ଗୁଜରାଟକୁ ହରାଇ ୯ ୱିକେଟ୍‌ରେ ଜିତିଲା ହାଇଦ୍ରାବାଦ

ହାଇଦ୍ରାବାଦ: ଆଇପିଏଲ ଆଜିର ମ୍ୟାଚ୍‌ରେ ସନରାଇଜର୍ସ୍‌ ହାଇଦ୍ରାବାଦ ଅତି ସହଜ ବିଜୟ ଲାଭ କରିଛି । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ୱିକେଟ୍‌ ହରାଇ ମାତ୍ର ୧୩୫ ରନ କରିପାରିଥିଲା। ହାଇଦ୍ରାବାଦର ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ଗୁଜରାଟ ଟିମ୍‌। ହାଇଦ୍ରାବାଦ ପକ୍ଷରୁ ରସିଦ୍ ଖାନ୍‌ ୪ ଓଭର୍‌ ବୋଲିଂ କରି ମାତ୍ର ୧୯ ରନ ଦେଇ ମୂଲ୍ୟବାନ ୩ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର ୨ଟି ଓ ନେହେରା […]

rashid-khan-m1

rashid-khan-m1

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 09:14 PM IST

Sports

Latest News

ହାଇଦ୍ରାବାଦ: ଆଇପିଏଲ ଆଜିର ମ୍ୟାଚ୍‌ରେ ସନରାଇଜର୍ସ୍‌ ହାଇଦ୍ରାବାଦ ଅତି ସହଜ ବିଜୟ ଲାଭ କରିଛି । ଗୁଜରାଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ୱିକେଟ୍‌ ହରାଇ ମାତ୍ର ୧୩୫ ରନ କରିପାରିଥିଲା। ହାଇଦ୍ରାବାଦର ବୋଲିଂ ଆଗରେ ଧରାଶାୟୀ ହୋଇଯାଇଥିଲା ଗୁଜରାଟ ଟିମ୍‌। ହାଇଦ୍ରାବାଦ ପକ୍ଷରୁ ରସିଦ୍ ଖାନ୍‌ ୪ ଓଭର୍‌ ବୋଲିଂ କରି ମାତ୍ର ୧୯ ରନ ଦେଇ ମୂଲ୍ୟବାନ ୩ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର ୨ଟି ଓ ନେହେରା ଗୋଟିଏ ୱିକେଟ୍‌ ନେଇଥିଲେ। ଅନ୍ୟପଟେ ୧୩୬ରନର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୧୫.୩ ଓଭରରେ ଜିତି ଯାଇଥିଲା। ଦଳ ପକ୍ଷରୁ ଡେଭିଡ୍‌ ୱାର୍ଣ୍ଣର ୭୬ରନ୍‌ ଓ ହେନ୍‌ରିକ୍ସ୍‌ ୫୨ରନ୍‌ର ଅପରାଜିତ ପାରି ଖେଳି ଦଳକୁ ଜିତାଇଥିଲେ। ଆକର୍ଷଣୀୟ ବୋଲିଂ ପାଇଁ ରସିଦ୍ ଖାନ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos