ଏଚ୍‌ଆଇଏଲ୍‌: ଆଜି ଉତ୍ତରପ୍ରଦେଶ-ପଞ୍ଜାବ ମ୍ୟାଚ୍‌

ଚଣ୍ଡିଗଡ଼: ଏଚ୍‌ଆଇଏଲ୍‌ରେ ଆଜି ଜେପି ପଞ୍ଜାବ ୱାରିୟର୍ସ ଓ ଉତ୍ତର ପ୍ରଦେଶ ୱିଜାର୍ଡସ୍ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଚଣ୍ଡିଗଡରେ ହେବ।

ପଞ୍ଜାବ ୬ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏଁ ବିଜୟ ଓ ପରାଜୟ ସହ ୧୭ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସେହିପରି ଉତ୍ତର ପ୍ରଦେଶ ୫ଟି ମ୍ୟାଚ୍‌ ଖେଲି ଗୋଟିଏ ବିଜୟ, ୨ଟି ଲେଖାଏଁ ପରାଜୟ ଓ ଡ୍ର ସହ ୧୦ ପଏଣ୍ଟ ପାଇଁ ଟେବୁଲର ଶେଷ ତଥା ଷଷ୍ଠ ସ୍ଥାନରେ ରହିଛି।