ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଦିନିକିଆ, ହୋପ୍‌ କଲେ ମ୍ୟାଚ୍‌କୁ ଟାଏ

ବିଶାଖପାଟନମ୍‌: ଶେଷ ବଲ୍‌ରେ ଉମେଶ ଯାଦବଙ୍କୁ ଚୌକା ମାରି ୱେଷ୍ଟଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ ଶେହ ହୋପ୍‌ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଟାଏ ରଖିବାରେ ସକ୍ଷମ ହୋଇଛନ୍ତି। ଫଳରେ ଏକ ନିଶ୍ଚିତ ପରାଜୟରୁ ୱେଷ୍ଟଇଣ୍ଡିଜ୍‌ ଅଳ୍ପକେ ରକ୍ଷା ପାଇଯାଇଛି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ହୋପ୍‌ ଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ୧୨୩ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ଅଧିନାୟକ କୋହଲିଙ୍କ ବିସ୍ଫୋରକ ୧୫୭ ରନ୍‌କୁ ଆଧାର କରି ୬ ୱିକେଟ୍‌ ହରାଇ […]

w1

w1

Hemant Lenka
  • Published: Wednesday, 24 October 2018
  • Updated: 24 October 2018, 10:45 PM IST

Sports

Latest News

ବିଶାଖପାଟନମ୍‌: ଶେଷ ବଲ୍‌ରେ ଉମେଶ ଯାଦବଙ୍କୁ ଚୌକା ମାରି ୱେଷ୍ଟଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ ଶେହ ହୋପ୍‌ ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ଟାଏ ରଖିବାରେ ସକ୍ଷମ ହୋଇଛନ୍ତି। ଫଳରେ ଏକ ନିଶ୍ଚିତ ପରାଜୟରୁ ୱେଷ୍ଟଇଣ୍ଡିଜ୍‌ ଅଳ୍ପକେ ରକ୍ଷା ପାଇଯାଇଛି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ହୋପ୍‌ ଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ୧୨୩ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ଅଧିନାୟକ କୋହଲିଙ୍କ ବିସ୍ଫୋରକ ୧୫୭ ରନ୍‌କୁ ଆଧାର କରି ୬ ୱିକେଟ୍‌ ହରାଇ ୩୨୧ ରନ୍‌ କରିଥିଲା।ଏହାର ଜବାବ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟ ହୋପ୍‌ଙ୍କ ଶତକ ଓ ହେଟମୟାର୍‌ଙ୍କ ବିସ୍ଫୋରକ ୯୪ ରନ୍‌ ବଳରେ ୭ ୱିକେଟ୍‌ ହରାଇ ୩୨୧ ରନ୍‌ କରିପାରିଛି। ଆଜିର ମ୍ୟାଚ୍‌ରେ ରେକର୍ଡ ଶତକ ହାସଲ କରିଥିବା ଟିମ୍‌ ଇଣ୍ଡିଆର ବିରାଟ୍‌ କୋହଲିଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚନା କରାଯାଇଛି।

ଭାରତର ୩୨୨ ରନ୍‌ର ଟାର୍ଗେଟ ପିଛା କରୁଥିବା ୱେଷ୍ଟଇଣ୍ଡିଜ୍‌ ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନ୍‌ର କେ ପାୱେଲ ଓ ସି ହେମରାଜ୍‌ ଭାରତର ଦୁଇ ଦ୍ରୁତ ବୋଲର୍‌ଙ୍କୁ ପ୍ରଥମରୁ ପ୍ରହାର କରିଥିଲେ। ତେବେ ଦଳୀୟ ସ୍କୋର ୩୬ ଥିବା ବେଳେ ମହମ୍ମଦ ଶାମି ପାୱେଲ(୧୮)ଙ୍କୁ ରିଷଭ ପନ୍ତଙ୍କ ହାତରେ ଆଉଟ୍‌ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହାପରେ କୁଲଦୀପ ଯାଦବ ଅନ୍ୟତମ ଓପନର୍‌ ହେମରାଜ(୩୨) ଓ ଅଭିଜ୍ଞ ସାମୁଏଲ୍ସଙ୍କୁ ଆଉଟ୍‌ କରି ଇଣ୍ଡିଜ୍‌କୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ତେବେ ୪ର୍ଥ ୱିକେଟ୍‌ ପାଇଁ ହେଟ୍‌ମୟାର୍‌ ଓ ହୋପ୍‌ ଭାରତର ସବୁ ଅଙ୍କକୁ ଭୁଲ କରିଦେଇଥିଲା।

ଉଭୟ ୪ର୍ଥ ୱିକେଟ୍‌ ପାଇଁ ୧୪୩ ରନ୍‌ର ଇନିଂସ୍‌ ଖେଳି ଭାରତ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। କିନ୍ତୁ ଚହଲ ହେଟମୟାର୍‌(୯୪)ଙ୍କୁ ଆଉଟ୍‌ କରି ପୁଣି ବିଜୟର ବାସ୍ମା ଦେଇଥିଲେ। ତେବେ ଅନ୍ୟପଟେ ଛିଡ଼ା ହୋଇଥିବା ହୋପ୍‌ ଭାରତୀୟ ବୋଲର୍‌ଙ୍କୁ ପ୍ରହାର କରି ଚାଲିଥିଲେ। ପ୍ରଥମେ ସେ ଆର୍‌ ପାୱେଲ୍‌ଙ୍କ ସହ ୩୨ ରନ୍‌ ଓ ଅଧିନାୟକ ହୋଲଡର୍‌ଙ୍କ ସହ ୪୭ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୩୦୦ରେ ପହଞ୍ଚାଇଥିଲେ।

ଇତି ମଧ୍ୟରେ ପାୱେଲ୍‌(୧୮)ଙ୍କୁ କୁଲଦୀପ ଓ ହୋଲ୍ଡର(୧୨)ଙ୍କୁ ଚହଲ ରନ୍‌ ଆଉଟ୍‌ କରିଦେଇଥିଲେ। ହେଲେ ହୋପ୍‌ ଶେଷ ଯାଏ ଆଶା ଛାଡ଼ି ନଥିଲେ। ଦଳକୁ ଶେଷ ୪ ଓଭର୍‌ରେ ଜିତିବାକୁ ୨୭ ରନ୍‌ ଦରକାର ଥିଲା। ଶେଷ ୪ ଓଭର୍‌ରେ ୱେଷ୍ଟଇଣ୍ଡିଜ୍‌କୁ ଜିତିବା ପାଇଁ ୨୭ ରନ୍‌ ଦରକାର ଥିବା ବେଳେ ଦଳ ୨୬ ରନ୍‌ କରିପାରିଥିଲା। ଫଳରେ ମ୍ୟାଚ୍‌ଟି ଟାଏ ଭାବେ ଶେଷ ହୋଇଥିଲା।

ଶେଷ ୪ ଓଭର୍‌ରେ ଦଳ ଜିତିବା ପାଇଁ ୨୭ ରନ୍‌ ଦରକାର କରୁଥିବା ବେଳେ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଶେହ ହୋପ୍‌ କ୍ରିଜ୍‌ରେ ଥିଲେ। କିନ୍ତୁ ୪୭ ତମ ଓଭର୍‌ ବୋଲିଂ କରୁଥିବା ଉମେଶ ଯାଦ ତାଙ୍କୁ ମାତ୍ର ୫ ରନ୍‌ ସଂଗ୍ରହ କରିବାକୁ ସୁଯୋଗ ଦେଇଥିଲେ। ୪୮ତମ ଓଭର୍‌ ବୋଲିଂ କରିଥିବା ୟୁଜବେନ୍ଦର ଚହଲ ୨ ରନ୍‌ ଦେଇ ହୋପ୍‌ଙ୍କ ସହ ବ୍ୟାଟିଂ କରୁଥିବା ଅଧିନାୟକ ଜେସନ୍‌ ହୋଲଡର୍‌(୧୨)ଙ୍କୁ ଅମ୍ବାତି ରାୟଡୁଙ୍କ ସାହାଯ୍ୟରେ ରନ୍‌ ଆଉଟ୍‌ କରିଦେଇଥିଲେ।

୪୯ ତମ ଓଭର ଶାମି ବୋଲିଂ କରି ମାତ୍ର ୬ ରନ୍‌ ବ୍ୟୟ କରିଥିଲେ। ୫୦ ତଥା ଶେଷ ଓଭର୍‌ରେ ୱେଷ୍ଟଇଣ୍ଡିଜକୁ ୧୪ ରନ୍‌ ଦରକାର ଥିବା ବେଳେ ଉମେଶ ଯାଦବ ଇଣ୍ଡିଜ୍‌ ସ୍ପିନର୍‌ ଏ ନର୍ସଙ୍କୁ ନିଜର ୪ର୍ଥ ବଲ୍‌ରେ ଆଉଟ୍‌ କରି ଦେଇଥିଲେ। ଇଣ୍ଡିଜ୍‌କୁ ଶେଷ ୨ ବଲ୍‌ରେ ଜିତିବା ପାଇଁ ୭ ରନ୍‌ ଦରକାର ଥିବା ବେଳେ ଷ୍ଟ୍ରାଇକ୍‌ କରିଥିଲେ ଶତକଧାରୀ ହୋପ୍‌। ସେ ୫ମ ବଲ୍‌ରେ ୨ ରନ୍‌ କରିଥିବା ବେଳେ ଶେଷ ବଲରେ ଆକର୍ଷଣୀୟ ଚୌକା ମାରି ମ୍ୟାଚ୍‌କୁ ଟାଏ କରି ଦେଇଥିଲେ। ଫଳରେ ଭାରତର ବିଜୟ ଆଶା ଧୂଳିସାତ୍‌ ହୋଇଯାଇଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଶାମି, ଉମେଶ ଯାଦବ ଓ ଚହଲ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ ପ୍ରାରମ୍ଭିବ ଝଟ୍‌କା ପାଇଥିଲା। ଦଳୀୟ ସ୍କୋର ୧୫ ଥିବା ବେଳେ ବ୍ୟକ୍ତିଗତ ୪ ରନ୍‌ କରି ଓପନର୍‌ ରୋହିତ ଶର୍ମା କେମାର ରୋଚ୍‌ଙ୍କ ବଲ୍‌ରେ ହେଟ୍‌ମେୟରଙ୍କ ହାତରେ ଧରାପଡ଼ି ଆଉଟ୍‌ ହୋଇଥିଲା।

ଅନ୍ୟତମ ବାମହାତୀ ଓପନର୍‌ ଶିଖର ଧୱନ୍‌ ଅଧିନାୟକ କୋହଲିଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ମାତ୍ର ୨୫ ରନ୍‌ ଯୋଡ଼ିବା ପରେ ଅଫସ୍ପିନର୍‌ ନର୍ସ୍‌ଙ୍କ ବଲ୍‌ରେ ଲେଗ୍ ବିଫୋର୍‌ ହୋଇଥିଲେ। ଧୱନ୍‌ ୩୦ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ଜରିଆରେ ବ୍ୟକ୍ତିଗତ ୨୯ ରନ୍‌ କରି ଆଉଟ୍‌ ହୋଇଥିଲେ। କିନ୍ତୁ ତୃତୀୟ ୱିକେଟ୍‌ ପାଇଁ କ୍ୟାପ୍‌ଟେନ୍ କୋହଲି ଓ ହାଇଦ୍ରାବାଦୀ ଅମ୍ବାତି ରାୟୁଡ଼ୁଙ୍କ ମଧ୍ୟରେ ହୋଇଥିବା ୧୩୯ର ବଡ଼ ଭାଗିଦାରୀ ଭାରତୀୟ ଦଳକୁ ଏକ ବୃହତ୍‌ ସ୍କୋର୍‌ର ମୂଳଦୂଆକୁ ଦୃଢ଼ କରିଥିଲା।

ରାୟୁଡ଼ୁ ୮୦ ବଲ୍‌ରୁ ୮ଟି ଚୌକା ସହାୟତାରେ ୭୩ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହା ପରେ ଧୋନି(୨୦) ଓ ରିଷଭ ପନ୍ତ (୧୭)ଙ୍କ ୱିକେଟ୍‌ ନେଇ ଇଣ୍ଡିଜ୍‌ ବୋଲିରମାନେ ସଅଳ ଆଉଟ୍‌ କରିଦେଇଥିଲେ। ମ୍ୟାଚ୍‌ର ୪୯ତମ ଓଭର୍‌ରେ ମାତ୍ର ୧୩ ରନ୍‌ କରି ଜାଡେଜା ଇଣ୍ଡିଜ୍‌ର ପଦାର୍ପଣକାରୀ ବାମହାତୀ ଫାଷ୍ଟ୍‌ ବୋଲର୍‌ ମ୍ୟାକ୍‌କୟଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିରାଟ୍‌ ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହି ୧୫୭ ରନ୍‌ କରିବା ସହ ଦଳୀୟ ସ୍କୋରକୁ ୩୨୧ରେ ପହଞ୍ଚାଇଥିଲେ।

ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ନର୍ସ୍‌ ଓ ମ୍ୟାକ୍‌କୟ ପ୍ରତ୍ୟେକ ଦୁଇଟି ଏବଂ ରୋଚ୍ ଓ ସାମୁଏଲ୍‌ସ୍‌ ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

ଗୌହାଟୀ ଦିନିକିଆକୁ ଭାରତ ଜିତିଥିବା ଥିବାରୁ ଏବେ ବି ସିରିଜ୍‌ରେ ୧-୦ରେ ଆଗରେ ରହିଛି। ଏବେ ୨୭ ତାରିଖରେ ହେବାକୁ ଥିବା ତୃତୀୟ ଦିନିକିଆରେ ଉଭୟ ଦଳ ମୁହାଁମୁହିଁ ହେବେ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ଟି ଦିନିକିଆ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story