ଏହି ଦୁଇ ଶ୍ରୀଲଙ୍କା କ୍ରିକେଟର୍‌ଙ୍କୁ ସସପେଣ୍ଡ୍ କଲା ଆଇସିସି

ଦୁବାଇ: ୟୁଏଇରେ ଆୟୋଜିତ ଏକ ଟି-୧୦ ଲିଗରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ନୁୱନ୍ ଜୋୟସା ଓ ଅଭିସ୍କା ଗୁଣବର୍ଦ୍ଧନେଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସାମୟିକ ସସପେଣ୍ଡ୍ କରିଛି। ଦୁହିଁଙ୍କ ମଧ୍ୟରୁ ଜୋୟସା ପୂର୍ବରୁ ହିଁ ଦୁର୍ନୀତି ଅଭିଯୋଗରେ ସସପେଣ୍ଡ ହୋଇସାରିଛନ୍ତି। ଶ୍ରୀଲଙ୍କାର ଏହି ଦୁଇ କ୍ରିକେଟରଙ୍କୁ ସେମାନଙ୍କ ଉପରେ ଲାଗିଥିବା ଅଭିଯୋଗର ଜବାବ ଦେବା ପାଇଁ ୧୪ ଦିନର ସମୟ ଦିଆଯାଇଛି। ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ତରଫରୁ ଆଇସିସି […]

srilanka

srilanka

Hemant Lenka
  • Published: Friday, 10 May 2019
  • Updated: 10 May 2019, 03:29 PM IST

Sports

Latest News

ଦୁବାଇ: ୟୁଏଇରେ ଆୟୋଜିତ ଏକ ଟି-୧୦ ଲିଗରେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗରେ ଶ୍ରୀଲଙ୍କାର ପୂର୍ବତନ ଖେଳାଳି ନୁୱନ୍ ଜୋୟସା ଓ ଅଭିସ୍କା ଗୁଣବର୍ଦ୍ଧନେଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସାମୟିକ ସସପେଣ୍ଡ୍ କରିଛି। ଦୁହିଁଙ୍କ ମଧ୍ୟରୁ ଜୋୟସା ପୂର୍ବରୁ ହିଁ ଦୁର୍ନୀତି ଅଭିଯୋଗରେ ସସପେଣ୍ଡ ହୋଇସାରିଛନ୍ତି।

ଶ୍ରୀଲଙ୍କାର ଏହି ଦୁଇ କ୍ରିକେଟରଙ୍କୁ ସେମାନଙ୍କ ଉପରେ ଲାଗିଥିବା ଅଭିଯୋଗର ଜବାବ ଦେବା ପାଇଁ ୧୪ ଦିନର ସମୟ ଦିଆଯାଇଛି। ଏମିରେଟ୍ସ କ୍ରିକେଟ୍ ବୋର୍ଡ (ଇସିବି) ତରଫରୁ ଆଇସିସି ଶ୍ରୀଲଙ୍କାର ପୂର୍ବତନ ମିଡିୟମ ପେସ୍ ବୋଲର ଜୋୟସାଙ୍କୁ ୪ ଏବଂ ଗୁଣବର୍ଦ୍ଧନେଙ୍କୁ ୨ ଅଭିଯୋଗରେ ଅଭିଯୁକ୍ତ ସାବ୍ୟସ୍ତ କରିଛି।

ତେବେ ଦୁଇ ଖେଳାଳିଙ୍କ ଉପରେ କେଉଁ ଘଟଣା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଆଇସିସି ସ୍ପଷ୍ଟ କରିନାହିଁ। କିନ୍ତୁ ଦୁହିଁଙ୍କ ଉପରେ ଲାଗିଥିବା ଅଭିଯୋଗ ଗତବର୍ଷ ଡିସେମ୍ବରରେ ଆୟୋଜିତ ୟୁଏଇ ଟି-୨୦ ଲିଗରେ ସମ୍ବନ୍ଧିତ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos