ଧୋନିଙ୍କ ଏହି ରେକର୍ଡ ଭାଙ୍ଗିଲେ ହିଟମ୍ୟାନ୍

ବର୍ମିଂହାମ୍: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ୍ ଶର୍ମା ମଙ୍ଗଳବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଛନ୍ତି। ରୋହିତ୍ ବିଶ୍ୱକପର ୪୦ତମ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏବେ ରୋହିତ୍ ଟିମ ଇଣ୍ଡିଆର ନୂଆ ସିକ୍ସର କିଙ୍ଗ୍ ହୋଇଛନ୍ତି। ରୋହିତ୍ ବାଂଲାଦେଶ ବିପକ୍ଷ ମ୍ୟାଚରେ ୯୨ ବଲରେ ୧୦୪ ରନର ଇନିଂସ ମଧ୍ୟରେ ନିଜର ତୃତୀୟ ଛକା ମାରିଥିବା ବେଳେ ଧୋନିଙ୍କ ରେକର୍ଡ […]

ro

ro

Hemant Lenka
  • Published: Tuesday, 02 July 2019
  • Updated: 02 July 2019, 09:16 PM IST

Sports

Latest News

ବର୍ମିଂହାମ୍: ଟିମ୍ ଇଣ୍ଡିଆର ହିଟମ୍ୟାନ୍ ରୋହିତ୍ ଶର୍ମା ମଙ୍ଗଳବାର ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ବାଂଲାଦେଶ ବୋଲରଙ୍କୁ ନିର୍ଧୁମ୍ ପ୍ରହାର କରିଛନ୍ତି। ରୋହିତ୍ ବିଶ୍ୱକପର ୪୦ତମ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ରେକର୍ଡ ଭାଙ୍ଗି ଦେଇଛନ୍ତି। ଏବେ ରୋହିତ୍ ଟିମ ଇଣ୍ଡିଆର ନୂଆ ସିକ୍ସର କିଙ୍ଗ୍ ହୋଇଛନ୍ତି।

ରୋହିତ୍ ବାଂଲାଦେଶ ବିପକ୍ଷ ମ୍ୟାଚରେ ୯୨ ବଲରେ ୧୦୪ ରନର ଇନିଂସ ମଧ୍ୟରେ ନିଜର ତୃତୀୟ ଛକା ମାରିଥିବା ବେଳେ ଧୋନିଙ୍କ ରେକର୍ଡ ଭାଙ୍ଗି ଥିଲେ। ଏବେ ରୋହିତ୍ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଦିନିକିଆରେ ଏବେ ରୋହିତଙ୍କ ଛକା ସଂଖ୍ୟା ୨୩୦ ହୋଇଛି। ଧୋନି ୨୨୮ ଛକା ସହ ଦ୍ୱିତୀୟରେ ଅଛନ୍ତି।

ଧୋନିଙ୍କ ପରେ ସର୍ବାଧିକ ଛକା ମାରିବାର ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ମହାନ୍ ବ୍ୟାଟ୍ସମ୍ୟାନ୍ ସଚିନ ଦିନିକିଆରେ ୧୯୫ ଛକା ମାରିଛନ୍ତି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ୧୯୦ ଛକା ସହ ଏହି ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି।

ତେବେ ବିଶ୍ୱ କ୍ରିକେଟରେ ସର୍ବାଧିକ ଦିନିକିଆ ଛକାର ରେକର୍ଡ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ୍ ଆଫ୍ରିଦିଙ୍କ ନାମରେ ଅଛି। ଆଫ୍ରିଦି ଦିନିକିଆରେ ୩୫୧ ଛକା ମାରିଛନ୍ତି। ସର୍ବାଧିକ ଛକା ମାରିବା ମାମଲାରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପ୍ନର୍ କ୍ରିସ୍ ଗେଲ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ଏପର୍ଯ୍ୟନ୍ତ ୩୨୬ ଛକା ମାରିଛନ୍ତି। ଶ୍ରୀଲଙ୍କାର ପୂର୍ବତନ ଓପ୍ନର୍ ସନତ ଜୟସୁରିୟା ୨୭୦ ଛକା ସହ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos