ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଟିମ ଇଣ୍ଡିଆ ପାକିସ୍ତାନ ଠାରୁ ଲଜ୍ଜାଜନକ ପରାସ୍ତ କରିଥିବା ବଳେ ହକିରେ କିନ୍ତୁ ଭାରତୀୟ ଦଳ ପ୍ରତିଶୋଧ ନେଇଚାଲିଛି। ହକି ୱାର୍ଲ୍ଡ ଲିଗ୍ ଟାମ୍ପିୟନସିପ୍ର ଆଜିର ମ୍ୟାଚ୍ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭାରତ ବଡ ବ୍ୟବଧାନରେ ପରାସ୍ତ କରିଛି। ଫଳରେ ନିରାଶ ହୋଇଥିବା ଭାରତୀୟ କ୍ରୀଡାପ୍ରେମୀଙ୍କୁ ଏହା କିଛି ମାତ୍ରାରେ ଖୁସି ହେବାର ଖୋରାକ୍ ଯୋଗାଇଛି। ଲଣ୍ଡନରେ ଖେଳାଯାଇଥିବା ଆଜିର ଏହି ମ୍ୟାଚ୍ରେ ଭାରତ ୬-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହାପୂର୍ବରୁ ୧୮ ଜୁନରେ ମଧ୍ୟ ଭାରତ ୭-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତ ତାର ଆଗମୀ ମ୍ୟାଚ୍ କାନାଡ଼ା ସହ ରବିବାରକୁ ଖେଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।