ଜାଣନ୍ତୁ କେଉଁ ୪ ଟିମ୍ ସେମିଫାଇନାଲ୍ ଯିବେ ଏବଂ କେଉଁ ଟିମ୍ ବାଦ୍ ପଡ଼ିବେ

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ଅଧା ମ୍ୟାଚ୍ ଇତିମଧ୍ୟରେ ଶେଷ ହୋଇଛି। ଏପର୍ଯ୍ୟନ୍ତ ଟିମର ପଏଣ୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ କ୍ୱାଲିଫିକେସନ୍ ରେସରୁ ପ୍ରାୟତଃ ବାହାର ହୋଇସାରିଛନ୍ତି। ଏପର୍ଯ୍ୟନ୍ତ ଯେଉଁ ଟପ୍-୪ ଟିମ୍ ସେମିଫାଇନାଲ୍ ସେରରେ ଆଗରେ ଅଛନ୍ତି, ସେମାନେ ହେଲେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତ। ତେବେ ଭାରତ ଏହି ତିନି ଟିମ୍ ଅପେକ୍ଷା ଗୋଟିଏ ମ୍ୟାଚ୍ କମ୍ ଖେଳିଛି। ଯଦି ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ବିଜୟୀ ହୁଏ, ତାହେଲେ […]

4 TEAMS

4 TEAMS

Hemant Lenka
  • Published: Thursday, 20 June 2019
  • Updated: 20 June 2019, 05:23 PM IST

ଲଣ୍ଡନ: ଚଳିତ ଆଇସିସି ବିଶ୍ୱକପର ଅଧା ମ୍ୟାଚ୍ ଇତିମଧ୍ୟରେ ଶେଷ ହୋଇଛି। ଏପର୍ଯ୍ୟନ୍ତ ଟିମର ପଏଣ୍ଟ ଅନୁଯାୟୀ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ କ୍ୱାଲିଫିକେସନ୍ ରେସରୁ ପ୍ରାୟତଃ ବାହାର ହୋଇସାରିଛନ୍ତି। ଏପର୍ଯ୍ୟନ୍ତ ଯେଉଁ ଟପ୍-୪ ଟିମ୍ ସେମିଫାଇନାଲ୍ ସେରରେ ଆଗରେ ଅଛନ୍ତି, ସେମାନେ ହେଲେ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତ।

ତେବେ ଭାରତ ଏହି ତିନି ଟିମ୍ ଅପେକ୍ଷା ଗୋଟିଏ ମ୍ୟାଚ୍ କମ୍ ଖେଳିଛି। ଯଦି ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ବିଜୟୀ ହୁଏ, ତାହେଲେ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନକୁ ଆସିପାରେ। ଅନ୍ୟପକ୍ଷରେ ବାଂଲାଦେଶ, ୱେଷ୍ଟଇଣ୍ଡିଜ୍, ପାକିସ୍ତାନ ଓ ଶ୍ରୀଲଙ୍କା ଏବେବି ସେମିଫାଇନାଲରେ ରେସରେ ରହିବା ପାଇଁ ସଂଘର୍ଷ କରୁଛନ୍ତି।

ଏଥର ବିଶ୍ୱକପ୍ ଫର୍ମାଟ୍ ସାମାନ୍ୟ ଅଲଗା ଅଛି ଏବଂ କୌଣସି ଗ୍ରୁପ୍ କରାଯାଇନାହିଁ। ପ୍ରତି ଟିମକୁ ଟୁର୍ଣ୍ଣାମେଣ୍ଟର ସବୁ ଟିମ୍ ବିପକ୍ଷରେ ଖେଳିବାକୁ ପଡ଼ିବ। ଅର୍ଥାତ୍ ପ୍ରତି ଟିମ୍ ମୋଟ ୯ଟି ମ୍ୟାଚ୍ ଖେଳିବେ। ଏହା ପରେ ପଏଣ୍ଟ ଟେବୁଲର ଟପ-୪ରେ ଥିବା ଟିମ୍ ସେମିଫାଇନାଲରେ ସ୍ଥାନ ପକ୍କା କରିବେ।

ନ୍ୟୁଜିଲ୍ୟାଣ୍ଡ୍: କିୱି ଟିମ୍ ଏପର୍ଯ୍ୟନ୍ତ ୫ ମ୍ୟାଚ୍ ଖେଳି ୯ ପଏଣ୍ଟ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ୍ ଚଳିତ ବିଶ୍ୱକପରେ ୪ ମ୍ୟାଚ୍ ଜିତିସାରିଛି। ତେବେ ଭାରତ ବିପକ୍ଷ ମ୍ୟାଚ୍ ବାତିଲ ହେବା ଦ୍ୱାରା ଦୁଇ ଟିମକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଥିଲା। ଏପର୍ଯ୍ୟନ୍ତର ପ୍ରଦର୍ଶନକୁ ଦେଖି ଲାଗୁଛି ଯେ, ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଯିବା ପ୍ରାୟ ନିଶ୍ଚିତ। ନ୍ୟୁଜିଲ୍ୟାଣ୍ଡ୍ ତା'ର ପରବର୍ତ୍ତୀ ଚାରୋଟି ମ୍ୟାଚରେ ଯଥାକ୍ରମେ ୱେଷ୍ଟଇଣ୍ଡିଜ୍, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଇଂଲଣ୍ଡ ଟିମକୁ ଭେଟିବ।

ଇଂଲଣ୍ଡ: ଚଳିତ ବିଶ୍ୱକପରେ ଆୟୋଜକ ଟିମ୍ ଏପର୍ଯ୍ୟନ୍ତ ୫ ମ୍ୟାଚରୁ ୪ ବିଜୟ ଓ ୧ ପରାଜୟ ସହ ୮ ପଏଣ୍ଟ ହାସଲ କରିଛି। ଏପର୍ଯ୍ୟନ୍ତ ଇଂଲଣ୍ଡ ଟିମର ପ୍ରଦର୍ଶନ ଭଲ ରହିଆସିଛି। ଇଂଲଣ୍ଡ ଟିମକୁ କେବଳ ପାକିସ୍ତାନଠାରୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ଏବେ ଇଂଲଣ୍ଡକୁ ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଖେଳିବାକୁ ଅଛି।

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ତା'ର ପୁରୁଣା ଦମ୍ ଦେଖାଇଛି। କେବଳ ଭାରତୀୟ ଟିମ୍ ନିକଟରୁ ଅଷ୍ଟ୍ରେଲିଆ ପରାସ୍ତ ହୋଇଥିଲା। ଏପର୍ଯ୍ୟନ୍ତ ୫ ମ୍ୟାଚରୁ ୮ ପଏଣ୍ଟ ହାସଲ କରିଥିବା କଙ୍ଗାରୁ ଟିମ୍ ତା'ର ପରବର୍ତ୍ତୀ ମୁକାବିଲାରେ ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ।

ଭାରତ: ଟିମ୍ ଇଣ୍ଡିଆ ମଧ୍ୟ ନ୍ୟୁଜିଲ୍ୟାଣ୍ଡ୍ ଭଳି ଚଳିତ ବିଶ୍ୱକପରେ ଅପରାଜେୟ ରହିଛି। ନ୍ୟୁଜିଲ୍ୟାଣ୍ଡ୍ ଏକ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯାଇଥିଲା। ଏହାବ୍ୟତୀତ ଭାରତ ଅନ୍ୟ ତିନୋଟି ମ୍ୟାଚରେ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଭାରତକୁ ଆହୁରି ୫ଟି ମୁକାବିଲା ଯଥା ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଅଛି। ଏଥିମଧ୍ୟରୁ ଇଂଲଣ୍ଡ ବିପକ୍ଷ ମୁକାବିଲା ଭାରତ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହେବ। ତେଣୁ ଏଥିରୁ ସ୍ପଷ୍ଟ ଯେ, ଏପର୍ଯ୍ୟନ୍ତ ଅନେକ କଠିନ ମ୍ୟାଚ୍ ଜିତିସାରିଥିବା ଭାରତର ସେମିଫାଇନାଲ୍ ପହଞ୍ଚିବା ପ୍ରାୟ ନିଶ୍ଚିତ।

ବାଂଲାଦେଶ: ଚଳିତ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଏପର୍ଯ୍ୟନ୍ତ ୫ ମ୍ୟାଚରୁ ୫ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ଅଛି। ତେବେ ଚତୁର୍ଥ ସ୍ଥାନରେ ଥିବା ଭାରତଠାରୁ ଏହି ଟିମ୍ ବହୁ ପଛରେ ଅଛି। ଭାରତକୁ କେବଳ ୪ ମ୍ୟାଚରୁ ୭ ପଏଣ୍ଟ ମିଳିଛି। ଏହାବ୍ୟତୀତ ବାଂଲାଦେଶ ତା'ର ପରବର୍ତ୍ତୀ ମ୍ୟାଚରେ ଅଷ୍ଟ୍ରେଲିଆ, ଭାରତ, ଆଫଗାନିସ୍ତାନ ଓ ପାକିସ୍ତାନକୁ ଭେଟିବ। ଏଭଳି ସ୍ଥିତିରେ ବାଂଲାଦେଶ ପାଇଁ ସେମିଫାଇନାଲ୍ ଯିବା ବହୁତ କଠିନ ହେବ।

ଶ୍ରୀଲଙ୍କା: ୧୯୯୬ ବିଶ୍ୱକପ୍ ବିଜେତା ଶ୍ରୀଲଙ୍କା ୫ ମ୍ୟାଚରୁ ୪ ପଏଣ୍ଟ ହାସଲ କରିଛି। ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଥିବା ଶ୍ରୀଲଙ୍କାକୁ ତା'ର ପରବର୍ତ୍ତୀ ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି। ଏଥିରୁ ଦୁଇ ମ୍ୟାଚ୍ ଇଂଲଣ୍ଡ ଓ ଭାରତ ବିପକ୍ଷରେ ଖେଳିବାକୁ ଅଛି। ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କାର ଦୁଇଟି ମ୍ୟାଚ୍ (ପାକିସ୍ତାନ ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍)କୁ ବର୍ଷା ଧୋଇ ନେଇଛି। ଏଭଳି ସ୍ଥିତିରେ ଶ୍ରୀଲଙ୍କାର ସେମିଫାଇନାଲ୍ ଯିବା ଆଶା କ୍ଷୀଣ।

ୱେଷ୍ଟଇଣ୍ଡିଜ୍: ଟୁର୍ଣ୍ଣାମେଣ୍ଟରେ ଦମଦାର ଶୁଭାରମ୍ଭ କରିବା ପରେ ବି ୱେଷ୍ଟଇଣ୍ଡିଜ୍ ଟିମ୍ ସପ୍ତମ ସ୍ଥାନରେ ଅଛି। ଏହି କ୍ୟାରିବିୟାନ୍ ଟିମ୍ ୫ ମ୍ୟାଚରୁ ମାତ୍ର ୩ ପଏଣ୍ଟ ଅର୍ଜନ କରିଛି। ସେମିଫାଇନାଲ୍ ଦୌଡ଼ରେ ରହିବାକୁ ହେଲେ ୱେଷ୍ଟଇଣ୍ଡିଜକୁ ପରବର୍ତ୍ତୀ ୪ ମ୍ୟାଚରେ ଜିତିବାକୁ ପଡ଼ିବ। ଏହାମଧ୍ୟରୁ ୱେଷ୍ଟଇଣ୍ଡିଜକୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦୁଇଟି କଷ୍ଟସାଧ୍ୟ ମ୍ୟାଚ୍ ଖେଳିବାକୁ ପଡ଼ିବ।
ଦକ୍ଷିଣ ଆଫ୍ରିକା: ବଡ଼ ଟୁର୍ଣ୍ଣାମେଣ୍ଟରେ ସର୍ବଦା ଫେଲ୍ ମାରୁଥିବା ଦକ୍ଷିଣ ଆଫ୍ରିକା ଟିମ୍ ୬ ମ୍ୟାଚରୁ ମାତ୍ର ୩ ପଏଣ୍ଟ ହାସଲ କରିଛି। ଟିମ୍ ଏବେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି। ଦକ୍ଷିଣ ଆଫ୍ରିକା ତା'ର ପରବର୍ତ୍ତୀ ତିନୋଟି ମ୍ୟାଚରେ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ଭେଟିବ।

ପାକିସ୍ତାନ: ପାକିସ୍ତାନ ଟିମକୁ ଏପର୍ଯ୍ୟନ୍ତ ୫ଟି ମ୍ୟାଚରୁ ୩ ପଏଣ୍ଟ ମିଳିଛି। ଇଂଲଣ୍ଡକୁ ହରାଇବା ପରେ ପାକିସ୍ତାନ ପରବର୍ତ୍ତୀ ଦୁଇ ମ୍ୟାଚରେ ନିରାଶ କରିଥିଲା। ଭାରତଠାରୁ ଶୋଚନୀୟ ପରାଜୟ ପରେ ପାକିସ୍ତାନ ଟିମର ମନୋବଳ ହ୍ରାସ ପାଇଛି। ତେବେ ପାକିସ୍ତାନ ପାଇଁ ପରବର୍ତ୍ତୀ ପାଞ୍ଚଟି ମ୍ୟାଚ୍ ସେତେଟା କଷ୍ଟକର ହେବ ନାହିଁ। କେବଳ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚ୍ ଛାଡ଼ିଦେଲେ ପାକିସ୍ତାନ ବାକି ୪ଟି ମ୍ୟାଚ୍ ଜିତି ସମ୍ମାନ ଫେରି ପାଇବାକୁ ପ୍ରୟାସ କରିବ।

ଆଫଗାନିସ୍ତାନ: ଆଫଗାନିସ୍ତାନ ଟିମ୍ ଏପର୍ଯ୍ୟନ୍ତ ୫ ମ୍ୟାଚରେ ପରାସ୍ତ ହୋଇଛି। ତେବେ କ୍ରିକେଟର ଏହି ନୂଆ ଟିମ୍ ପାଇଁ ପରାଜୟ ଅପ୍ରତ୍ୟାଶିନ ନୁହେଁ। ଆଫଗାନିସ୍ତାନ ତା'ର ପରବର୍ତ୍ତୀ ଚାରୋଟି ମ୍ୟାଚରେ ଭାରତ, ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜକୁ ଭେଟିବ। ଏଥିମଧ୍ୟରୁ ଅତିକମରେ ଦୁଇଟି ମ୍ୟାଚ୍ ଜିତି ଆଫଗାନିସ୍ତାନ ସମ୍ମାନ ରକ୍ଷା କରିବାକୁ ଚାହିଁବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story