ରିଓ ଅଲିମ୍ପିକ୍‌: ଜାପାନ ସହ ୨-୨ରେ ମ୍ୟାଚ୍‌ ଡ୍ର ରଖିଲା ଭାରତୀୟ ମହିଳା ଦଳ

ରିଓ ଡି ଜେନେରିଓ: ଡ୍ର’ରୁ ରିଓ ଅଲିମ୍ପିକ୍‌ ଯାତ୍ରା ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ଆଜି ଖେଳା ଯାଇଥିବା ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌କୁ ଦଳ ଜାପାନ ମ୍ୟାଚ୍‌ ସହ ୨-୨ରେ ଡ୍ର ରଖିଛି। ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଜାପାନ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ଇମି ନିଶିକୋରୀ। ଏହାପରେ ମେଇ ନାକାଶିମା ୨୮ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇଥିଲେ। ଜାପନ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଆଗୁଆ ଥିଲା। ତୃତୀୟାର୍ଦ୍ଧରେ ଭାରତ ପକ୍ଷରୁ ରାଣୀ […]

ind-japn-match-drew

ind-japn-match-drew

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 10:06 PM IST

Sports

Latest News

ind-japn-match-drewରିଓ ଡି ଜେନେରିଓ: ଡ୍ର’ରୁ ରିଓ ଅଲିମ୍ପିକ୍‌ ଯାତ୍ରା ଆରମ୍ଭ କରିଛି ଭାରତୀୟ ମହିଳା ହକି ଦଳ। ଆଜି ଖେଳା ଯାଇଥିବା ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌କୁ ଦଳ ଜାପାନ ମ୍ୟାଚ୍‌ ସହ ୨-୨ରେ ଡ୍ର ରଖିଛି।

ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ଜାପାନ ପକ୍ଷରୁ ପ୍ରଥମ ଗୋଲ୍‌ ଦେଇଥିଲେ ଇମି ନିଶିକୋରୀ। ଏହାପରେ ମେଇ ନାକାଶିମା ୨୮ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇଥିଲେ। ଜାପନ ଦ୍ୱିତୀୟାର୍ଦ୍ଧ ଶେଷ ସୁଦ୍ଧା ୨-୦ରେ ଆଗୁଆ ଥିଲା।

ତୃତୀୟାର୍ଦ୍ଧରେ ଭାରତ ପକ୍ଷରୁ ରାଣୀ ୩୧ତମ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲେ। ଓଡ଼ିଶା ଝିଅ ଲିଲିମା ମିଞ୍ଜ ୪୦ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇ ସ୍ଥିତି ୨-୨କୁ ନେଇ ଆସିଥିଲେ। ୫୮ ମିନିଟ୍‌ରେ ଭାରତର ସବିତା ପାଇଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ।

ଲିଗ୍‌ର ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ବ୍ରିଟେନ୍‌କୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos