ଆର୍ଚରଙ୍କ ଦ୍ରୁତ ବଲରେ ଆଘାତପ୍ରାପ୍ତ ହେଲେ କ୍ୟାରି

ବର୍ମିଂହାମ୍: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ ଆଘାତପ୍ରାପ୍ତ କରିଛି। ଆର୍ଚରଙ୍କ ଦ୍ରୁତ ବାଉନ୍ସର ସିଧା କ୍ୟାରିଙ୍କ ମୁହଁରେ ବାଜିଥିଲା। ଯଦ୍ଦ୍ୱାରା ତାଙ୍କ ହେଲମେଟ୍ ତଳେ ପଡ଼ିଯାଇଥିଲା ଏବଂ କ୍ୟାରିଙ୍କ ଥୋଡ଼ିରୁ ରକ୍ତ ବାହାରିଥିଲା। ଇଂଲଣ୍ଡର ଫିଲ୍ଡର ଓ ସାଥି ଖେଳାଳି ଷ୍ଟିଭ୍ ସ୍ମିଥ୍ ତୁରନ୍ତ ତାଙ୍କୁ ସହାୟତା କରିବାକୁ ଦୌଡ଼ିଥିଲେ। ଅଷ୍ଟ୍ରେଲିଆର ଫିଜିଓ ତୁରନ୍ତ […]

carey

carey

Hemant Lenka
  • Published: Thursday, 11 July 2019
  • Updated: 11 July 2019, 08:23 PM IST

Sports

Latest News

ବର୍ମିଂହାମ୍: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ଇଂଲଣ୍ଡର ପେସ୍ ବୋଲର ଜୋଫ୍ରା ଆର୍ଚରଙ୍କ ବଲ୍ ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ୍ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ ଆଘାତପ୍ରାପ୍ତ କରିଛି।

ଆର୍ଚରଙ୍କ ଦ୍ରୁତ ବାଉନ୍ସର ସିଧା କ୍ୟାରିଙ୍କ ମୁହଁରେ ବାଜିଥିଲା। ଯଦ୍ଦ୍ୱାରା ତାଙ୍କ ହେଲମେଟ୍ ତଳେ ପଡ଼ିଯାଇଥିଲା ଏବଂ କ୍ୟାରିଙ୍କ ଥୋଡ଼ିରୁ ରକ୍ତ ବାହାରିଥିଲା। ଇଂଲଣ୍ଡର ଫିଲ୍ଡର ଓ ସାଥି ଖେଳାଳି ଷ୍ଟିଭ୍ ସ୍ମିଥ୍ ତୁରନ୍ତ ତାଙ୍କୁ ସହାୟତା କରିବାକୁ ଦୌଡ଼ିଥିଲେ। ଅଷ୍ଟ୍ରେଲିଆର ଫିଜିଓ ତୁରନ୍ତ କ୍ୟାରିଙ୍କ ମୁହଁରୁ ରକ୍ତ ସଫା କରି ବ୍ୟାଣ୍ଡେଜ୍ ଲଗାଇଥିଲେ।

ଏହି ଘଟଣା ଅଷ୍ଟ୍ରେଲିଆ ଇନିଂସର ଅଷ୍ଟମ ଓଭରରେ ଘଟିଥିଲା। ଓଭରର ଅନ୍ତିମ ବଲକୁ ଆର୍ଚର ଶର୍ଟ ପକାଇଥିଲେ। କ୍ୟାରି ବଲକୁ ଠିକ୍ ଭାବେ ଦେଖିପାରିନଥିଲେ ଏବଂ ସେ ଧ୍ୟାନ ହଟାଇଥିଲେ। ଏହି କାରଣରୁ ବଲ୍ ତାଙ୍କ ଗାଲର ତଳ ଭାଗ (ଥୋଡ଼ି)ରେ ବାଜିଥିଲା। ବଲଟି ଏତେ ଜୋରେ ବାଜିଥିଲେ ଯେ, କ୍ୟାରିଙ୍କ ଥୋଡ଼ି ଫାଟିଯାଇଥିଲା।

ତେବେ ବ୍ୟାଣ୍ଡେଜ୍ ଲଗାଇବା ସତ୍ତ୍ୱେ କ୍ୟାରିଙ୍କ ମୁହଁରୁ ରକ୍ତ ବାହାରିବା ବନ୍ଦ ହୋଇନଥିଲା। ଏଭଳି ସ୍ଥିତି ଅଷ୍ଟ୍ରେଲିଆ ଫିଜିଓ ପୁଣିଥିଲେ ଆଜି କ୍ୟାରିଙ୍କୁ ବ୍ୟାଣ୍ଡେଜ୍ କରିଥିଲେ। ଏହା ମଧ୍ୟରେ କ୍ୟାରି ଚତୁରତାର ସହ ହେଲମେଟକୁ ହାତରେ ଧରି ନେଇଥିଲେ। ଯଦି ହେଲମେଟ୍ ଷ୍ଟମ୍ପରେ ବାଜିଥାନ୍ତା, ତାହେଲେ ସେ ହିଟ୍ ୱିକେଟ୍ ହୋଇଥାନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos