ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି: କଟକରେ ନିୟୋଜିତ ହେବେ ୬୫ ପ୍ଲାଟୁନ୍ ଫୋର୍ସ

କଟକ: ଆସନ୍ତା ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ବିବରଣୀ ଦେଇଛି କମିଶନରେଟ୍ ପୋଲିସ। ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୦୦ ଅଫିସର ନିଯୁକ୍ତ ହେବେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ କହିଛନ୍ତି। ସେହିପରି କଟକରେ ୬୫ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୫୦ ଅଫିସର ନିୟୋଜିତ ହେବେ। ବାରବାଟୀ ଷ୍ଟାଡିୟମରେ ୧୫୦ ସିସିଟିଭି କ୍ୟାମେରା ଲାଗିବ। ଓସିଏ ପକ୍ଷରୁ […]

ind-vs-SA-match

ind-vs-SA-match

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 01:55 PM IST

Sports

Latest News

ind-vs-SA-matchକଟକ: ଆସନ୍ତା ୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ବିବରଣୀ ଦେଇଛି କମିଶନରେଟ୍ ପୋଲିସ। ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ୨୫ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୦୦ ଅଫିସର ନିଯୁକ୍ତ ହେବେ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ କହିଛନ୍ତି। ସେହିପରି କଟକରେ ୬୫ ପ୍ଲାଟୁନ୍ ଫୋର୍ସଙ୍କ ସହ ୧୫୦ ଅଫିସର ନିୟୋଜିତ ହେବେ। ବାରବାଟୀ ଷ୍ଟାଡିୟମରେ ୧୫୦ ସିସିଟିଭି କ୍ୟାମେରା ଲାଗିବ। ଓସିଏ ପକ୍ଷରୁ ୫ଶହ ସିକ୍ୟୁରିଟି ଗାର୍ଡ ମୁତୟନ ହେବେ ବୋଲି ସେ କହିଛନ୍ତି। ୧୮ଟି ଆଉଡର ଗେଟ୍ ଦେଇ ଦର୍ଶକ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ଓ ୩୧ଟି ସ୍ଥାନରେ ଚେକିଂ ହେବ। ପ୍ରଥମ ଥର ଲାଗି ଟିକେଟରେ ଦର୍ଶକଙ୍କ ସିଟ୍ ନମ୍ୱର ଉଲ୍ଲେଖ ରହିବ ବୋଲି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି। ତା’ସହ ଆତଙ୍କବାଦୀ ଓ ନକ୍ସଲ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସର ଆଣ୍ଟି ଟେରରିଷ୍ଟ ସ୍ୱାର୍ଡ ଓ ଏସଓଜି ଟିମ୍ ନିୟୋଜିତ ହେବେ। କମିଶନରେଟ୍ ପୋଲିସର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ ବୈଠକରେ ପୋଲିସ କମିଶନର, କଟକ ଓ ଭୁବନେଶ୍ୱର ଡିସିପିଙ୍କ ସମେତ ଓସିଏ କର୍ମକର୍ତ୍ତା, ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ ଅଧିକାରୀ ଓ ଖେଳାଳି ମାନେ ରହୁଥିବା ହୋଟେଲ କର୍ମକର୍ତ୍ତା ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos