ଟିମ୍ ଇଣ୍ଡିଆକୁ ପ୍ରଥମ ସଫଳତା ଦେଲେ ବୁମ୍ରା, ନ୍ୟୁଜିଲ୍ୟାଣ୍ଡ୍‌ର ଧିମା ଆରମ୍ଭ

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନ୍ୟୁଜିଲ୍ୟାଣ୍ଡକୁ ମହଙ୍ଗା ପଡ଼ିଛି। ତେବେ ଟସ୍ ହାରିବା ଭାରତ ପାଇଁ ଶୁଭଙ୍କର ହୋଇଛି। ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ନିଜର ଦ୍ୱିତୀୟ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ଆଉଟ୍ ଅଫ୍ ଫର୍ମ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ ପୁଣିଥରେ ନିରାଶ କରିଛନ୍ତି। ସେ ମାତ୍ର ୧ ରନ୍ କରି ସ୍ଲିପରେ […]

bumrah

bumrah

Hemant Lenka
  • Published: Tuesday, 09 July 2019
  • Updated: 09 July 2019, 03:50 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ନ୍ୟୁଜିଲ୍ୟାଣ୍ଡକୁ ମହଙ୍ଗା ପଡ଼ିଛି। ତେବେ ଟସ୍ ହାରିବା ଭାରତ ପାଇଁ ଶୁଭଙ୍କର ହୋଇଛି। ମୁଖ୍ୟ ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ ବୁମ୍ରା ନିଜର ଦ୍ୱିତୀୟ ଓଭରରେ ଭାରତକୁ ପ୍ରଥମ ସଫଳତା ଦେଇଛନ୍ତି।

ନ୍ୟୁଜିଲ୍ୟାଣ୍ଡର ଆଉଟ୍ ଅଫ୍ ଫର୍ମ ଓପନିଂ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗପ୍ଟିଲ ପୁଣିଥରେ ନିରାଶ କରିଛନ୍ତି। ସେ ମାତ୍ର ୧ ରନ୍ କରି ସ୍ଲିପରେ ବିରାଟ କୋହଲିଙ୍କୁ କ୍ୟାଚ୍ ଦେଇ ବସିଥିଲେ। ତେବେ ପ୍ରାରମ୍ଭିକ ୱିକେଟ୍ ହରାଇବା ଯୋଗୁ ନ୍ୟୁଜିଲ୍ୟାଣ୍ଡ ଧିମା ବ୍ୟାଟିଂ କରିଥିଲା।

ରିପୋର୍ଟ ଲେଖା ହେଲା ବେଳକୁ ନ୍ୟୁଜିଲ୍ୟାଣ୍ଡ୍ ୧୦ ଓଭରରେ ୧ ୱିକେଟ୍ ହରାଇ ୨୭ ରନ୍ କରିଛି। ଅଧିନାୟକ କେନ୍ ଓ୍ୱିଲିୟମ୍‌ସନ୍‌ ୧୪ ଓ ହେନରୀ ନିକୋଲ୍ସ ୧୦ ରନ୍‌ରେ ବ୍ୟାଟିଂ କରୁଛନ୍ତି।

ଏହି ମ୍ୟାଚରେ ଉଭୟ ଦଳରେ ଗୋଟିଏ ଲେଖାଏ ପରିବର୍ତ୍ତନ କରାଯାଇଛି। ଭାରତୀୟ ଦଳରେ କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ୍ ଏବଂ କିୱି ଟିମରେ ଟିମ୍ ସାଉଦିଙ୍କ ସ୍ଥାନରେ ଲକି ଫର୍ଗୁସନ୍ ଖେଳୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos