ଏଚଆଇଏଲ: ୟୁପି ୱିଜାର୍ଡସ ଠାରୁ ପ୍ରତିଶୋଧ ନେଲା କଳିଙ୍ଗ ଲାନସର୍ସ

ଭୁବନେଶ୍ୱର: ୟୁପି ୱିଜାର୍ଡସ ବିପକ୍ଷ ପ୍ରଥମ ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି କଳିଙ୍ଗ ଲାନସର୍ସ। ଆଜି ଲକ୍ଷ୍ନୌ ସ୍ଥିତ ମେଜର ଧ୍ୟାନଚାନ୍ଦ ହକି ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚକୁ କଳିଙ୍ଗ ଲାନସର୍ସ ୧୦-୨ରେ ଜିତି ନେଇଛି। ହକି ଇଣ୍ଡିଆ ଲିଗର ଉଦଘାଟନୀ ମ୍ୟାଚରେ ୟୁପି ୮-୬ରେ ଲାନସର୍ସକୁ ପରାସ୍ତ କରିଥିଲା।

ପ୍ରଥମ ମ୍ୟାଚର ପରାଜୟ ପରେ କଳିଙ୍ଗ ଲାନସର୍ସ ତା’ର ଦ୍ୱିତୀୟ ମ୍ୟାଚରେ ବିଜୟୀ ହୋଇଥିଲା। ଭୁବନେଶ୍ୱରଠାରେ ଖେଳା ଯାଇଥିବା ଏହି ମ୍ୟାଚରେ ଦବଙ୍ଗ ମୁମ୍ବାଇକୁ ୪-୨ରେ ହରାଇଥିଲା ଦଳ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚରେ କଳିଙ୍ଗ ଲାନସର୍ସକୁ ହରାଇଥିବା ୟୁପି ୱିଜାର୍ଡସ ତା’ର ପରବର୍ତ୍ତୀ ଦୁଇଟି ମ୍ୟାଚ ହାରି ଥିଲା। ୟୁପି ତା’ର ଦ୍ୱିତୀୟ ମ୍ୟାଚ ରାଞ୍ଚି ରେଜଠାରୁ ୪-୨ରେ ଓ ତୃତୀୟ ମ୍ୟାଚରେ ଦିଲ୍ଲୀ ୱେଭରାଇଡର୍ସଠାରୁ ୩-୧ରେ ହାରି ଯାଇଥିଲା।

ଆସନ୍ତା ୨୮ ତାରିଖରେ ରାଞ୍ଚିରେ କଳିଙ୍ଗ ଲାନସର୍ସ ରାଞ୍ଚି ରେଜକୁ ଭେଟିବ।