ହକି ଇଣ୍ଡିଆ ଲିଗ୍: ଜୋରଦାର ପ୍ରସ୍ତୁତିରେ ଉତ୍ତରପ୍ରଦେଶ ୱିଜାର୍ଡସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗକୁ ମାତ୍ର ଆଉ ଗୋଟିଏ ଦିନ ବାକି ରହିଛି। ଜାନୁଆରୀ ୧୮ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଘରୋଇ କଳିଙ୍ଗ ଲାନସର୍ସ ଓ ଉତ୍ତରପ୍ରଦେଶ ୱିଜାର୍ଡସ। କଳିଙ୍ଗ ଲାନସର୍ସକୁ କଡ଼ା ଟକ୍କର ଦେବାକୁ ନିଜକୁ ପ୍ରସ୍ତୁତ କରୁଛି ୟୁପି ଟିମ୍। ଏଥିପାଇଁ ଦଳ ଭୁବନେଶ୍ୱରେ ପହଞ୍ଚି ଜୋରଦାର ଅଭ୍ୟାସ ଚଳାଇଛି। ଭୁବନେଶ୍ୱରର ପାଣିପାଗ ସହ ନିଜକୁ ଫିଟ୍ ରଖିବା ପାଇଁ ଦିନକୁ ଦୁଇଟି ସେସନରେ ଅଭ୍ୟାସ ଆରମ୍ଭ କରୁଛି ପୂରା ଟିମ୍। ଡିଫେଣ୍ଡର ଭି.ଆର୍.ରଘୁନାଥ୍ ୟୁପି ଟିମର ନେତୃତ୍ୱ ନେଉଥିବା ବେଳେ ଦଳରେ ଗୋଲକିପର ଶ୍ରୀଜେସଙ୍କ ସହ ରମଣଦୀପ ସିଂ, ଆକାଶଦୀପ ସିଂଙ୍କ ଭଳି ଖେଳାଳି ଅଛନ୍ତି । ପୁଣି ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ଗୋଞ୍ଜାଲୋ ପେଲେ ଓ ତୋବିଆସ୍ ହୌକଙ୍କ ଭଳି ଷ୍ଟାର୍ ବିଦେଶୀ ଖେଳାଳିଙ୍କ ଉପସ୍ଥିତି ଦଳକୁ ଆହୁରି ଶକ୍ତିଶାଳୀ କରିଛି।

ୟୁପି ଟିମର ମୁଖ୍ୟ କୋଚ୍ ଦାୟିତ୍ୱରେ ରହିଛନ୍ତି ନେଦରଲାଣ୍ଡର ରୋଜର୍ ଭ୍ୟାନ୍ ଜେଣ୍ଟ୍। କଳିଙ୍ଗ ଷ୍ଟାଡ଼ିୟମରେ କଳିଙ୍ଗ ଲାନସର୍ସକୁ ହରାଇ ସିଜିନ ଭଲରେ ଆରମ୍ଭ କରିବା ନେଇ ସେ ଗେମ୍ ପ୍ଲାନ୍ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇଟି ସିଜିନରେ ଉତ୍ତରପ୍ରଦେଶ ୱିଜାର୍ଡସ ଓ କଳିଙ୍ଗ ଲାନସର୍ସ ଚାରି ଥର ମୁହାଁମୁହିଁ ହୋଇଛନ୍ତି। ଆଉ ସବୁ ଥର ବାଜି ମାରିଛି ଉତ୍ତରପ୍ରଦେଶ ୱିଜାର୍ଡସ। ତେଣୁ ଦଳର ମନୋବଳ ଦୃଢ଼ ରହିଛି। ଦଳ କଳିଙ୍ଗ ଲାନସର୍ସ ବିପକ୍ଷରେ ବିଜୟ ଧାରା ଅବ୍ୟାହତ ରଖିବାକୁ ଆଶା ରଖିଛି।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ