ପୋଲାଣ୍ଡରେ ସ୍ୱର୍ଣ୍ଣ ପଦକ ଜିତିଲେ ହିମା ଦାସ

ନୂଆଦିଲ୍ଲୀ: ପୋଲାଣ୍ଡରେ ଚାଲିଥିବା ପୋଜନାନ୍ ଆଥଲେଟିକ୍ସ ଗ୍ରାଁ ପ୍ରି’ରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସ ୨୦୦ ମିଟର୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଜାତୀୟ ରେକର୍ଡଧାରୀ ଭାରତୀୟ ଶଟପୁଟ୍ ଥ୍ରୋୟର୍ ତେଜିନ୍ଦରପାଲ୍ ସିଂହ ତୁର୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ୱାର୍ଲ୍ଡ ଜୁନିୟର ଓ ୪୦୦ ମିଟରରେ ଜାତୀୟ ରେକର୍ଡ ହାସଲ କରିଥିବା ହିମା ଗତକିଛି ମାସ ହେବ ପିଠିଜନିତ ସମସ୍ୟାରେ ରହିଥିଲେ। କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ […]

hima das

hima das

Hemant Lenka
  • Published: Thursday, 04 July 2019
  • Updated: 04 July 2019, 06:00 PM IST

Sports

Latest News

ନୂଆଦିଲ୍ଲୀ: ପୋଲାଣ୍ଡରେ ଚାଲିଥିବା ପୋଜନାନ୍ ଆଥଲେଟିକ୍ସ ଗ୍ରାଁ ପ୍ରି'ରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସ ୨୦୦ ମିଟର୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଜାତୀୟ ରେକର୍ଡଧାରୀ ଭାରତୀୟ ଶଟପୁଟ୍ ଥ୍ରୋୟର୍ ତେଜିନ୍ଦରପାଲ୍ ସିଂହ ତୁର୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

ୱାର୍ଲ୍ଡ ଜୁନିୟର ଓ ୪୦୦ ମିଟରରେ ଜାତୀୟ ରେକର୍ଡ ହାସଲ କରିଥିବା ହିମା ଗତକିଛି ମାସ ହେବ ପିଠିଜନିତ ସମସ୍ୟାରେ ରହିଥିଲେ। କିନ୍ତୁ ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ୨୦୦ ମିଟର୍ ଦୂରତାକୁ ୨୩.୬୫ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିଲେ।

ଚଳିତ ବର୍ଷ ନିଜର ପ୍ରଥମ ଚାମ୍ପିଅନଶିପରେ ଭାଗ ନେଉଥିବା ହିମା ନିଜର ବ୍ୟକ୍ତିଗତ (୨୩.୧୦) ଶ୍ରେଷ୍ଠ ପ୍ରଦର୍ଶନ ଭାଙ୍ଗିବାରେ ବିଫଳ ହୋଇଛନ୍ତି। ଏହି ଇଭେଣ୍ଟରେ ଭାଗ ନେଇଥିବା ଭାରତର ଅନ୍ୟତମ ସ୍ପ୍ରିଣ୍ଟର୍ ଭିକେ ବିସ୍ମୟା ୨୩.୭୫ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ଚତୁର୍ଥ ସ୍ଥାନରେ ରହିଥିଲେ।

ଏସିଆନ୍ ଚାମ୍ପିଅନ୍ ତେଜିନ୍ଦରପାଲ୍ ୧୯.୬୨ ମିଟର୍ ଥ୍ରୋ କରି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି। ଗତବର୍ଷ ଏସିଆନ୍ ଗେମ୍ସରେ ତେଜିନ୍ଦର ୨୦.୭୫ ମିଟର୍ ଥ୍ରୋ' କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।

ଚଳିତ ଚାମ୍ପିଅନଶିପରେ ଭାରତର ୪୦୦ ମିଟର୍ ଜାତୀୟ ରେକର୍ଡଧାରୀ ମହମ୍ମନ ଅନାସ ପୁରୁଷ ୨୦୦ ମିଟରକୁ ୨୦.୭୫ ସେକେଣ୍ଡରେ ଅତିକ୍ରମ କରି ତୃତୀୟ ସ୍ଥାନରେ ରହିଥିଲେ। ସେହିପରି କେଏସ୍ ଜୀବନ ପୁରୁଷ ୪୦୦ ମିଟରକୁ ୪୭.୨୫ ସେକେଣ୍ଡରେ ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story