ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ଭଲ ଆରମ୍ଭ

ଲଣ୍ଡନ: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଛନ୍ତି ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର । ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ୧୦ ଓଭରରେ ବିନା ୱିକେଟ୍ ହରାଇ […]

eng vs aus

eng vs aus

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 03:44 PM IST

Sports

Latest News

ଲଣ୍ଡନ: ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଆୟୋଜକ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମଙ୍ଗଳବାର ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଳରେ ଆମନ୍ତ୍ରଣ ପାଇ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଭଲ ଷ୍ଟାର୍ଟ ଦେଇଛନ୍ତି ଦୁଇ ଓପ୍ନର ଆରୋନ୍ ଫିଞ୍ଚ୍ ଓ ଡେଭିଡ୍ ୱାର୍ଣ୍ଣର । ରିପୋର୍ଟ ଲେଖା ହେଲା ବେଳକୁ ଅଷ୍ଟ୍ରେଲିଆ ୧୦ ଓଭରରେ ବିନା ୱିକେଟ୍ ହରାଇ ୪୪ ରନ୍ କରିଛି । ଫିଞ୍ଚ୍ ୨୦ ଓ ୱାର୍ଣ୍ଣର୍ ୨୨ ରନରେ ବ୍ୟାଟିଂ କରୁଛନ୍ତି ।

ଏହି ମ୍ୟାଚରେ ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ତେବେ ଅଷ୍ଟ୍ରେଲିଆ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । ସ୍ପିନର ଆଡାମ ଜାମ୍ପା ଓ ନେଥନ କୁଲ୍ଟର-ନାଇଲ୍ ବାଦ୍ ପଡ଼ିଥିବା ବେଳେ ସେମାନଙ୍କ ସ୍ଥାନରେ ନେଥନ ଲାୟନ୍ ଓ ଜେସନ୍ ବେହରେନଡର୍ଫ ସୁଯୋଗ ପାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos