ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଦୁଇମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିଥିବା ଲୋକେଶ ରାହୁଲ ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନକୁ ଉଠିଛନ୍ତି । ଏକ ଟିଭି ଶୋ’ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସସପେଣ୍ଡ ହୋଇଥିବା ରାହୁଲ ଅଷ୍ଟ୍ରେଲିଆ ଦୁଇଟି ଟି-୨୦ ମ୍ୟାଚରେ ଯଥାକ୍ରମେ ୪୭ ଓ ୫୦ ରନ୍ କରିଥିଲେ । ସେହିପରି ଉକ୍ତ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଗୋଟିଏ ସ୍ଥାନ ଖସି ପଞ୍ଚମରେ ରହିଛନ୍ତି ।
ପାକିସ୍ତାନର ବାବର ଆଜମ ଓ ଆଫଗାନିସ୍ତାନର ରଶିଦ୍ ଖାନ୍ ଯଥାକ୍ରମେ ବ୍ୟାଟ୍ସମ୍ୟାନ୍ ଓ ବୋଲର ରାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ଅଛନ୍ତି । ପାକିସ୍ତାନ ୧୩୫ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଏହାପଛକୁ ଭାରତ ୧୨୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ଇଂଲଣ୍ଡ ୧୨୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରେ ୫ ୱିକେଟ୍ ନେଇଥିବା ଇଂଲଣ୍ଡ ସ୍ପିନର ଆଦିଲ ରଶିଦ୍ କ୍ୟାରିୟରର ସର୍ବଶ୍ରେଷ୍ଠ ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।