ଗୁରୁବାର ଦ୍ୱିତୀୟ ଟେଷ୍ଟ: କମ୍‌ବ୍ୟାକ୍‌ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା, ସିରିଜ୍‌ କବଜା ପାଇଁ ଟିମ୍‌ ଇଣ୍ଡିଆ ପାଖରେ ସୁଯୋଗ

ପୁଣେ: ଆସନ୍ତାକାଲି ପୁଣେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ରେ ଜିତି ୩ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ୍‌ ବାହିନୀ ଦ୍ୱିତୀୟ ମ୍ୟାଚ୍‌ରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛି। ଆଜି ଏଥିପାଇଁ ପୁଣେ ଗ୍ରାଉଣ୍ଡରେ ଦଳର ପ୍ରତିଟି ଖେଳାଳି ଝାଳବୁହା ପରିଶ୍ରମ କରିଛନ୍ତି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି। ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟକୁ […]

a3

a3

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 10:04 PM IST

Sports

Latest News

ପୁଣେ: ଆସନ୍ତାକାଲି ପୁଣେରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ପ୍ରଥମ ଟେଷ୍ଟକୁ ୨୦୩ ରନ୍‌ରେ ଜିତି ୩ଟିକିଆ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ୍‌ ବାହିନୀ ଦ୍ୱିତୀୟ ମ୍ୟାଚ୍‌ରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ରହିଛି। ଆଜି ଏଥିପାଇଁ ପୁଣେ ଗ୍ରାଉଣ୍ଡରେ ଦଳର ପ୍ରତିଟି ଖେଳାଳି ଝାଳବୁହା ପରିଶ୍ରମ କରିଛନ୍ତି। ଅନ୍ୟପକ୍ଷରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟରେ କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଛି।

ଟିମ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟକୁ ଜିତି ଆଗୁଆ ୨-୦ରେ ସିରିଜ୍‌ ଜିତିବାକୁ ସୁଯୋଗ ପାଇବ। ସେହିପରି ଦକ୍ଷଣି ଆଫ୍ରିକା ପାଇଁ ଏହି ମ୍ୟାଚ୍‌ଟି କର ବା ମର ସ୍ଥିତି ସୃଷ୍ଟି କରିଛି। କାରଣ ପ୍ରଥମ ମ୍ୟାଚ୍‌କୁ ହାରି ଯାଇଥିବା ଦକ୍ଷିଣ ଆଫ୍ରିକାକୁ ଏହି ଟେଷ୍ଟକୁ ଜିତି ସିରିଜ୍‌ ବରାବର କରିବାକୁ ପଡ଼ିବ। ନ ହେଲେ ଦଳ ସିରିଜ୍‌ ହାରିବାର ଲଜ୍ଜା ମୁଣ୍ଡାଇବ।

ପୁଣେ ପିଚ୍‌ ସ୍ପିନରଙ୍କୁ ସୁହାଇ ଥାଏ। ଏଥିପାଇଁ ଟିମ୍‌ ଇଣ୍ଡିଆ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବାର ସମ୍ଭାବନା ରହିଛି। ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଜବରଦସ୍ତ ଫର୍ମରେ ରହିଛନ୍ତି। ଏପରି ସ୍ଥିତିରେ ଦଳ ତୃତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରେ। କିନ୍ତୁ ଏଥିପାଇଁ ଜଣେ ବ୍ୟାଟସମ୍ୟାନ ଅର୍ଥାତ ହନୁମା ବିହାରୀଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ।

ନଚେତ ଦଳ ହନୁମା ବିହାରୀଙ୍କୁ ତୃତୀୟ ସ୍ପିନର ଭାବେ ବ୍ୟବହାର କରିପାରିବ। ସେହିପରି ୪ର୍ଥ ସ୍ପିନର ଭାବେ ରୋହିତ ଶର୍ମା ରହିଛନ୍ତି। ପ୍ରଥମ ଟେଷ୍ଟରେ ସେ କିଛି ଓଭର ମଧ୍ୟ ବୋଲିଂ କରିଥିଲେ। ଏହାକୁ ବାଦ ଦେଲେ ଦଳରେ କୌଣସି ପରିବର୍ତ୍ତନ ହେବାରେ ନାହିଁ।

ରୋହିତ ଶର୍ମା ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସ୍‌ରେ ଶତକ ହାସଲ କରିଥିଲେ। ତେଣୁ ତାଙ୍କ ଉପରେ ବ୍ୟାଟିଂ ଭାର ରହିବ। ମୟଙ୍କ ଅଗ୍ରୱାଲ ମଧ୍ୟ ପ୍ରଥମ ଇନିଂସ୍‌ରେ ଡବଲ ଟନ ହାସଲ କରିଥିଲେ। ୩ ନଂରେ ବ୍ୟାଟିଂ କରୁଥିବା ଚେତେଶ୍ୱର ପୂଜାରା ପ୍ରଥମ ଇନିଂସ୍‌ରେ କିଛି କରିପାରି ନଥିଲେ ହେଁ ଦ୍ୱିତୀୟ ଇନିଂସ୍‌ରେ ୮୧ ରନ୍‌ର ଇନିଂସ୍‌ ଖେଳି ସେ ଫର୍ମରେ ଥିବା ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

ବିରାଟ କୋହଲି ଓ ଅଜିଙ୍କ୍ୟ ରାହଣେ ମଧ୍ୟକ୍ରମ ସମ୍ଭାଳିବେ। ନିମ୍ନ ମଧ୍ୟ ଭାଗରେ ରିଦ୍ଧିମାନ ଶାହ, ହନୁମା ବିହାରୀ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି। ଅଶ୍ୱିନ ମଧ୍ୟ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି। ତେଣୁ ଭାରତର ବ୍ୟାଟିଂ ଲାଇନ୍‌ଅପ୍‌ ବେଶ ଶକ୍ତିଶାଳୀ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୧-୦ରେ ପଛରେ ଥିବାରୁ ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଫାଫ ଡୁପ୍ଲେସିସିଙ୍କ ଟିମ୍‌ ପୂରା ଦମ ଲଗାଇବ। ଭାରତୀୟ ସ୍ପିନରଙ୍କୁ ଖେଳିବା ଦଳ ପାଇଁ ମୁଖ୍ୟ ଚିନ୍ତା ପାଲଟିଛି। ଓପନର ଡିନ୍‌ ଏଲଗାରଙ୍କ ସମେତ କ୍ୱିଣ୍ଟନ ଡି’କକ୍ ଓ ଅଧିନାୟକ ଡୁପ୍ଲେସିସି ଫର୍ମରେ ରହିଛନ୍ତି। ହେଲେ ଆଡେନ୍ ମର୍କରାମ ଓ ତେମ୍ବା ବାଭୁମା ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ହେଁ ପ୍ରଥମ ଟେଷ୍ଟରେ ଆଦୌ ନିଜର ଯାଦୁ ଦେଖାଇ ପାରିନାହାନ୍ତି।

ସେହିପରି ଥ୍ୟୁନିସ୍ ଡି ବ୍ରୁନ୍ ଆଦୌ ଭାରତୀୟ ସ୍ପିନରଙ୍କୁ ଖେଳିପାରୁ ନାହାନ୍ତି। ପ୍ରଥମ ଟେଷ୍ଟରେ ଟେଲେଣ୍ଡର ସେନୁରାନ ମୁଥୁସାମୀ ଓ ଡେନ୍‌ ପିଟ ବେଶ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। କାଗିସୋ ରବାଡା ଓ ଭର୍ନନ୍ ଫିଲାଣ୍ଡରଙ୍କୁ ନେଇ ଗଠିତ ପେସ୍ ଆକ୍ରମଣ ଏଯାଏ ନିଜର ଯାଦୁ ଦେଖାଇ ପାରିନାହାନ୍ତି। ତେଣୁ ଆସନ୍ତାକାଲି ଟିମ୍‌ର କମ୍ବିନେସନ ଉପରେ ସମସ୍ତଙ୍କ ନଜର ରହିବ। ଲୁଙ୍ଗି ଏନଗିଡ଼ିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos