ସ୍ମିଥଙ୍କ ବ୍ୟାଟିଂ ଦେଖି ଚମକିଲେ ଅଖତର, ଆହତ କରିବାକୁ ଚାହୁଁଥିବା କହିଲେ

ଇସଲାମାବାଦ: ବଲ ବିକୃତ ଘଟଣାରେ ବାସନ୍ଦ ହୋଇ ପୁଣିଥରେ କ୍ରକେଟକୁ ଫେରିଥିବା ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଷ୍ଟିଭ୍‌ ସ୍ମିଥଙ୍କୁ ଆହତ କରିବାକୁ ମନ ବଳାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର। ସ୍ମିଥ ବର୍ଷକ ବାସନ୍ଦ ଦଣ୍ଡ ଭୋଗିବା  ପରେ ପଡ଼ିଆକୁ ଫେରିଛନ୍ତି। ତେବେ ସେ ପଡ଼ିଆକୁ ଫେରିବା ପରେ ଚମତ୍କାର ଲୟରେ ରହିଛନ୍ତି। ସେ ନିକଟରେ ଏକାକୀ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ଏହି ମ୍ୟାଚ୍‌ରେ ସ୍ମିଥ ୫୧ ବଲରେ ୮୦ ରନ୍‌ର […]

qw

qw

Hemant Lenka
  • Published: Thursday, 07 November 2019
  • Updated: 07 November 2019, 04:55 PM IST

Sports

Latest News

ଇସଲାମାବାଦ: ବଲ ବିକୃତ ଘଟଣାରେ ବାସନ୍ଦ ହୋଇ ପୁଣିଥରେ କ୍ରକେଟକୁ ଫେରିଥିବା ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଷ୍ଟିଭ୍‌ ସ୍ମିଥଙ୍କୁ ଆହତ କରିବାକୁ ମନ ବଳାଇଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର। ସ୍ମିଥ ବର୍ଷକ ବାସନ୍ଦ ଦଣ୍ଡ ଭୋଗିବା  ପରେ ପଡ଼ିଆକୁ ଫେରିଛନ୍ତି। ତେବେ ସେ ପଡ଼ିଆକୁ ଫେରିବା ପରେ ଚମତ୍କାର ଲୟରେ ରହିଛନ୍ତି।

ସେ ନିକଟରେ ଏକାକୀ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ଏହି ମ୍ୟାଚ୍‌ରେ ସ୍ମିଥ ୫୧ ବଲରେ ୮୦ ରନ୍‌ର ଅପରାଜିତ ଇନିଂସ ଖେଳିବାରୁ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପାକିସ୍ତାନକୁ ପରାସ୍ତ କରିପାରିଥିଲା।

ଏବେ ଅଖତର ସ୍ମିଥଙ୍କ ବ୍ୟାଟିଂ କଳା ଦେଖି ଚମକି ପଡ଼ିଛନ୍ତି। ସେ କହିଛନ୍ତି, “ସ୍ମିଥ କେମିତି ଏତେ ଭଲ ବ୍ୟାଟିଂ କରୁଛନ୍ତି, ତା’କୁ ଦେଖି ଆଶ୍ଚର୍ଯ୍ୟ ହେଉଛି। ତାଙ୍କ ପାଖରେ କୌଣସି ଟେକନିକ୍‌ କିମ୍ବା ଷ୍ଟାଇଲ ନାହିଁ। ହେଲେ ବ୍ୟାଟିଂ କରିବାକୁ ତାଙ୍କର ସାହାସ ରହିଛି। ତେଣୁ ସେ ରନ ସଂଗ୍ରହ କରିପାରୁଛନ୍ତି।

ସେ ବଲ୍‌ର ପିଚ୍‌ ପାଖରେ ପହଞ୍ଚି ଦ୍ୱିତୀୟ ଟି-୨ରେ ପାକ୍‌ ବୋଲରଙ୍କ ଉପରେ କଡ଼ା ପ୍ରହାର କରିଥିଲେ। ସେ ଯଦି ମୋ ଟାଇମରେ ଖେଳି ଥାଆନ୍ତେ, ତା’ହେଲେ ମୁଁ ତାଙ୍କ ମୁହଁକୁ ୩ରୁ ୪ ଥର ବଲ ପକାଇ ଆହତ କରି ଦେବାକୁ ଚେଷ୍ଟା କରିଥାଆନ୍ତି। ମୁଁ ତାଙ୍କୁ ଆଘାତ ଦେବାକୁ ଚେଷ୍ଟା କରି ଥାଆନ୍ତି।

ତେବେ ତାଙ୍କ ଭଳି ଜଣେ ବ୍ୟାଟସମ୍ୟାନ୍‌ଙ୍କୁ ଆଘାତ ଦେବା ଅସମ୍ଭବ। ସେ ସବୁଠାରୁ ଚମତ୍କାର ଖେଳୁଛନ୍ତି। ସେ ଶୁଭେଚ୍ଛା ପାଇବାକୁ ଯୋଗ୍ୟ। ବଲ ବିକୃତ ଘଟଣାରୁ ଦଣ୍ଡ ପାଇ ଫେରିବା ପରେ ସ୍ମିଥ ବିପୁଳ ରନ୍‌ ସଂଗ୍ରହ କରିଛନ୍ତି। କିଛି ଲୋକ ସେ ଟି-୨୦ ପାଇଁ ଫିଟ ନୁହନ୍ତି ବୋଲି କହୁଥିଲେ। ହେଲେ ସେ ଏହାକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି।’”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos