ଶନିବାର ରୋଜ୍‌ ବୋଲ୍‌ରେ ଭାରତ-ଆଫଗାନିସ୍ତାନ ମୁକାବିଲା

ସାଉଥାମ୍ପଟନ୍: ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶନିବାର ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଆହତ ସମସ୍ୟା ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ଫେଭରିଟ୍। ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି। ଭାରତକୁ ଶୀର୍ଷକ୍ରମ ଲଗାତାର ବିଜୟୀ କରାଇ ଆସୁଛି […]

team india

team india

Hemant Lenka
  • Published: Friday, 21 June 2019
  • Updated: 21 June 2019, 10:08 PM IST

Sports

Latest News

ସାଉଥାମ୍ପଟନ୍: ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶନିବାର ତା'ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଆହତ ସମସ୍ୟା ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ପାଇଁ ଫେଭରିଟ୍।

ଭାରତ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ମୁକାବିଲାରେ ଦମଦାର ପ୍ରଦର୍ଶନ କରିଛି। ଭାରତକୁ ଶୀର୍ଷକ୍ରମ ଲଗାତାର ବିଜୟୀ କରାଇ ଆସୁଛି ଏବଂ ବୋଲିଂ ଓ ଫିଲ୍ଡିଂରେ ମଧ୍ୟ ଟିମ୍ ଶୃଙ୍ଖଳିତ ପ୍ରଦର୍ଶନ କରିଆସୁଛି। ଆଫଗାନିସ୍ତାନ ପାଇଁ ବିବାଦ ଓ ପରାଜୟ ପିଛା ଛାଡ଼ୁନି। ଟିମ୍ ତା'ର ପାଞ୍ଚଟିଯାକ ମୁକାବିଲାରେ ପରାସ୍ତ ହୋଇଛି। ଏଭଳି ସ୍ଥିତିରେ ଆଫଗାନିସ୍ତାନ ପକ୍ଷେ ଭାରତକୁ ହରାଇବା କଷ୍ଟକର ହେବ।

ଟିମ୍ ଇଣ୍ଡିଆ ପାଇଁ ବର୍ତ୍ତମାନ ଆହତ ମୁଖ୍ୟ ସମସ୍ୟା। ଶିଖର ଧୱନ୍ ଆହତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ବିଶ୍ୱକପ୍ ଟିକେଟ୍ ମିଳିଛି। ସେହିପରି ଭୁବନେଶ୍ୱର କୁମାର ମଧ୍ୟ ଆହତ କାରଣରୁ ପରବର୍ତ୍ତୀ ଦୁଇ-ତିନୋଟି ମ୍ୟାଚ୍ ଖେଳିପାରିବେ ନାହିଁ। ଅଲରାଉଣ୍ଡର ବିଜୟ ଶଙ୍କର ଅଭ୍ୟାସ ସେସନରେ ଯଶପ୍ରୀତ ବୁମ୍ରାଙ୍କ ୟର୍କରରେ ଆହତ ହୋଇଥିଲେ ହେଁ, ଆସନ୍ତାକାଲି ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଥିବା ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ଯଦି ଶଙ୍କର ଫିଟ୍ ନହୁଅନ୍ତି, ତାହେଲେ ପନ୍ତଙ୍କୁ ସୁଯୋଗ ମିଳିପାରେ। କିନ୍ତୁ ପନ୍ତଙ୍କ ଖେଳିବା ସମ୍ଭାବନା କମ୍।

ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ଓପ୍ନର ରୋହିତ୍ ଶର୍ମା ଭାରତ ପାଇଁ ପୁଣିଥରେ ଟ୍ରମ୍ପକାର୍ଡ ସାବ୍ୟସ୍ତ ହୋଇପାରନ୍ତି। ରୋହିତ୍ ଏପର୍ଯ୍ୟନ୍ତ ତିନି ମ୍ୟାଚରେ ୩୧୯ ରନ୍ କରିଛନ୍ତି। ତାଙ୍କ ସହ ଲୋକେଶ ରାହୁଲ ପୁଣିଥରେ ଇନିଂସ୍ ଓପନ୍ କରିବେ। ଓପ୍ନର ଭାବେ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚରେ ଅର୍ଦ୍ଧଶତକୀୟ ଇନିଂସ୍ ଖେଳି ଭାରତକୁ ଭଲ ଆରମ୍ଭ ଦେଇଥିଲେ। ସେହିପରି ରୋହିତ ଏହି ମ୍ୟାଚରେ ଶତକ ମାରି ଫର୍ମରେ ଥିବା ପରିଚୟ ଦେଇଥିଲେ।

କ୍ୟାପଟେନ୍ ବିରାଟ କୋହଲି ମଧ୍ୟ ଭଲ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ବିପକ୍ଷ ଅର୍ଦ୍ଧଶତକ ପରେ କୋହଲି ଆସନ୍ତାକାଲି ଆଉ ଏକ ବଡ଼ ଇନିଂସ୍ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରିସ୍ଥିତି ହିସାବରେ ବ୍ୟାଟିଂକ୍ରମରେ ପଠାଯିବ। ଯଦି ଟପ୍ ଅର୍ଡର କ୍ଲିକ୍ ନକରେ, ତାହେଲେ କେଦାର କିମ୍ବା ଧୋନିଙ୍କୁ ସଅଳ ସୁଯୋଗ ମିଳିପାରେ। ଭୁବନେଶ୍ୱରଙ୍କ ଆହତ ପରେ ଏବେ ମହମ୍ମଦ ଶାମିଙ୍କୁ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଶାମିଙ୍କ ସହ ଯଶପ୍ରୀତ ବୁମ୍ରା ବୋଲିଂ ନେତୃତ୍ୱ ନେବେ। ଦୁଇ ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ୍ ପୁଣିଥରେ ଖେଳିବେ। ଦୁହିଁଙ୍କ ପ୍ରଦର୍ଶନ ଏପର୍ଯ୍ୟନ୍ତ ଭଲ ରହିଆସିଛି। ତେଣୁ ବିରାଟ ଦୁଇ ସ୍ପେଶାଲିଷ୍ଟ ସ୍ପିନର୍ ଖେଳାଇ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାକୁ ଲକ୍ଷ୍ୟ ରଖିଛନ୍ତି।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଗତବର୍ଷ ବିଶ୍ୱକପ୍ କ୍ୱାଲିଫାୟର୍ ଏବଂ ଏସିଆ କପରେ ନିଜର ଦମଦାର ପ୍ରଦର୍ଶନ ଦୋହରାଇବାରେ ସଫଳ ହୋଇପାରି ନାହିଁ। ଏପର୍ଯ୍ୟନ୍ତ ଟିମ୍ ସବୁଯାକ ମ୍ୟାଚରେ ହାରିଛି। ଆଫଗାନିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ କରିଛି ଏବଂ ଟିମର ଫିଲ୍ଡିଂ ସ୍ତର ମଧ୍ୟ ନିମ୍ନମାନର ରହିଛି।

ରଶିଦ୍ ଖାନ୍ ଏପର୍ଯ୍ୟନ୍ତ ଲୟ ହାସଲ କରିପାରି ନାହାନ୍ତି ଏବଂ ତାଙ୍କୁ କୌଣସି ସଫଳତା ମଧ୍ୟ ମିଳିନାହିଁ। ଏଭଳି ସ୍ଥିତିରେ ଭାରତର ଶକ୍ତିଶାଳୀ ବ୍ୟାଟିଂଲାଇନକୁ ରୋକିବା ଆଫଗାନିସ୍ତାନ ବୋଲରଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ୍ ହେବ। ବିଶେଷକରି ରଶିଦ୍ ଓ ମହମ୍ମଦ ନବିଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ। ଟିମର ବ୍ୟାଟିଂ ମଧ୍ୟ ସେତେଟା ଭଲ ରହିନାହିଁ। ତେଣୁ ମୋଟାମୋଟି ଭାବେ ଭାରତକୁ ଟକ୍କର ଦେବାକୁ ହେଲେ, ଆଫଗାନିସ୍ତାନକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ।

ସମ୍ଭାବ୍ୟ ଭାରତୀୟ ଟିମ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ବିଜୟ ଶଙ୍କର, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା, ୟୁଜବେନ୍ଦ୍ର ଚହଲ୍।

ସମ୍ଭାବ୍ୟ ଆଫଗାନିସ୍ତାନ ଟିମ୍: ନୁର୍ ଅଲୀ ଜର୍ଦ୍ଦାନ୍, ଗୁଲବଦିନ୍ ନାଏବ (ଅଧିନାୟକ), ରେହମତ୍ ଶାହ, ହଶମତୁଲ୍ଲା ଶାହିଦି, ଅସଘର ଆଫଗାନ୍, ମହମ୍ମଦ ନବି, ରଶିଦ୍ ଖାନ୍, ଇକ୍ରାମ୍ ଅଲୀ ଖିଲ, ଆଫତାବ ଆଲମ, ଦୌଲତ ଜର୍ଦ୍ଦାନ୍, ମୁଜୀବ-ଉର୍-ରେହମାନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story