ଏଚ୍‌ଆଇଏଲ୍‌: ୬-୫ ଗୋଲରେ ପଞ୍ଜାବ ୱାରିୟର୍ସକୁ ହରାଇଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ପଞ୍ଜାବ ୱାରିୟର୍ସକୁ ହରାଇଛି କଳିଙ୍ଗ ଲାନସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଲାନସର୍ସ ୬-୫ ଗୋଲରେ ପଞ୍ଚାବକୁ ହରାଇଛି। ଏହି ବିଜୟ ସହ ଲାନସର୍ସ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ଆଜିର ମ୍ୟାଚ୍‌କୁ ମିଶାଇ ଲାନସର୍ସ ୬ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବ ୱାରିୟର୍ସ ୩ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ […]

HIL

HIL

Rakesh Mallick
  • Published: Friday, 03 February 2017
  • Updated: 03 February 2017, 10:37 PM IST

Sports

Latest News

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗ୍‌ରେ ଆଜି ପଞ୍ଜାବ ୱାରିୟର୍ସକୁ ହରାଇଛି କଳିଙ୍ଗ ଲାନସର୍ସ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଲାନସର୍ସ ୬-୫ ଗୋଲରେ ପଞ୍ଚାବକୁ ହରାଇଛି।

ଏହି ବିଜୟ ସହ ଲାନସର୍ସ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଛି। ଆଜିର ମ୍ୟାଚ୍‌କୁ ମିଶାଇ ଲାନସର୍ସ ୬ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜିତ ହୋଇଛି।

ଅନ୍ୟପକ୍ଷରେ ପଞ୍ଜାବ ୱାରିୟର୍ସ ୩ଟି ମ୍ୟାଚ୍ ଖେଳି ଗୋଟିଏରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାଜିତ ହୋଇଛି। ଗତକାଲି ରାଞ୍ଚି ରାଜ୍‌କୁ ୭-୦ରେ ହରାଇ ପଞ୍ଜାବ ପ୍ରଥମ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଦଳ ୪-୧୦ରେ ଦବଙ୍ଗ ମୁମ୍ବାଇଠାରୁ ହାରି ଯାଇଥିଲା।

ଆସନ୍ତା ୫ ତାରିଖରେ ଲାନସର୍ସ ଦବଙ୍ଗ ମୁମ୍ବାଇକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos