ଭାରତୀୟ ହକି ଟିମ୍‌ରେ କୋଚ୍ ବରଖାସ୍ତ: ଖରାପ ପ୍ରଦର୍ଶନ ପାଇଁ ବିଦା ହେଲେ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଭାରତୀୟ ହକି ଟିମ୍‌ରେ କୋଚ୍ ରୋଏଲାଣ୍ଟ ଓଲ୍ଟମାନ୍ସଙ୍କୁ ବରଖାସ୍ତ କରିଛି ହକି ଇଣ୍ଡିଆ। ୨୦୧୬ ଓ ୨୦୧୭ ରେ ଭାରତୀୟ ଟିମ୍ ଅନ୍ତର୍ଜାତୀୟ ସ୍ତରରେ ଦୟନୀୟ ପ୍ରଦର୍ଶନ କରିଥିବାରୁ କୋଚଙ୍କୁ ବାହାର କରାଯାଇଛି। ହାଇ ପରଫର୍ମାନ୍ସ ଡିରେକ୍ଟର ଡେଭିଡ୍ ଜନ ଅସ୍ଥାୟୀ ଭାବେ କୋଚ୍ ଦାୟିତ୍ୱ ତୁଳାଇବେ। ତେବେ ନୂଆ କୋଚ୍ ନିଯୁକ୍ତ ହେବା ଯାଏ ସେ ଏହି କାମ କରିବେ। ଯଦିଓ ଓଲ୍ଟମାନ୍ସଙ୍କ ଅଧିନରେ ଟିମ ଫିଟନେସ୍ ବଢ଼ିଥିଲା ଓ ଦଳ […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 09:03 PM IST

Sports

Latest News

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଭାରତୀୟ ହକି ଟିମ୍‌ରେ କୋଚ୍ ରୋଏଲାଣ୍ଟ ଓଲ୍ଟମାନ୍ସଙ୍କୁ ବରଖାସ୍ତ କରିଛି ହକି ଇଣ୍ଡିଆ। ୨୦୧୬ ଓ ୨୦୧୭ ରେ ଭାରତୀୟ ଟିମ୍ ଅନ୍ତର୍ଜାତୀୟ ସ୍ତରରେ ଦୟନୀୟ ପ୍ରଦର୍ଶନ କରିଥିବାରୁ କୋଚଙ୍କୁ ବାହାର କରାଯାଇଛି। ହାଇ ପରଫର୍ମାନ୍ସ ଡିରେକ୍ଟର ଡେଭିଡ୍ ଜନ ଅସ୍ଥାୟୀ ଭାବେ କୋଚ୍ ଦାୟିତ୍ୱ ତୁଳାଇବେ। ତେବେ ନୂଆ କୋଚ୍ ନିଯୁକ୍ତ ହେବା ଯାଏ ସେ ଏହି କାମ କରିବେ। ଯଦିଓ ଓଲ୍ଟମାନ୍ସଙ୍କ ଅଧିନରେ ଟିମ ଫିଟନେସ୍ ବଢ଼ିଥିଲା ଓ ଦଳ ଏକଜୁଟ ହୋଇଥିଲା। କିନ୍ତୁ ଦଳର ପ୍ରଦର୍ଶନ ନିହାତି ନୈରାଶ୍ୟଜନକ ଥିଲା। କେବଳ ଏସିଆ ନୁହେଁ, ଏସିଆ ବାହାରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସେ ୨୦୧୩ରେ ଭାରତୀୟ ହକି ଦଳରେ ହାଇ ପରଫରମାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କୁ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos