ପରାଜୟ ପରେ କ'ଣ କହିଲେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି

ମ୍ୟାଞ୍ଚେଷ୍ଟର୍: ଆଇସିସି ବିଶ୍ୱକପରେ ଭାରତୀୟ ଟିମର ଅଭିଯାନ ବିଶ୍ୱକପରେ ଶେଷ ହୋଇଛି। ଭାରତୀୟ ଟିମ୍ ବୁଧବାର ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଛି। ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ବୋଲରଙ୍କ ପ୍ରଶଂସା କରିଛନ୍ତି । ଭାରତୀୟ ଟିମ୍ ବର୍ଷା ପ୍ରଭାବିତ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୨୩୯ ରନରେ ରୋକିଥିଲା। କିନ୍ତୁ ଖରାପ ବ୍ୟାଟିଂ ଯୋଗୁ ଭାରତ ଏହି ଲକ୍ଷ୍ୟର ପିଛା କରିପାରିଲା ନାହିଁ। ଏହି ପରାଜୟକୁ ନେଇ କୋହଲି କହିଛନ୍ତି, ଆମ ବୋଲରମାନେ […]

virat

virat

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 09:07 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଆଇସିସି ବିଶ୍ୱକପରେ ଭାରତୀୟ ଟିମର ଅଭିଯାନ ବିଶ୍ୱକପରେ ଶେଷ ହୋଇଛି। ଭାରତୀୟ ଟିମ୍ ବୁଧବାର ନ୍ୟୁଜିଲ୍ୟାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇଛି। ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ନିଜର ବୋଲରଙ୍କ ପ୍ରଶଂସା କରିଛନ୍ତି । ଭାରତୀୟ ଟିମ୍ ବର୍ଷା ପ୍ରଭାବିତ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୨୩୯ ରନରେ ରୋକିଥିଲା। କିନ୍ତୁ ଖରାପ ବ୍ୟାଟିଂ ଯୋଗୁ ଭାରତ ଏହି ଲକ୍ଷ୍ୟର ପିଛା କରିପାରିଲା ନାହିଁ।

ଏହି ପରାଜୟକୁ ନେଇ କୋହଲି କହିଛନ୍ତି, ଆମ ବୋଲରମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆମେ ପ୍ରଥମ ହାଫରେ ନିଜ ଲକ୍ଷ୍ୟ ହାସଲ କରିନେଇଥିଲୁ। ଆମେ ନ୍ୟୁଜିଲ୍ୟାଣ୍ଡକୁ କମ୍ ସ୍କୋରରେ ରୋକିବାରେ ସଫଳ ହୋଇଥିଲୁ। ଏହି ଲକ୍ଷ୍ୟକୁ ହାସଲ କରାଯାଇପାରି ଥାନ୍ତା, କିନ୍ତୁ ନ୍ୟୁଜିଲ୍ୟାଣ୍ଡ୍ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ।

କିୱି ବୋଲରମାନେ ଭାରତୀୟ ଟପ୍ ଅର୍ଡରକୁ ଅସୁବିଧାରେ ପକାଇଥିଲେ। ଜାଡେଜା ମାତ୍ର ଦୁଇଟି ମ୍ୟାଚରେ ସୁଯୋଗ ପାଇଥିଲେ ହେଁ, ସେ ଏହାର ଭରପୂର ଫାଇଦା ଉଠାଇଛନ୍ତି। ଜାଡେଜାଙ୍କ ବ୍ୟାଟିଂ ଦମଦାର ରହିଥିଲା। ସେ ଧୋନିଙ୍କ ସହ ଭଲ ପାର୍ଟନରଶିପ୍ ମଧ୍ୟ କରିଥିଲେ। ଧୋନି ଭଲ ଖେଳିଥିଲେ, କିନ୍ତୁ ଅଳ୍ପ ବ୍ୟବଧାନରେ ରନଆଉଟ୍ ହୋଇଯାଇଥିଲେ ଏବଂ ଏହା ମ୍ୟାଚର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା।

କୋହଲି ଆହୁରି କହିଛନ୍ତି, ପୂରା ଟୁର୍ଣ୍ଣାମେଣ୍ଟରେ ଆମେ ଯେଉଁଭଳି ପ୍ରଦର୍ଶନ କରିଛୁ, ତାହା ପ୍ରଶଂସାଯୋଗ୍ୟ। କିନ୍ତୁ ଏହି ମ୍ୟାଚରେ ଆମ ତୁଳନାରେ ନ୍ୟୁଜିଲ୍ୟାଣ୍ଡ୍ ଭଲ ପ୍ରଦର୍ଶନ କରିଥିଲା ଏବଂ ଆମ ଉପରେ ଚାପ ପକାଇ ରଖିଥିଲା। ଏହାଛଡ଼ା ମ୍ୟାଚରେ ଆମର ଶଟ୍ ସିଲେକସନ୍ ମଧ୍ୟ ଖରାପ ରହିଥିଲା। ନକଆଉଟ୍ ମ୍ୟାଚରେ କିଛି ବି ହୋଇପାରେ। ନ୍ୟୁଜିଲ୍ୟାଣ୍ଡ୍ ଆଜି ଭଲ ଖେଳିଲା ଏବଂ ସେମାନେ ଏହି ବିଜୟର ହକଦାର ଥିଲେ ବୋଲି ବିରାଟ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos