍‌ରେ କଳିଙ୍ଗ ଫାଇନାଲ୍‌କୁ ଯାଇଥିଲା। ତେବେ ପଞ୍ଜାବ ଠାରୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା। ତେବେ ଏଥର ଦଳ ଚାମ୍ପିଅନ୍‌ ହୋଇଛି। କଳିଙ୍ଗ ଲାନସର୍ସରେ ଓଡ଼ିଶାରୁ ଅମିତ ରୋହିଦାସ, ଦୀପସାନ ତିର୍କୀ, ଆନନ୍ଦ ଲାକ୍ରା ଓ ସଞ୍ଜୀବ ନିଲମ୍ ଖେସ୍ ଖେଳୁଥିଲେ।

ଚାମ୍ପିଅନ୍ କଳିଙ୍ଗ ଲାନସର୍ସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟ ଏକ ମ୍ୟାଚ୍‌ରେ ଦିଲ୍ଲୀ ୱେଭ୍‌ ରାଇଡର୍ସକୁ ହରାଇ ଉତ୍ତର ପ୍ରଦେଶ ୱିଜାର୍ଡସ ତୃତୀୟ ସ୍ଥାନ ଅଧିକାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos