୪ ବର୍ଷ ପରେ ଟେଷ୍ଟ ମାନ୍ୟତାର ୧ ନମ୍ବର ସ୍ଥାନକୁ ଫେରିଲା ଭାରତ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ସ୍ଥାନକୁ ଫେରିଛି ଟିମ୍ ଇଣ୍ଡିଆ। ପାଖିପାଖି ସାଢେ ୪ବର୍ଷ ପରେ ଏହି ସ୍ଥାନକୁ ଫେରିଛି ଭାରତ। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ବିଜୟୀ ହେବା ପରେ ଭାରତ ଏହି ସ୍ଥାନକୁ ଫେରିଛି। ୨୦୦୯ ଭାରତ ଡିସେମ୍ବରରୁ ୨୦୧୧ ମସିହା ଅଗଷ୍ଟ ମାସ ଯାଏଁ ରହିଥିଲା।

ଦକ୍ଷିଣ ଆଫ୍ରିକା ଇଂଲଣ୍ଡକୁ ସେଞ୍ଚୁରିଆନ୍ ଟେଷ୍ଟରେ ୨୮୦ ରନରେ ପରାସ୍ତ କରିବା ପରେ ଆଇସିସି ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।