ପାଠପଢ଼ା ଆଗ, ଖେଳ ପଛ ବୋଲି କହିଲେ କପିଲ ଦେବ

ନୂଆଦିଲ୍ଲୀ: ମହମାରୀ କରୋନା ଯୋଗୁ କ୍ରିକେଟଠାରୁ ଆରମ୍ଭ କରି ଫୁଟବଲ ଯାଏ ସବୁ ଖେଳରେ ତାଲା ପଡ଼ିଛି। ଏଗୁଡ଼ିକ କେବେ ଆରମ୍ଭ ହେବ, ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି। ହେଲେ କ୍ରୀଡ଼ା ଇଭେଣ୍ଟ ବନ୍ଦ ହୋଇଯାଇଛି ବୋଲି ଭାରତର ବିଶ୍ୱକପ ୱିନିଂ କ୍ୟାପ୍ଟେନ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଆଦୌ ବ୍ୟସ୍ତ ହେଉନାହାନ୍ତି। ବରଂ କରୋନା ଯୋଗୁ ପିଲାମାନେ ସ୍କୁଲ କଲେଜ ଯାଇ ପାରୁ ନଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, କ୍ରୀଡ଼ା […]

j

j

Hemant Lenka
  • Published: Saturday, 25 April 2020
  • Updated: 25 April 2020, 01:34 PM IST

Sports

Latest News

ନୂଆଦିଲ୍ଲୀ: ମହମାରୀ କରୋନା ଯୋଗୁ କ୍ରିକେଟଠାରୁ ଆରମ୍ଭ କରି ଫୁଟବଲ ଯାଏ ସବୁ ଖେଳରେ ତାଲା ପଡ଼ିଛି। ଏଗୁଡ଼ିକ କେବେ ଆରମ୍ଭ ହେବ, ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି।

ହେଲେ କ୍ରୀଡ଼ା ଇଭେଣ୍ଟ ବନ୍ଦ ହୋଇଯାଇଛି ବୋଲି ଭାରତର ବିଶ୍ୱକପ ୱିନିଂ କ୍ୟାପ୍ଟେନ ତଥା କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଆଦୌ ବ୍ୟସ୍ତ ହେଉନାହାନ୍ତି। ବରଂ କରୋନା ଯୋଗୁ ପିଲାମାନେ ସ୍କୁଲ କଲେଜ ଯାଇ ପାରୁ ନଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି।

ସେ କହିଛନ୍ତି, କ୍ରୀଡ଼ା ଇଭେଣ୍ଟ ଅପେକ୍ଷା ବର୍ତ୍ତମାନ ପିଲାଙ୍କ ପାଠପଢ଼ା କେମିତି ଆରମ୍ଭ ହେବ, ତାହା ଗୁରୁତ୍ୱପୂର୍ଣ୍ଣ। ସ୍କୁଲ କଲେଜ ବନ୍ଦ ଥିବାରୁ ପିଲାଙ୍କ ପାଠପଢ଼ା ଗଭୀର ଭାବେ ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।

କପିଲ ଦେବ କହିଛନ୍ତି, “ବହୁତ ବଡ଼ ସମସ୍ୟା ସବୁ ଦେଖୁଛି। କ୍ରିକେଟ କ’ଣ କେବଳ ଏକ ପ୍ରସଙ୍ଗ, ଯାହା ଉପରେ ଆମେ ଆଲୋଚନା କରିବା? ମୁଁ କ୍ରିକେଟ ଅପେକ୍ଷା ପିଲାମାନଙ୍କ ପାଠପଢ଼ାକୁ ନେଇ ବେଶୀ ଚିନ୍ତିତ। ସ୍କୁଲ ଓ କଲେଜ ବନ୍ଦ ଥିବାରୁ ସେମାନେ ସେଠାକୁ ଯାଇପାରୁନାହାନ୍ତି। ସେମାନଙ୍କ ପାଠପଢ଼ା ଗଭୀର ଭାବେ ପ୍ରଭାବିତ ହୋଇଛି। ତେଣୁ ମୁଁ ଚାହୁଁଛି ପ୍ରଥମେ ସ୍କୁଲ ଓ କଲେଜ ଖୋଲିବା ଦରକାର। କ୍ରିକେଟ ଓ ଫୁଟବଲ ଭଳି ଅନ୍ୟ ଖେଳ ପର୍ଯ୍ୟାକ୍ରମେ ଆରମ୍ଭ କରାଯାଇ ପାରିବ।”

ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କରୋନା ମୁକାବିଲାର ପାଣ୍ଠି ସଂଗ୍ରହ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ କରିବାକୁ ଦେଇଥିବା ବୟାନ ଉପରେ ବି କପିଲ ଦେବ ମତ ଦେଇଛନ୍ତି। ସେ କହିଛନ୍ତି, ଆପଣମାନେ ଭାବ ପ୍ରବଣ ହୋଇ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ହଁ କହିପାରନ୍ତି। ତେବେ ଏଭଳି ଘଡ଼ିଷନ୍ଧି ମୁହୂର୍ତ୍ତରେ ମ୍ୟାଚ୍‌ ସମ୍ଭବ ନୁହେଁ।

ଯଦି ଆପଣ(ପାକିସ୍ତାନ) ଟଙ୍କା ଚାହୁଁଛନ୍ତି, ତା’ହେଲେ ପ୍ରଥମେ ସୀମାରେ ଆତଙ୍କୀ କାର୍ଯକଳାପ ବନ୍ଦ କରନ୍ତୁ। ଅନ୍ୟପକ୍ଷରେ ଆମେ ଯଦି ଟଙ୍କା ଚାହୁଁଛନ୍ତି, ତା’ହେଲେ ଆମ ପାଖରେ ବି ଅନେକ ଧର୍ମାନୁଷ୍ଠାନ ରହିଛି। ସେମାନେ ଏଥିପାଇଁ ଆଗକୁ ଆସିବା ଦରକାର। ଏହା ସେମାନଙ୍କର ଉତ୍ତର ଦାୟିତ୍ୱ। କାରଣ ଆମେ ଧର୍ମାନୁଷ୍ଠାନକୁ ଯିବା ବେଳେ ଅନେକ କିଛି ଦାନ କରିଥାଉ। ଏବେ ସେମାନେ ସରକାରଙ୍କୁ ସହଯୋଗ କରିବା ଦରକାର ବୋଲି କପିଲ ଦେବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story