ବିରାଟ ଅଶୁଭ, ରୋହିତଙ୍କୁ ଅଧିନାୟକ କରିବା ଦାବିରେ ଆସିବ ପିଟିସନ

ନୂଆଦିଲ୍ଲୀ: ନିକଟରେ ଭାରତୀୟ ମହିଳା ଦଳ ଆଇସିସି ଟି-୨୦ ବିଶ୍ୱକପ ଖେଳିଥିଲା। ଏହି ମ୍ୟାଚ୍‌ ପୂର୍ବରୁ ବିସିସିଆଇଠାରୁ ଆରମ୍ଭ କରି ପୁରୁଷ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନେକ ବ୍ୟକ୍ତିବିଶେଷ ହରମନପ୍ରୀତ କୌରଙ୍କ ମହିଳା ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ। ହେଲେ ଭାରତୀୟ ମହିଳା ଦଳ ଫାଇନାଲ ମ୍ୟାଚ୍‌ରେ ୮୫ ରନ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି।

ତେବେ ବିରାଟ ଦଳକୁ ଶୁଭେଚ୍ଛା ଜଣାଇବାରୁ ଦଳ ହାରିଲା ଓ ସେ ଅଶୁଭ ବୋଲି Change.org ନାମକ ଏକ ସଂସ୍ଥା ସୋଶାଲ ମିଡିଆରେ ଗୋଟିଏ ପିଟିସନ ଜାରି କରିଛି। ଏହି ପିଟିସନରେ ବିରାଟ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ବା ବଡ଼ ମ୍ୟାଚ୍‌ ପୂର୍ବରୁ କୌଣସି ଦଳକୁ ଶୁଭେଚ୍ଛା ନ ଜଣାନ୍ତୁ ବୋଲି କୁହାଯାଇଛି।

ଏଥିରେ କୁହାଯାଇଛି ଯେ “ଆମେ ବିରାଟ କୋହଲିଙ୍କୁ ବିରୋଧ କରୁନାହୁଁ। କିନ୍ତୁ ଆପଣମାନେ ଜଣେ ଅଶୁଭ ବ୍ୟକ୍ତିଙ୍କ ଶୁଭେଚ୍ଛା କେମିତି ଭାରତର ସବୁକିଛି ସଫଳତାକୁ ବରବାଦ କରିଦେଉଛି ଥରେ ଦେଖନ୍ତୁ। ସେ ଜଣେ ପନୌତି।

ମହିଳା ଦିବସରେ ଆମ ସମସ୍ତଙ୍କ ହୃଦୟ ଭାଙ୍ଗି ଯାଇଛି। କାରଣ ଭାରତୀୟ ମହିଳା ଟିମ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। ତେଣୁ ଆପଣମାନେ ଏହି ପିଟିସନରେ ବହୁ ମାତ୍ରାରେ ଦସ୍ତଖତ କରନ୍ତୁ। ଫଳରେ ଏହା ବିରାଟଙ୍କ ପାଖରେ ପହଞ୍ଚି ପାରିବ ଏବଂ ସେ ବଡ଼ ମ୍ୟାଚ୍‌ ପୂର୍ବରୁ କାହାକୁ ବି ଶୁଭେଚ୍ଛା ଜଣାଇବେ ନାହିଁ।”

Change.org ମଧ୍ୟ କହିଛି ଯେ ସେମାନେ ରୋହିତ ଶର୍ମାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରିବାକୁ ଏକ ଫ୍ରେଶ ପିଟିସନ ଅଭିଯାନ ଆରମ୍ଭ କରିବେ। ସଂସ୍ଥା କହିଛି ଯେ “ଆମ ସଂଗଠନ ଖୁବଶୀଘ୍ର ନୂଆ ପିଟିସନ ଆଣିବ। ଏଥିରେ ରୋହିତ ଶର୍ମାଙ୍କୁ ଟିମ୍‌ ଇଣ୍ଡିଆର ଅଧିନାୟକ କରିବା ପାଇଁ ଦାବି କରାଯିବ।

କାରଣ ଆପଣମାନେ ସମସ୍ତେ ଦେଖିଛନ୍ତି ଯେ ମିଷ୍ଟର ପନୌତି(ବିରାଟ କୋହଲି) ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ ହେବା ପରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଟିମ୍‌ ଇଣ୍ଡିଆ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଠିକଣା ସମୟରେ ଦଳ ହାରି ଯାଉଛି।”

୨୦୧୪ ପରଠାରୁ ଭାରତୀୟ ପୁରୁଷ ଓ ମହିଳା ଟିମ୍‌ ଆଇସିସି ଟୁର୍ଣ୍ଣାମେଣ୍ଟର ନକଆଉଟ ମ୍ୟାଚ୍‌ରୁ ହିଁ ବିଦାୟ ନେଉଛୁ। କେବେ ବି ଦଳ ଟ୍ରଫି ଜିତି ପାରୁନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।