ଆଇସିସି ଟେଷ୍ଟ ମାନ୍ୟତା: ନମ୍ବର ୧ରୁ ଖସିଲେ ଅଶ୍ୱିନ

ଦୁବାଇ: ଆଇସିସି ଟେଷ୍ଟ ମାନ୍ୟତାର ନମ୍ବର-୧ ସ୍ଥାନ ହରାଇଲେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେ ୨ ନମ୍ବର ସ୍ଥାନକୁ ଖସି ଆସିଛନ୍ତି। ରବିବାର ଆଇସିସିର ସଦ୍ୟତମ ଟେଷ୍ଟ ବୋଲର ମାନ୍ୟତା ତାଲିକାରୁ ଏହା ଜଣାପଡିଛି। ଇଂଲଣ୍ଡର ଫାଷ୍ଟ ବୋଲର ଷ୍ଟୁଆର୍ଡ ବ୍ରୋଡ (୮୮୦ ପଏଣ୍ଟ) ପ୍ରଥମ ସ୍ଥାନରେ ରହିଛନ୍ତି।

ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ୍ (୮୫୦ ପଏଣ୍ଟ) ରହିଥିବା ବେଳେ ପାକିସ୍ତାନର ୟାସିର ଶାହ ( ୮୪୬ ପଏଣ୍ଟ ) ଚତୁର୍ଥ, ଇଂଲଣ୍ଡର ଜେମ୍ସ ଆଣ୍ଡରସନ (୭୮୯ ପଏଣ୍ଟ) ୫ମ ଓ ଭାରତର ସ୍ପିନର ରବୀନ୍ଦ୍ର ଜାଡେଜା (୭୮୯ ପଏଣ୍ଟ) ୬ଷ୍ଠ ସ୍ଥାନରେ ରହିଛନ୍ତି।

ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାର ଏକମାତ୍ର ଭାରତୀୟ ଭାବେ ଟପ୍ ଟେନରେ ଅଛନ୍ତି। ସେ ୧୦ମ ସ୍ଥାନରେ ରହିଛନ୍ତି।

ଆଇସିସିର ଆଲରାଉଣ୍ଡର ମାନ୍ୟତାରେ ଅଶ୍ୱିନ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ବାଂଲାଦେଶର ସକିବ ଅଲ ହାସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଏକ ଦିବସୀୟର ବୋଲିଂ ମାନ୍ୟତାରେ ୧୦ମ ସ୍ଥାନରେ ରହିଥିବା ବେଳେ ଟି-ଟ୍ୱେଣ୍ଟିରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।