ଏଚଆଇଏଲ୍: ଆସନ୍ତାକାଲି ଦବଙ୍ଗ ମୁମ୍ୱାଇ-କଳିଙ୍ଗ ଲାନସର୍ସ ମୁକାବିଲା

ଭୁବନେଶ୍ୱର: ହକି ଇଣ୍ଡିଆ ଲିଗରେ ଆସନ୍ତାକାଲି କଳିଙ୍ଗ ଲାନସର୍ସ ଓ ଦବଙ୍ଗ ମୁମ୍ୱାଇ ମୁହାଁମୁହିଁ ହେବେ।  କଳିଙ୍ଗ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଖେଳାଯିବ। ଏ ନେଇ ଦବଙ୍ଗ ମୁମ୍ୱାଇ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି।

ମୁମ୍ୱାଇ ଦଳରେ ରହିଛନ୍ତି ଓଡ଼ିଆ ଷ୍ଟ୍ରାଇକର ରୋସନ ମିଂଜ୍। ମୁମ୍ୱାଇ ଦଳରେ ବିଦେଶୀ ଖେଳାଳିଙ୍କୁ ଛାଡ଼ିଦେଲେ ନାମିଦାମୀ ଭାରତୀୟ ଖେଳାଳି ନାହାନ୍ତି। ତେବେ କଳିଙ୍ଗ ଲାନସର୍ସକୁ ବାଜିମାତ୍ ଦେବା ପାଇଁ ଦଳ ଜୋରଦାର ପ୍ରସ୍ତୁତି କରୁଛି।

ପ୍ରଥମ ମ୍ୟାଚରେ ପରାଜୟ ପରେ ଏହି ମ୍ୟାଚ ଜିତି କଳିଙ୍ଗ ଲାନସର୍ସ ଟ୍ରାକକୁ ଫେରିବାକୁ ଆଶା ରଖିଛି।